Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Tuesday, July 31, 2018

ମାଁ ସରଗଠୁ ବଡ ପୁଣି ମାଟିଠୁ ଭାରି // Mother in Odia

ଯେ କୈଣସି କର୍ମସଂସ୍ଥାନ ପରି ଆମରି ଏ ପରିବାର। ବାପା ଆମରି ମାଲିକ୍ ହେଲେ ବି ମା ମ୍ଯାନେଜର୍ ପରି ସବୁ କଥା ବୁଝି ଥାଆନ୍ତି।ଆମରି ପ୍ରତିଟି କଥା ବୁଝି ଆମକୁ ମଣିଷ ପରି ମଣିଷଟିଏ କରିବାକୁ ଆପ୍ରାଣ ଚେଷ୍ଟା କରିଥାଏ। ପିଲାବେଳେ ନ ଖାଉଥିଲେ ତାରା ଦେଖାଇ ଆମକୁ ବୁଝାଏ।
ଅନ୍ଧାର ମଧ୍ୟରୁ ଆଣି ଏ ଦୁନିଆର ଆଲୋକ ଦେଖାଇଛି। ଯାହା ବି ଆମ ପାଇ କରେ ପାଇବାର ଆଶା ଛାଡି କରେ କେବଳ ଶିଶୁର ମଙ୍ଗଳ ହିଁ ଚାହୁଥାଏ। ଭୁଲ୍ ବାଟରେ ଗଲେ ସାରଥି ପରି ଆମ ବାଟ କଢେଇ ନିଏ।
ଗୋଟିଏ ଧାଡିରେ କହିଲେ , " ମାଁ ସରଗଠୁ ବଡ ପୁଣି ମାଟିଠୁ ଭାରି"




ମା ସରଗଠୁ ବଡ ପୁଣି ମାଟିଠୁ ଭାରି,                                       ମା ଡାକ ଏଇ ଦୁନିଆରେ ଅମୃତ ପରି ।                               
ଦୁଃଖରେ ବିପଦରେ କୋଳେଇ                                               କାନ୍ଦିଲେ ବୁଝାଏ ସେ ତାରା ଦେଖାଇ ,                                     ରୁଷିଲେ ରାଗିଲେ ବୁଝାଇ ନିଏ ଆଦରି ,                                    ମା ସରଗଠୁ ବଡ ପୁଣି ମାଟିଠୁ ଭାରି                                 
ଅନ୍ଧାରୁ ଆଣି ସେ ଆଲୋକ ଦେଇଛି,
ସବୁ କରେ ସେ ପାଇବା ଆଶା ପୋଛି ,
ଏଇ ଯୁନ୍ଧ ଭୂମିରେ ସାରଥି ହୋଇ,
ସବୁବେଳେ ସେ ଦିଏ ବାଟ କଢେଇ ,
ସୁଖରେ ଦୁଃଖରେ ଥାଏ ସେ ପାଖେ ଆମରି ,
ମା ସରଗଠୁ ବଡ ପୁଣି ମାଟିଠୁ ଭାରି ,,,,,,,,

Monday, July 30, 2018

ସମୟ କାହିଁକି ମଣିଷକୁ ନଷ୍ଟ କରିଦିଏ // why time waste our life

ବହୁତ୍ ଲୋକ କୁହନ୍ତି ଠିକ୍ ସମୟ ଆସିଲେ କାମ ଆରମ୍ଭ କରିବି। ଏଇ ଯେଉଁ ଠିକ୍ ସମୟ ବା ଶୁଭ ସମୟ କେବେ ଆସିନି। କାମ ଯେବେ ଆରମ୍ଭ କରିବା ତାହା ଶୁଭ ହୋଇଯାଏ। ସମୟକୁ ଅପେକ୍ଷା କରନାହିଁ କାହିଁକି ନା ସମୟ କାହାରି ଗୁହାରି ରଖେନା। ସେ ତା ଗତିକୁ ସ୍ଥଗିତ କରେନାହିଁ। ସମୟ ହିଁ ଆମକୁ ଜୀବନରେ ବହୁତ୍ କିଛି ଶିଖାଇ ଥାଏ। କାହାରି ସାହାରା କିମ୍ବା କାହାକୁ ଅପେକ୍ଷା ନ କରି ନିଜ କର୍ମପଥେ ଅଗ୍ରସର ହୋଇଯାଅ।
ଆମେ ସଭିଏ ସମୟର ଦାସ। ସମୟକୁ ଆମେ ନଷ୍ଟ କଲେ ସେ ତା ପ୍ରତିଶୋଧ ନେଇଯାଏ ଅର୍ଥାତ୍ ସେ ଆମକୁ ନଷ୍ଟ କରିଦିଏ। ତେଣୁ ସମୟର ସଦୁପଯୋଗ କରିବା ନିହାତି ଆବଶ୍ୟକ।

             ସମୟ କାହାରି                ରଖେନା ଗୁହାରି
                              କରେନାହିଁ ସେ ଅପେକ୍ଷା,
               ନିଜର ପଥରେ                 ଗାଏ ସେ ଗୀତରେ
                              ଦେଇଯାଏ ବହୁ ଶିକ୍ଷା ।
               କାହାରି ସାହାରା               ନ ମଣି ନିଆରା
                              କର୍ମ ପଥେ ଅଗ୍ରସର,
               ସେହିପରି ଗତି                 ହାରି ଅବା ଜିତି
                               ଦିଏ ଅମୃତର ନୀର ।
               ସର୍ବଦା ମଣିଷ                   ସମୟର ଦାସ
                               ରହିଅଛି ରହିଥିବ ,
              ସମୟକୁ ଛାଡି                   ଚାଲିଗଲେ ମାଡି
                               ସଫଳତା ଅସମ୍ଭବ ।
              କାଳ ତ ଏମିତି                   ରଖେ ବହୁ ଶକ୍ତି
                                ଫେରାଏ ପ୍ରତିବଦଳ ,
              ତାକୁ କଲେ ନଷ୍ଟ                ମିଳେ ବହୁ କଷ୍ଟ
                                ହୋଇପାରେ ପୁଣି ଖଳ ।
              ନଷ୍ଟ କରିଦିଏ                     ଦୁଃଖ ପୁଣି ଦିଏ
                                ନେଇଯାଏ ପ୍ରତିଶୋଧ,
              ଲୋଡା ହେଲେ ସିଏ            ଏମିତି କରାଏ
                                 କରିଦିଏ ପୁଣି ଗଧ ।

