Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Friday, July 20, 2018

କିଏ ପ୍ରତି ମୁହୁର୍ତ୍ତରେ ନିଜ ଜୀବନ ବାଜିରେ ଲଗାଇ ଆମକୁ ରକ୍ଷା କରିଥାନ୍ତି// Who save us everytimes

  ଦେଶ ମଧ୍ୟରେ ଶାନ୍ତିରେ ରହିଥିବା କାରଣ ସେ। ନିଜ ଜୀବନ ଦେଇ ଦେଶକୁ ରକ୍ଷା କରିଥାନ୍ତି ସେ। ନିଜ ଘରଠୁ ଦୂରରେ ରହି ଆମରି ରକ୍ଷା କରିଥାନ୍ତି । ତାଙ୍କ ପାଇ ସର୍ମପିତ ଏହି କବିତା ।

Soilder:- The person who save our life and country from enemy. This poem is describe this.       


                  ଆମ ଦେଶର ତୁମେ ଅଟ ରକ୍ଷକ ,
                  ସଭିଁଏ ତୁମକୁ କୁହନ୍ତି ସୈନିକ ।
                  ଜୀବନ ବାଜିରେ ଦେଇଛ ଲଗାଇ ,
                  ଦେଶର ରକ୍ଷା କର ଜୀବନକୁ ଦେଇ ।
                  ସାରା ଦେଶକୁ ଦେଇ ତୁମେ ସୁରକ୍ଷା ,
                  ଯୁଦ୍ଧକୁ କରିଛ ଜୀବନର ଦୀକ୍ଷା ।
                  ଦେଶର ସୀମାନ୍ତରେ ରହିଛ ବୋଲି ,
                  ଦେଶ ଭିତରେ ଆମେ ପାରୁଛି ଚାଲି ।
                  ପାଉଛ ତୁମେ ସଭିଁଙ୍କ ଆର୍ଶିବାଦ ,
                  ତୁମ ଉପରୁ ହଟିଯାଉ ବିପଦ ।
                  ତୁମର ଧୈଯ୍ଯ ଓ ତୁମ ସାହସ ,
                  ଶତ୍ରୁଙ୍କ ସେନାକୁ କରିଦିଏ ନାଶ ।
                  ତୁମ ଉପରେ ଆମେ ରଖି ବିଶ୍ବାସ ,
                  ଶାନ୍ତିରେ ସଭିଁଏ ମାରନ୍ତି ନିଶ୍ବାସ ।
                  ତୁମ ଠାରୁ ବଡ ଦେଶପ୍ରେମୀ ନାହି ,
                  ଜୀବନ ଦେଉଛ ତୁମେ ଦେଶ ପାଇ ।
                  ଜୀବନ ତୁମର ଶ୍ରମର ପ୍ରତୀକ ,
                  ଏ ଦେଶର ତୁମେ ମହାନ ନାୟକ ।।।।
              ଜୟହିନ୍ଦ ▪▪    ୧▪▪         ମହେଶ୍ବର କବି
Note :- I hope you like this poem. You can share this with your friends and comment your opinion. Thank you
ଦ୍ରଷ୍ଟବ୍ଯ :- ଆଶା କରେ କି ଆପଣ ମାନଙ୍କୁ ଏହି କବିତା ପସନ୍ଦ ଆସିଥିବ। ଏହି କବିତାକୁ ଆପଣଙ୍କ ସାଙ୍ଗମାନଙ୍କ ସହ ସେୟାର୍ କରନ୍ତୁ।    ଧନ୍ୟବାଦ

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post