Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Wednesday, July 25, 2018

ଆମ ପାଇଁ କେଉଁ କଥା ମୁଖ୍ଯ ଅଟେ // which is most important for us in odia

ମାଟି ଗଢା ଶରୀର ମୃତ୍ୟୁ ପରେ ଏଇ ମାଟିରେ ମିଶିଯାଏ । ଆମେ ସୃଷ୍ଟି କରିଥିବା କେଉଁ ଜିନିଷ ଆମେ ନେଇ ପାରିବା ନାହିଁ । କିନ୍ତୁ ଆମେ କରି ଯାଇଥିବା କର୍ମ ଯୋଗୁ ଦୁନିଆ ଆମକୁ ମନେ ରଖେ। ଆମେ ସଭିଏ ଏକ ଏକ କଳାକାର ପରି ଅଭିନୟ କରିଥାଉ।
 କର୍ମ ବିନା ମନ ମଶାଣି ପରି। ତେଣୁ କର୍ମ କରିଚାଲ।

             ନଶ୍ବର ଶରୀର                ସୁନ୍ଦର ସଂସାର
                           ସମସ୍ତ ମରଣଶୀଳ ,
              ଆମେ ସବୁ ଏଠି              ଆଉ ଆମ ମାଟି
                           ଅଟୁ ଏକ କଳାକାର ।  
              ଜୀବନେ କରମ               ଆଣେ ଯେ ଧରମ
                           କରମ ହିଁ ଚିରନ୍ତନ ,
              କର୍ମ ବିନା ମନ                 ଶ୍ମଶାନ ସମାନ
                           ଘର କରେ ସଇତାନ ।
              କାହାକୁ କରମ                 ଉଠାଇ ସରମ
                           କରିଦିଏ ସେ ମହାନ ,
              ଆଉ କିଏ ପୁଣି                 ସବୁ ଜାଣି ଜାଣି
                           କରମ କରନ୍ତି ହୀନ ।
              ଯାଉ ଏହି ମନ                 ରାତି ଆଉ ଦିନ
                           କରେ କରମ ସାଧନ ,
              ଜୀବନ ତାହାର                ହୁଏ ଯେ ସୁନ୍ଦର
                           ହୁଏ ପ୍ରେମରେ ସିଂଚନ ।
              ଜୀବନ ଏପରି                  କରେ ଶିକ୍ଷା ବାରି
                           ପ୍ରତିକ୍ଷଣେ ଦିଏ ଶିକ୍ଷା ,
              ସେହି ଶିକ୍ଷା ଯାର              କରଇ ମଙ୍ଗଳ
                           ଦିଏ ବିଭବ ପ୍ରତୀକ୍ଷା ।

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post