Sunday, July 29, 2018

କିପରି ବଦଳିବା ଉଚିତ୍ // How to change in odia

ସମୟ କେବେ ସମାନ ରହେନାହି। ସମୟ ସଭିଙ୍କ ପାଇ ବଦଳୁଥିବାକୁ ଥାଏ। ସମୟ ଅନୁସାରେ ନିଜକୁ ଓ ନିଜ ବ୍ୟବସାୟର ଢଙ୍ଗକୁ ବଦଳାଇ ର ଅଛି। ନଚେତ୍ ମୋବାଇଲ କମ୍ପାନୀ ନୋକିଆ ପରି ମାର୍କେଟ୍ ରୁ ବାହାରି ଯିବାକୁ ପଡିବ।
ଜୀବନରେ ଦୁଃଖ ସୁଖ ମିଶି କରି ଆସେ। ଭଗବାନ କଠିନ ମୋଡରେ ଆମ ଠାରୁ ପରୀକ୍ଷା ନେଇଥାନ୍ତି ତେଣୁ ସତର୍କ। ହରିଯାଅ ନାହି। ଛୋଟ ପିଲାଟି ଯେପରି ଚାଲି ଶିଖିଲ ବେଳେ ପଡିଯାଏ ଓ ପୁଣି ଉଠେ ଓ ଚାଲେ। ସେହିପରି ଆପଣ ଉଠାନ୍ତୁ ଯଦି ପଡି ଯାଇଛନ୍ତି। ଯେଉ ଦିନ ମନରେ କିଛି କରିବାର ଆଶା ଆସି ଯିବ ସେତେବେଳେ କରିବା ପାଇ ଅନେକ ବାଟ ଦେଖାଯିବ। ଯଦି ନ ଦେଖାଯାଏ ଆପଣ ନିଜ ବାଟ ନିଜେ ତିଆରି କରିଦେବେ।


             ସମୟ ବଦଳେ              ଜୀବନ ସୁଧାରେ
                             ରଖିଲେ ଉଚ୍ଚ ଭାବନା,
              ନିଜର କରମ                ବଢାଏ ଧରମ
                              ସତ କରେ ସେ କଳ୍ପନା।
               ଜୀବନ ପଥରେ             ଆମରି ସାଥୀରେ
                              ରହିଅଛି କଣ୍ଟା ଫୁଲ ,
              ଯାହା ବିଁ ଘଟିଛି               ଯାହା ବି ଘଟୁଛି
                               ସବୁକିଛି ହେବ ଭଲ।
              ସକଳ ମଣିଷ                 ସମୟର ଦାସ
                               ଚାଲେ ଦେଇ ତାକୁ ତାଳ,
              କେବେ ସେ ସରସ            କେବେ ନାଗଫାଶ
                               ପୁଣି କେବେ ହୁଏ କାଳ।
              ଜୀବନ ଆମର                  ଆଲୋକ ଅନ୍ଧାର
                                ରହିଅଛି ସଦା ଘେରି,
               ଅନ୍ଧାର ପରେ ହିଁ               ଆଲୋକର ମହି
                                 ରଚିଛନ୍ତି ବିଶ୍ବଧାରି ।
               ଅତିତର ଦୁଃଖ                  ଦିଏନାହିଁ ସୁଖ
                                  ରଖନାହିଁ ତାହା ମନେ,
               ତୃଟିକୁ ସୁଧାରି                   ଭୁଲିଯାଇ କଳି
                                   ଆଗକୁ ବଢ ଜୀବନେ।
ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା ତେବେ ଏହି ଲେଖାକୁ ସେୟାର୍ କରିବାକୁ ।
                ଧନ୍ୟବାଦ , ମହେଶ୍ୱର କବି 

Saturday, July 28, 2018

ଆମ ସଫଳତା କେଉଁଠାରେ ଲୁଚି ରହିଛି // where is our success in odia

କଥାରେ ଅଛି ନିଜ ହାତରେ ନିଜ ଭବିଷ୍ୟତ। ଏହା କ'ଣ ସତ ହ ସତ, ଆମରି ହାତରେ ଓ ଆମରି ଭାବନାରେ ଆମରି ସଫଳତା  ଲୁଚି ରହିଛି। ମନରେ ରହିଥିବା ଦ୍ବନ୍ଦକୁ ଦୂର କରି ନିଷ୍ଠାପର ଭାବେ କାମ କଲେ ସଫଳତା ମିଳିବ କିନ୍ତୁ ସେଥିପାଇଁ ଧୈଯ୍ଯର ଆବଶ୍ୟକତା ରହିଛି।
ସଫଳତା ମିଳି ସାରିବା ପରେ ଯଦି ସେଥିରେ ମଣିଷ ହଜିଯାଏ ତେବେ ମଣିଷ ପୁଣି ବିଫଳତା ଆଡକୁ ଅଗ୍ରସର ହୁଏ। ଯଦି ବିଫଳତା ମିଳେ ତେବେ ବି ସେଥିରେ ଭ୍ରମିତ ନ ହୋଇ ସେଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍। କାହିଁକି ଏ କଥା ବି କୁହା ଯାଇଛି ବିଫଳତା ସଫଳତାର ସୋପାନ।


                ନିଜର କରରେ               ନିଜ ଭାବନାରେ
                                ଅଛି ଆମରି ଭବିଷ୍ଯ ,
                 ହୋଇ ନିଷ୍ଠାପର              ଦ୍ବନ୍ଦ କଲେ ଦୂର
                                ସଫଳତା ହେବ ଦୃଶ୍ଯ ।
                 ପାଇ ସଫଳତା                ଦେଖି ତା'ର ସତ୍ତା
                                ହୋଇଲେ ସେଥିରେ ଭୋଳ ,
                 ଜାଣି ହୁଏ ନାହିଁ                ଦେଖି ହୁଏ ନାହି
                                 ବିଫଳତା ହୁଏ କାଳ ।
                 ବିଫଳତା ପାଇ                ଦୁଃଖ ରଖନାହି
                                 ସେହିଥିରୁ ରଖ ଗାଂନ ,
                 ସେହି ଗାଂନ ପାଏ             ତାହା ଦିନେ ହୁଏ
                                 ସଫଳତାର ସୋପାନ ।
                 ନିଜର ଧରମ                   କରିଣ କରମ
                                 ଭାବୁଥିଲେ ସର୍ବଶ୍ରେଷ୍ଠ ,
                 ରହେନା ଏକତା               ଭାଙ୍ଗେ ଯେ ମିତ୍ରତା
                                 ବହୁ କିଛି ହୁଏ ନଷ୍ଟ ।
                 ନିଜ ଧରମର                   ଯେତେ ସବୁ ସାର
                                 ଭୂ କଲ୍ଯାଣ ଆଧାରିତ ,
                 ରଖେ ସେ ଜୀବିତ             ଯୋଗ ହେଉ ନିତ୍ଯ
                                 ହେଉଥାଉ ସେ ପାଳିତ ।

ଦ୍ରଷ୍ଟବ୍ଯ;- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା ତେବେ ଏହି ଲେଖାକୁ ସେୟାର୍ କରିବାକୁ ଭୁଲିବେନି ।
                        ଧନ୍ୟବାଦ, ମହେଶ୍ୱର କବି 

Friday, July 27, 2018

ଗୀତାରେ ସଫଳତା ଏପରି ମିଳେ ଶ୍ରୀକୃଷ୍ଣ କହିଛନ୍ତି // How to achieve success in odia

ସଫଳତା ସେତେବେଳେ ମିଳେ ଯେତେବେଳେ ଆମେ ଆମର ସ୍ବାର୍ଥ ଛାଡି ନିଃସ୍ବାର୍ଥ ଭାବରେ କାମ କରିଥାଉ। ଏବେ ଆପଣ କହିବେ କି ଫଳ ବିନା କାର୍ଯ୍ଯ କରିବା ଅସମ୍ଭବ। କିନ୍ତୁ ଆପଣ ଯଦି ଫଳ କଥା ଭାବିବେ ତେବେ ନିଜ କାମରେ ସମ୍ପୂର୍ଣ୍ଣ ମନ ଲଗାଇ ପାରିବେ ନାହିଁ ତେଣୁ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି କର୍ମ କରିବା ଆମର ଧର୍ମ ଫଳ କେବେ କେତେ ମିଳିବ ତାହା ଆମେ କହିପାରିବା ନାହିଁ ।
  ଦେଖନ୍ତୁ ଆପଣ କାମ କରୁନାହାନ୍ତି ଏଥିରେ ନିଶ୍ଚିତ ଯେ ଆପଣ ସଫଳତା ପାଇବେନି। କିନ୍ତୁ ଆପଣ କର୍ମ କଲେ ହୁଏତ ସଫଳତା ମିଳିପାରେ। ତେଣୁ ସର୍ବଦା ପରିଶ୍ରମ କରିବା ଉଚିତ୍।


           ମନ ଛାଡି ସ୍ବାର୍ଥ                ଛାଡିଦେଇ ଅର୍ଥ
                           କାମରେ ଲଗାଏ ମନ ,
             ଏହି ପରି କାମ               ଦେବତାର ମର୍ମ
                          ବ୍ଯର୍ଥ ହୁଏନାହି ଦିନ।
             ଅନ୍ତରର ହିଂସା               ଉଡାଉଛି ହଂସା
                          କରୁଅଛି କାହା କ୍ଷତି,
             ମାନବ ଜୀବନ               ମାନବର ମନ
                          ଅମୂଲ୍ଯ ଅଟଇ ଯଦି।
            ଦୋକାନି ଭାଇଟି             ଧରି ମାପକାଠି
                          କରୁଥାଏ ତାର କର୍ମ ,
             ମାନବ ଜୀବନ              ଇଶ୍ବରଙ୍କ ଦାନ
                         କର୍ମ ଅଟେ ତାର ଧର୍ମ ।
            ସଭିଁଏ ଆମର                ଆତ୍ମିୟ ସୋଦର
                         କେହିବି ନୁହନ୍ତି ପର,
            କର୍ମକୁ ଆବୋରି              ହୋଇବା ପୂଜାରି
                         ନଖୋଜି ଅମରପୁର।
            କରମର ଫଳ                କାହା ପାଇ କାଳ
                        କାହାର ଅମରପୁର,
            ଇଶ୍ଵର ଆମର                ଦୟାର ସାଗର
                         ଶୁଭଚିନ୍ତକ ସଂସାରର।

ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି ଲେଖା ଭଲ ଲାଗିଥିବା। ଏହିପରି ଲେଖାକୁ ଆପଣ ଆପଣମାନଙ୍କର ବନ୍ଧୁ , ପରିଜନଙ୍କ ପାଖକୁ ସେୟାର୍ କରିବାକୁ ଭୁଲନ୍ତୁନି ହୁଏତ ଆପଣଙ୍କ ଏ ସେୟାର୍ ତାଙ୍କ ଜୀବନ ପରିବତ୍ତର୍ନ କରିଦେବ।
                             ଧନ୍ୟବାଦ, ମହେଶ୍ୱର କବି

Thursday, July 26, 2018

ସବୁ ଚାଲିଗଲେ ବି ଆମ ପାଖରେ ରହେ କ'ଣ // which is not gone from us

ଆମରି ଏ ଶରୀର , ସୁନ୍ଦର ସଂସାର ସବୁ ମରଣଶୀଳ ଅର୍ଥାତ୍ ଏ ସବୁ କାଲି ନ ଥିଲା ଆଜି ଅଛି ଆଉ କେତେ ଦିନ ରହିବ ତାହା ଠିକ୍ ନାହି। ରଙ୍ଗମଞ୍ଚର କଳାକାରମାନଙ୍କ ପରି ଆମେ ମାନେ ଅଭିନୟ ଜାରି ରଖିଛେ। ଜୀବନରେ ଆମରି କର୍ମ ଆମରି ଧର୍ମ ଆଣେ। କରମ ହିଁ ଦୁନିଆରେ ଚିରନ୍ତନ । କର୍ମ ବିନା ମନ ଶ୍ମଶାନ ସମାନ। ମନରେ ବହୁତ ବିପରୀତ ଚିନ୍ତା ଆସେ। ତେଣୁ କର୍ମରେ ଲିପ୍ତ ରହିବା ଆବଶ୍ୟକ । କିନ୍ତୁ ଏମିତି କରନ୍ତୁ ନାହି ଯାହା ଆପଣଙ୍କୁ ମହାନ କରିବା ପରିବର୍ତ୍ତେ ଆପଣଙ୍କୁ ସରମ ଆଣିଦେବ।


            ନଶ୍ବର ଶରୀର                ସୁନ୍ଦର ସଂସାର
                           ସମସ୍ତ ମରଣଶୀଳ ,
              ଆମେ ସବୁ ଏଠି              ଆଉ ଆମ ମାଟି
                           ଅଟୁ ଏକ କଳାକାର ।  
              ଜୀବନେ କରମ               ଆଣେ ଯେ ଧରମ
                           କରମ ହିଁ ଚିରନ୍ତନ ,
              କର୍ମ ବିନା ମନ                 ଶ୍ମଶାନ ସମାନ
                           ଘର କରେ ସଇତାନ ।
              କାହାକୁ କରମ                 ଉଠାଇ ସରମ
                           କରିଦିଏ ସେ ମହାନ ,
              ଆଉ କିଏ ପୁଣି                 ସବୁ ଜାଣି ଜାଣି
                           କରମ କରନ୍ତି ହୀନ ।
              ଯାଉ ଏହି ମନ                 ରାତି ଆଉ ଦିନ
                           କରେ କରମ ସାଧନ ,
              ଜୀବନ ତାହାର                ହୁଏ ଯେ ସୁନ୍ଦର
                           ହୁଏ ପ୍ରେମରେ ସିଂଚନ ।
              ଜୀବନ ଏପରି                  କରେ ଶିକ୍ଷା ବାରି
                           ପ୍ରତିକ୍ଷଣେ ଦିଏ ଶିକ୍ଷା ,
              ସେହି ଶିକ୍ଷା ଯାର              କରଇ ମଙ୍ଗଳ
                           ଦିଏ ବିଭବ ପ୍ରତୀକ୍ଷା ।

Wednesday, July 25, 2018

ଜୀବନ ସାରା ଆମକୁ ଭଲ ମଣିଷ କରିବା ପାଇ ପରିଶ୍ରମ କରୁଥିବ ଲୋକ ପିତା // Father do anything for us in odia

କୌଣସି ବିଦ୍ୟାଳୟରେ ନାମ ଲେଖାଇବା ପାଇ ହେଉ ଅବା ଜୀବନର ଯେ କୌଣସି ମୋଡରେ ପିତାଙ୍କର ଆବଶ୍ୟକତା ହୋଇଥାଏ। ଆମରି ଆବଶ୍ୟକତା ପାଇ ନିଜର ଆବଶ୍ୟକତା ଭୁଲି ଯାଆନ୍ତି । ଆମ ଖୁସି ପାଇ ପିଲାବେଳେ କେତେ ଖେଳଣା ଦେଇଛନ୍ତି। ଆମରି ପାଇ ଦିନ ରାତି ପରିଶ୍ରମ କରୁଥାନ୍ତି। ତାଙ୍କରି ପାଇ ଏହି କବିତା ଭଲ ଲାଗିଲେ ସେୟାର୍ କରନ୍ତୁ ଧନ୍ୟବାଦ ।


       ହେଉ ବିଦ୍ଯାଳୟ ନାମଲେଖା
                                       ଯେତେକ ପରୀକ୍ଷା ,
        ସିଏ ମୂଳ ହେଲେ ଆମେ ଶାଖା
                                       ଦେଇଥାନ୍ତି ଶିକ୍ଷା ।
        ସବୁବେଳେ ହୋଇଥାନ୍ତି ଲୋଡା
                                        ନୁହନ୍ତି ଅଲୋଡା ,
        ନିଜ ମନ କରି ଅସଜଡା
                                        ଦିଅନ୍ତି କପଡା ।
        ଏହି ବ୍ଯକ୍ତିତ୍ବ ଆମରି ପିତା
                                       ସେ ଜଗତଜିତା ,
         ହେଉ ଜୀବନେ ଯେତେ ଶତ୍ରୁତା
                                       ନୁଆଅନି ମଥା ।
        ବଜାରର ଯେତେକ ଖେଳଣା
                                        ସବୁ ମନକିଣା ,
        ଆମ ମନ କଥା ତାଙ୍କୁ ଜଣା
                                       ସେ ସ୍ନେହ ଝରଣା ।
         ମହି କହେ ପିତା ସ୍ବର୍ଗ ପିତା ଧର୍ମ
                                       ହୃଦୟର ମର୍ମ ,
        ଆମ ପାଇ କରନ୍ତି କରମ
                                       ଆମ ପରିଶ୍ରମ ।

ଆମ ପାଇଁ କେଉଁ କଥା ମୁଖ୍ଯ ଅଟେ // which is most important for us in odia

ମାଟି ଗଢା ଶରୀର ମୃତ୍ୟୁ ପରେ ଏଇ ମାଟିରେ ମିଶିଯାଏ । ଆମେ ସୃଷ୍ଟି କରିଥିବା କେଉଁ ଜିନିଷ ଆମେ ନେଇ ପାରିବା ନାହିଁ । କିନ୍ତୁ ଆମେ କରି ଯାଇଥିବା କର୍ମ ଯୋଗୁ ଦୁନିଆ ଆମକୁ ମନେ ରଖେ। ଆମେ ସଭିଏ ଏକ ଏକ କଳାକାର ପରି ଅଭିନୟ କରିଥାଉ।
 କର୍ମ ବିନା ମନ ମଶାଣି ପରି। ତେଣୁ କର୍ମ କରିଚାଲ।

             ନଶ୍ବର ଶରୀର                ସୁନ୍ଦର ସଂସାର
                           ସମସ୍ତ ମରଣଶୀଳ ,
              ଆମେ ସବୁ ଏଠି              ଆଉ ଆମ ମାଟି
                           ଅଟୁ ଏକ କଳାକାର ।  
              ଜୀବନେ କରମ               ଆଣେ ଯେ ଧରମ
                           କରମ ହିଁ ଚିରନ୍ତନ ,
              କର୍ମ ବିନା ମନ                 ଶ୍ମଶାନ ସମାନ
                           ଘର କରେ ସଇତାନ ।
              କାହାକୁ କରମ                 ଉଠାଇ ସରମ
                           କରିଦିଏ ସେ ମହାନ ,
              ଆଉ କିଏ ପୁଣି                 ସବୁ ଜାଣି ଜାଣି
                           କରମ କରନ୍ତି ହୀନ ।
              ଯାଉ ଏହି ମନ                 ରାତି ଆଉ ଦିନ
                           କରେ କରମ ସାଧନ ,
              ଜୀବନ ତାହାର                ହୁଏ ଯେ ସୁନ୍ଦର
                           ହୁଏ ପ୍ରେମରେ ସିଂଚନ ।
              ଜୀବନ ଏପରି                  କରେ ଶିକ୍ଷା ବାରି
                           ପ୍ରତିକ୍ଷଣେ ଦିଏ ଶିକ୍ଷା ,
              ସେହି ଶିକ୍ଷା ଯାର              କରଇ ମଙ୍ଗଳ
                           ଦିଏ ବିଭବ ପ୍ରତୀକ୍ଷା ।

Monday, July 23, 2018

ପୃଥିବୀ ଓ ମଣିଷ କିପରି ପରସ୍ପର ସମ୍ବନ୍ଧିତ // How man and earth connected each other in odia

ପୃଥିବୀକୁ ଆମେ ଆମର ମାଁ ବୋଲି ମାନିଥାଉ। ସେହିପରି ଏହି ଭବରଙ୍ଗ ବି ଆମକୁ ନିଜର ସନ୍ତାନ ବୋଲି ମାନିଥାଏ। ସନ୍ତାନ ଭୁଲ୍ କଲେ ତାକୁ ମାଁ କ୍ଷମା କରିଦିଏ ତେଣୁ ଭବରଙ୍ଗ ଆମର ଭୁଲ୍ କୁ ସୁଧାରିବା ପାଇ ଆମକୁ ସୁଯୋଗ ଦେଇଥାଏ। ସେହି ସୁଯୋଗ ହରାଇଲେ ଜୀବନସାରା ପ୍ରାୟଶ୍ଚିତ କରିବାକୁ ପଡେ। ସୂର୍ଯ୍ୟ ଯେପରି ସକାଳୁ ନିଜର ତେଜ ଦେଖାଇ ପରେ ଅସ୍ତ ହୋଇଯାଏ ସେହିପରି ମଣିଷର ଜୀବନ ସଂଗ୍ରାମ ହୋଇଥାଏ।

         
           ଅନେକ ସୁଯୋଗ             ଦିଏ ଭବରଙ୍ଗ
                        ପାଇବାକୁ ମୋକ୍ଷ ପ୍ରାପ୍ତି,
             ଏଇ ଭବରଙ୍ଗ                  ବହୁ ଅନ୍ତରଙ୍ଗ
                        ମାୟାରେ ଦିଏ ସେ ଦୃପ୍ତି ।
             ମୋହ ମାୟା ନୀର           ପାପ ନଦୀ ଜଳ
                        ଏହି ଯେ ଭବସାଗର ,
             ଏ ଭବସାଗର                  ଅତିବ ସୁନ୍ଦର
                         ତଥାପି ମରଣଶୀଳ ।
            କାହା ପାଇ ମିତ୍ର               କାହା ପାଇ ସୁତ୍ର
                          ହେଉଅଛି ଭବରଙ୍ଗ,
            କାହାକୁ ରଖେନି              ଅମର ସେ ମାନି
                          ଦିଏ ସେ ମରଣ ଭଙ୍ଗ।
            ଦୁନିଆରେ ନାହି              କେବେ ରହିନାହି
                          ମୃତ୍ଯୁ ଶୂନ୍ଯ ପରିବାର,
             ମରଣ କୋଳରେ              କାଳର ହସ୍ତରେ
                          ସବୁ ହୁଏ ଛାରକାର ।
             ସକାଳ ସୁରୁଜ                 ଦେଖାଏ ତା ତେଜ
                          ସଂନ୍ଧ୍ଯାରେ ଯାଏ ମଉଳି,
             ଆଜିର ମଣିଷ                  ହୋଇବ ପାଉଶ
                          କାଳର ତେଜରେ ଜଳି।

Sunday, July 22, 2018

ଏହି ପରି ପାଆନ୍ତୁ ବଡରୁ ବଡ ସଫଳତା

ସଫଳତାର ସୁତ୍ର :- ଏହା ଏକ ଓଡିଆ କବିତା ଯେଉଁଥରେ ସଫଳତାର ସୁତ୍ରଗୁଡିକ ରହିଛି । ସମୟ ଓ ଧୈଯ୍ଯର ମଣିଷକୁ ସଫଳତା ଦେଇଥାଏ। ବିଫଳତା ମିଳିଲେ ବି ସେଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ । ସେହି ବିଫଳତା ଦିନେ ବହୁତ୍ ବଡ ସଫଳତା ଦେଇପାରେ।

               ସମୟ ହାତରେ         ଧୈଯ୍ଯର ସାଥିରେ
                           ରହିଅଛି ସଫଳତା,
              ଭବରଙ୍ଗ ମାୟା          ତୁଚ୍ଛ ଏହି କାୟା
                            ସଫଳ ରଖେନା ସତ୍ତା।
              ମିଳୁ ସଫଳତା           ଅବା ବିଫଳତା
                            ରଖିବା କେବଳ ଶିକ୍ଷା,
              ସଫଳତା ଭୋଳ         କରାଏ ପାଗଳ
                             ଦିଏ ବିଫଳତା ଦିକ୍ଷା।
              ବିଫଳତା ଶିକ୍ଷା           ଦୃଢ କରେ ଦିକ୍ଷା
                             ସଫଳତାର ସୋପାନ,
              ସେହି ଶିକ୍ଷା ବଳ          ଦିଏ ଯେବେ ଫଳ
                              ସାର୍ଥକ ହୁଏ ଜୀବନ।
              ଦୁନିଆର ଲୋକ           ଲାଭର ଚିନ୍ତକ
                              ଲାଭ ପାଇ ତାଙ୍କ କାମ,
               ଏ ଲାଭର ନିଶା           ହୋଇଗଲେ ପେଷା
                              ଭ୍ରଷ୍ଟାଚାର କରେ ଶ୍ରମ।
             ଏହା ଚିରନ୍ତନ                ଯାହା କି ମରଣ
                              ସମସ୍ତଙ୍କୁ ଏହା ଜଣା,
              ସଭିଁଏ ଡରନ୍ତି                ଦୂରେଇ ରୁହନ୍ତି
                              ମରଣର କଷ୍ଟ ଶୁଣା।

NOTE :- This is an odia poem for success which is written by Odia Poet Maheswar Kabi.
ଦ୍ରଷ୍ଟବ୍ଯ:- ଆଶା କରୁଛି କି ଆପଣ ମାନଙ୍କୁ ଏହି କବିତା ଭଲ ଲାଗିଥିବ। ଆପଣମାନେ ଏହି କବିତାଟି ଆପଣମାନଙ୍କ ବନ୍ଧୁମାନଙ୍କ ସହ ସେୟାର୍ କରି ପାରିବେ।

ଝିଅମାନଙ୍କ ପରି ପୁଅ ମାନେ ବି ଘରର ଦୂରକୁ କାହିଁକି ଯାଆନ୍ତି // boy do like girl

Unknown Fact of a boy by odia poem :- This is an odia poem in which i explain that a boy face same thing which face girl. We respect to all girl. But this poem is about the unknown fact of a boy.

ପୁଅର ଅଜଣା କଥା :- ଝିଅଟିଏ ନିଜ ଘର ଛାଡି ଅନ୍ଯ ଏକ ଘରକୁ ଯାଏ । ପରକୁ ଆପଣା କରି ସଭିଙ୍କ ଯତ୍ନ ନିଏ। ଆମେ ନାରୀର ସର୍ମାନ କରୁଛୁ। ପୁଅଟିଏ ବି ଘର ଛାଡି ବାହାରକୁ ଯାଏ କେବେ ପଢିବା ତ କେବେ କାମ କରିବାକୁ। ଯିଏ କେବେ ରୋଷେଇ କରି ନଥାଏ ବାହାରେ ରୋଷେଇ କରେ ଓ ଲୁଣିଆ, ଅଲଣା ସବୁ ଖାଇଦିଏ। କେବେ କେବେ ଉପାସ ରହିଯାଏ। ଏହି କବିତାଟି ସେଥିରେ ଆଧାରିତ। ଆଶା କରୁଛି ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ।

                          କିଏ ସେ କହୁଚି      ଯେ କେବଳ ଝିଅ
                                        ଅଚିହ୍ନା ଘରକୁ ଯାଏ ,
                         ପୁଅଟି ସତରେ       ନିଜର ଘରରେ
                                        ସବୁବେଳେ ରହିଥାଏ ?
                         ପଢିବା ପାଇକି       କେବେ ସେ କାମରେ
                                       ନିଜ ଘର ଛାଡିଦିଏ ,
                         ଯିଏ ହାଣ୍ଡିଶାଳ        କେବେ ଯାଇନାହିଁ
                                       ରୋଷେଇ ବି କରୁଥାଏ,
                        କେବେ କେବେ ପୁଣି      ଖାଦ୍ଯ ଅଭାବରେ
                                      ଉପାସରେ ଶୋଇଯାଏ,
                        ଖାଦ୍ୟର ଦାବିରେ          ଯେଉ ପିଲା ଦିନେ
                                       ମା ସହ ଝଗଡା ଦିଏ ,
                         ଦେଖ ଆଜି ସିଏ             ଲୁଣିଆ ଅଲଣା
                                      ସବୁକିଛି ଖାଇଯାଏ ,
                        କିଏ ସେ କହୁଚି               ଯେ କେବଳ ଝିଅ
                                      ଅଚିହ୍ନା ଘରକୁ ଯାଏ ।
                                               ମହେଶ୍ୱର ବେହେରା(କବି)

NOTE :- I hope you like this poem. If you like do not for get to comment and share it .
Thank you
ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବ। ନିଜର ମତାମତ ଦେବାକୁ ଭୁଲିବେନି ଓ ସେୟାର୍ ନିଶ୍ଚୟ କରନ୍ତୁ ।


Friday, July 20, 2018

କିଏ ପ୍ରତି ମୁହୁର୍ତ୍ତରେ ନିଜ ଜୀବନ ବାଜିରେ ଲଗାଇ ଆମକୁ ରକ୍ଷା କରିଥାନ୍ତି// Who save us everytimes

  ଦେଶ ମଧ୍ୟରେ ଶାନ୍ତିରେ ରହିଥିବା କାରଣ ସେ। ନିଜ ଜୀବନ ଦେଇ ଦେଶକୁ ରକ୍ଷା କରିଥାନ୍ତି ସେ। ନିଜ ଘରଠୁ ଦୂରରେ ରହି ଆମରି ରକ୍ଷା କରିଥାନ୍ତି । ତାଙ୍କ ପାଇ ସର୍ମପିତ ଏହି କବିତା ।

Soilder:- The person who save our life and country from enemy. This poem is describe this.       


                  ଆମ ଦେଶର ତୁମେ ଅଟ ରକ୍ଷକ ,
                  ସଭିଁଏ ତୁମକୁ କୁହନ୍ତି ସୈନିକ ।
                  ଜୀବନ ବାଜିରେ ଦେଇଛ ଲଗାଇ ,
                  ଦେଶର ରକ୍ଷା କର ଜୀବନକୁ ଦେଇ ।
                  ସାରା ଦେଶକୁ ଦେଇ ତୁମେ ସୁରକ୍ଷା ,
                  ଯୁଦ୍ଧକୁ କରିଛ ଜୀବନର ଦୀକ୍ଷା ।
                  ଦେଶର ସୀମାନ୍ତରେ ରହିଛ ବୋଲି ,
                  ଦେଶ ଭିତରେ ଆମେ ପାରୁଛି ଚାଲି ।
                  ପାଉଛ ତୁମେ ସଭିଁଙ୍କ ଆର୍ଶିବାଦ ,
                  ତୁମ ଉପରୁ ହଟିଯାଉ ବିପଦ ।
                  ତୁମର ଧୈଯ୍ଯ ଓ ତୁମ ସାହସ ,
                  ଶତ୍ରୁଙ୍କ ସେନାକୁ କରିଦିଏ ନାଶ ।
                  ତୁମ ଉପରେ ଆମେ ରଖି ବିଶ୍ବାସ ,
                  ଶାନ୍ତିରେ ସଭିଁଏ ମାରନ୍ତି ନିଶ୍ବାସ ।
                  ତୁମ ଠାରୁ ବଡ ଦେଶପ୍ରେମୀ ନାହି ,
                  ଜୀବନ ଦେଉଛ ତୁମେ ଦେଶ ପାଇ ।
                  ଜୀବନ ତୁମର ଶ୍ରମର ପ୍ରତୀକ ,
                  ଏ ଦେଶର ତୁମେ ମହାନ ନାୟକ ।।।।
              ଜୟହିନ୍ଦ ▪▪    ୧▪▪         ମହେଶ୍ବର କବି
Note :- I hope you like this poem. You can share this with your friends and comment your opinion. Thank you
ଦ୍ରଷ୍ଟବ୍ଯ :- ଆଶା କରେ କି ଆପଣ ମାନଙ୍କୁ ଏହି କବିତା ପସନ୍ଦ ଆସିଥିବ। ଏହି କବିତାକୁ ଆପଣଙ୍କ ସାଙ୍ଗମାନଙ୍କ ସହ ସେୟାର୍ କରନ୍ତୁ।    ଧନ୍ୟବାଦ

Thursday, July 19, 2018

କେଉ କାମ କରିବା ଉଚିତ୍

କର୍ମ ବିନା ମଣିଷର ବଞ୍ଚିବା ସମ୍ପୂର୍ଣ୍ଣ ଅସମ୍ଭବ। ତେବେ କେବେ କେବେ ଆମର କାମ ଠିକ୍ ନା ଭୁଲ୍ ଆମେ ଜାଣି ପାରି ନଥାଉ ତେଣୁ ଏ ସବୁ ଜାଣିବା ପାଇ କିଛି ଉପାୟ ରହିଛି ତାହା ହେଉଛି
୧:- ଏମିତି କାମ କରନାହିଁ ଯେଉଁଥିରେ ନିଜେ ନିଜ ନଜରରେ ତଳକୁ ଖସିଯିବ।
୨:- ଯେଉଁ କାମ ନିଜର ମନ ଓ ହୃଦୟ ଭାଙ୍ଗିଦିଏ ତାହା ଅଧର୍ମ।
ତାହା କରିବା ଅନୁଚିତ୍।
୩:- ଏମିତି କାମ କରିବା ଦରକାର ଯେମିତି ଆମେ କାଲି ରହିବା ନାହି। ପ୍ରତି କାମକୁ ନିଜର ଶେଷ କାମ ଭାବି ଅତି ନିଖୁଣ ଭାବେ କରିବା ଆବଶ୍ୟକ।



               ନିଜର ହୃଦୟ                ରହୁ ସେ ଅକ୍ଷୟ
                             ଏମିତି ହେଉ କରମ ,
               ଏଥିରେ ଭାଙ୍ଗେନା           କାହାରି କଳ୍ପନା
                             ସୁରକ୍ଷିତ ରହେ ମନ ।
                ନିଜର କରମ                 ନିଜର ଧରମ
                             ଭାଙ୍ଗେ ଯଦି ନିଜ ମନ ,
               ତାହା ହିଁ ଅଧର୍ମ              ବୁଝେନାହି ମର୍ମ
                              ନଷ୍ଟ କରେ ସେ ଜୀବନ ।
                ସେଥିରୁ ବିରତ              ରହିବା ଉଚିତ
                              ଯାହା ଜୀବନର ମୋଡ ,
                ସେ ଏମିତି ମୋଡ            ସବଳ ପାହାଡ
                               ସୃଷ୍ଟି କରିଦିଏ ଝଡ ।
                ଜୀବନର ଗତି               ହୃଦୟର ମତି
                                 ଦିଏ ସିଏ ବଦଳାଇ ,
                ସୁବର୍ଣ୍ଣ ଜୀବନ               ସନ୍ତୁଷ୍ଟ ମରଣ
                                 ସୃଷ୍ଟି କରେ ଏହି ମହି ।
                ଉଚିତ ସମୟ                 କରନାହି କ୍ଷୟ
                                 ଲୋଡା ଯେ ସଦୁପଯୋଗ ,
                 ଗଡିଗଲେ ଏହା              ରହେନାହି ତାହା
                                 ବଦଳିଯାଏ ସେ ଦିଗ ।
NOTE :- I hope you like this article which is written by Maheswar Kabi. If you like then do not for get to share it with your friends and relatives. THANK YOU
ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା ତେବେ ଏହି ଲେଖାକୁ ସେୟାର୍ କରିବାକୁ ଭୁଲିବେନି । ଧନ୍ୟବାଦ
                              ମହେଶ୍ୱର କବି
                    ସମ୍ପାଦକ, ଓଡିଶା ସଂସ୍କାର

ଆରେ ଭାଇ ସମୟ ଏମିତି ବି କରେ // Time do anything

ସମୟ ଏମିତି ବହୁତ୍ କିଛି କରିପାରେ ଯାହା ମଣିଷ ବିଶ୍ବାସ କରି ପାରେନାହିଁ।
୧:- ସମୟ ରାଜାକୁ ଭିକାରୀ ଓ ଭିକାରୀକୁ ଧନୀ ବନେଇ ଦେଇପାରେ।
୨:- ସମୟ କାହାରି ଗୁହାରି ରଖି କ୍ଷଣକ ପାଇ ବି ରହେନାହି। ସେ ଚାଲୁଥାଏ ଓ ଚାଲୁଥିବ। ତେଣୁ କେବେ କାହାରି ଅପେକ୍ଷା ନ କରି ନିଜ କାମ କରିଚାଲ।
୩:- ସମୟକୁ ନଷ୍ଟ କଲେ କିଛି କଷ୍ଟ ହୁଏନାହିଁ କିନ୍ତୁ ଯେତେବେଳେ ସମୟ ମଣିଷକୁ ନଷ୍ଟ କରିଦିଏ ସେତେବେଳେ ସମୟ ମହତ୍ତ୍ଵ ଜଣାପଡେ।
୪:- ତେଣୁ ସମୟକୁ କେବେ ନଷ୍ଟ ନ କରି କାମ ପ୍ରତି ଧ୍ୟାନ ଦେବା ଉଚିତ୍।

                                   ସମୟ 
              ସମୟ କାହାରି                ରଖେନା ଗୁହାରି
                              କରେନାହିଁ ସେ ଅପେକ୍ଷା,
               ନିଜର ପଥରେ                 ଗାଏ ସେ ଗୀତରେ
                              ଦେଇଯାଏ ବହୁ ଶିକ୍ଷା ।
               କାହାରି ସାହାରା               ନ ମଣି ନିଆରା
                              କର୍ମ ପଥେ ଅଗ୍ରସର,
               ସେହିପରି ଗତି                 ହାରି ଅବା ଜିତି
                               ଦିଏ ଅମୃତର ନୀର ।
               ସର୍ବଦା ମଣିଷ                   ସମୟର ଦାସ
                               ରହିଅଛି ରହିଥିବ ,
              ସମୟକୁ ଛାଡି                   ଚାଲିଗଲେ ମାଡି
                               ସଫଳତା ଅସମ୍ଭବ ।
              କାଳ ତ ଏମିତି                   ରଖେ ବହୁ ଶକ୍ତି
                                ଫେରାଏ ପ୍ରତିବଦଳ ,
              ତାକୁ କଲେ ନଷ୍ଟ                ମିଳେ ବହୁ କଷ୍ଟ
                                ହୋଇପାରେ ପୁଣି ଖଳ ।
              ନଷ୍ଟ କରିଦିଏ                     ଦୁଃଖ ପୁଣି ଦିଏ
                                ନେଇଯାଏ ପ୍ରତିଶୋଧ,
              ଲୋଡା ହେଲେ ସିଏ            ଏମିତି କରାଏ
                                 କରିଦିଏ ପୁଣି ଗଧ ।
NOTE :- I hope you like this poem and article. Give your opinion in comment. This poem is written by Maheswar Kabi.


ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା। 

Tuesday, July 17, 2018

କ୍ଷଣକ ସୁଖ ଏମିତି ବି କରିପାରେ // Small time gain large time pain

ଆପଣ ବିଶ୍ବାସ କରି ପାରିବେ ନାହି କି କ୍ଷଣକ ସୁଖ , ଆନନ୍ଦ ମଣିଷ ଜୀବନକୁ ବହୁତ୍ ପରିବତ୍ତର୍ନ କରି ଦେଇପାରେ। ଏମିତି ବହୁତ୍ ଉଦାହରଣ ଅଛି ଯେଉଁଥିରେ ଅଳ୍ପ ସମୟର ଆନନ୍ଦ ବା ଆକର୍ଷଣ ମଣିଷକୁ ବହୁତ୍ ମହଙ୍ଗା ପଡିଛି।
୧ :- ଆମ ଦେଶରେ ନାରୀଙ୍କୁ ଦେବୀଙ୍କ ସର୍ମାନ ଦିଆଯାଏ। କିନ୍ତୁ କିଛି ଲୋକ କ୍ଷଣକ ସୁଖ ଓ ଲାଳସାରେ ନାରୀର ଇଜତ୍ ସହ ଖେଳିବାକୁ ପଛାଏ ନାହି। ଏହି କ୍ଷଣକ ଆକର୍ଷଣ କାହାକୁ ଆଜୀବନ କାରାଦଣ୍ଡ ତ କାହାକୁ ଫାଶିରେ ସୁଜିବାକୁ ପଡିଥାଏ।
୨:- ଅନ୍ଯ ଏକ ସୁଖ ହେଉଛି facebook , whatsapp ଯାହା ଛାତ୍ରଛାତ୍ରୀଙ୍କ ବହୁତ୍ ବଡ ସମସ୍ୟା।
୩:- ଇଶ୍ବର ସଭିଙ୍କୁ ନିଜ ଭୁଲ୍ ସୁଧାରିବା ପାଇ ଗୋଟିଏ ସୁଯୋଗ ଦିଅନ୍ତି ଯଦି ତାହାର ସଦୁପଯୋଗ ନ ହୁଏ ତେବେ ବହୁତ୍ ଖରାପ୍ ହୁଏ।
             କ୍ଷଣକ ସୁଖରେ                  କ୍ଷଣକ ନିଶାରେ
                           ହୋଇଥାଏ ଯେଉ କାମ ,
              ସୁଖ ହୁଏ ଦୁଃଖ                  ଅଶୁଭ ଚିନ୍ତକ
                           ହୋଇଯାଏ ସେ ଅର୍ଧମ ।
              ଇଶ୍ବର ସର୍ବଦା                    ଦିଅନ୍ତି ଏକଦା
                           ନେବାପାଇ ପ୍ରାୟଶ୍ଚିତ,
              ନେଲେ ପ୍ରାୟଶ୍ଚିତ               ତାହା ପାଇ ସତ
                            ହୋଇଯିବ ଦେବସୁତ ।
              ସମୟର ଦିଗ                    କଲେ ଉପଯୋଗ
                             ସମୟ ହୁଏ ପ୍ରସନ୍ନ,
              ଧୈଯ୍ଯର ବକ୍ଷରେ               କର୍ମର ସାକ୍ଷ୍ଯରେ
                             ହୋଇଥାଏ ସେ ମିଷ୍ଟାନ୍ନ।
              ଆମ ପରିବେଶ                ରଖଇ ବିଶ୍ବାସ
                              ଦିଏ ସେ ଭାବନା ଦିଗ,
              ଭାବେ ଯାହା ମନ             ରଖେ ଯଦି ଧ୍ଯାନ
                             ଆସିଯାଏ ସେହି ଯୁଗ।
              ସବୁଠାରୁ ସତ୍ଯ                ଘଟୁଅଛି ନିତ୍ଯ
                              ଚିରନ୍ତନ ଏ ମରଣ,
              ମରଣ ଏମିତି                   ଦେଖେନାହି ଜାତି
                              ଦେଖେନାହିଁ ସେ କାରଣ।
NOTE :- I hope you must like this article then must share this with your friends and relatives. THANK YOU
ଦ୍ରଷ୍ଟବ୍ଯ :- ଆଶା କରେ ଆପଣଙ୍କୁ ଏହି କବିତା ଭଲ ଲାଗିଥିବା ତେବେ ଏହି ଲେଖାକୁ ସେୟାର୍ କରିବାକୁ ଭୁଲିବେନି । ଧନ୍ୟବାଦ
    

ପୃଥିବୀ କିପରି ଆପଣଙ୍କ ପାଇଁ ବଦଳି ଯାଏ // How Earth Change

ପୃଥିବୀକୁ କବିମାନେ ରଙ୍ଗମଞ୍ଚ ବୋଲି କହିଛନ୍ତି। ଏଇ ରଙ୍ଗମଞ୍ଚ  ଆମ ପାଇ ବଦଳିଯାଏ। କିପରି ଆସନ୍ତୁ ଜାଣିବା 
୧:- ଏହି ରଙ୍ଗମଞ୍ଚରେ ଆମେ ସଭିଏ କଳାକାର। ଏଠାରେ ବହୁ କଳାକାର ନିଜର ସ୍ବାର୍ଥ ପାଇ ନିଜର ପରିଚୟ ବାରମ୍ବାର ବଦଳାଇ ଦିଅନ୍ତି ।
୨:- ଆମର ବଦଳାଇବା ସ୍ବଭାବ ଅନୁସାରେ ଭବସାଗର ମଧ୍ୟ ନିଜର ସ୍ବଭାବ ବଦଳାଇ ଦିଏ।
୩ :- ଏହି ଭବସାଗର ସଭିଙ୍କୁ ନାୟକ ହେବା ପାଇ ସୁଯୋଗ ଦିଏ ପରେ ନିଜ ଇଚ୍ଛାରେ ସଭିଙ୍କ ଅଭିନୟ ବଦଳାଇ ଦିଏ।
୪:- ଦୁନିଆରେ ଆମର କିଏ ଭଲ ଆଉ କିଏ ଖରାପ ଚିନ୍ତା କରେ କିନ୍ତୁ ପିତା, ମାତା ସବୁ ସମୟରେ ଭଲ ହିଁ ଚିନ୍ତା କରିଥାନ୍ତି ।


                ରଙ୍ଗମଞ୍ଚ ଘର            ବହୁ କଳାକାର
                             ଗଢନ୍ତି ସ୍ବପ୍ନର ଘର,
                 ନିଜ ପରିଚୟ            କରିଦେଇ କ୍ଷୟ
                             ବଦଳାନ୍ତି ବାରବାର।
                 ଏ ଭବସାଗର            ସେହିପରି ଦ୍ବାର
                             ବଦଳାଏ ଭିନ୍ନ ମୋଡ,
                 କାହାକୁ ନାୟକ          କାହାକୁ ଚିନ୍ତୁକ
                             କରିଦେଇପାରେ ଜଡ।
                 ମାନବ ସମାଜ            ହୋଇଛନ୍ତି ସଜ
                             ବନିଛନ୍ତି କଳାକାର ,
                 ନିଜର ଚରିତ୍ର             ହୁଏ ରିପୁ ମିତ୍ର
                             ବୁଡି ଯାଉଛି ସଂସାର।
                 ବାସ୍ତବ ମାନବ            ଯା ଠାରେ ସମ୍ଭବ
                             ଆମରି ଉନ୍ନତି ଖ୍ଯାତି ,
                 ସେ ଆମରି ମାତା         ସେ ଜଗତଜିତା
                             ଲୋଡା ତା ଆଶିଷ ଶକ୍ତି।
                 ମହି ଭବରଙ୍ଗ             କରଇ ତରଙ୍ଗ
                              ଦେଉଥାଏ ସେ ସୁଯୋଗ,
                  କରଛଡା ହୁଏ            କେବେ ଚାଲିଯାଏ
                              କେବେ ଆସିଯାଏ ଯୋଗ।
                                                ମହେଶ୍ୱର କବି 
NOTE :- I hope you like this article. You can share this with your friends and relatives .
It is written by Maheswar Kabi. 
ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା ତେବେ ଏହି ଲେଖାକୁ ସେୟାର୍ କରିବାକୁ ଭୁଲିବେନି ।ଧନ୍ୟବାଦ 

ବାବ୍ ରେ ବାବ୍ ସମୟ ଏମିତି ବି କରିପାରେ // How Time

ସମୟ ଏମିତି ବହୁତ୍ କିଛି କରିପାରେ ଯାହା ମଣିଷ ବିଶ୍ବାସ କରି ପାରେନାହିଁ।
୧:- ସମୟ ରାଜାକୁ ଭିକାରୀ ଓ ଭିକାରୀକୁ ଧନୀ ବନେଇ ଦେଇପାରେ।
୨:- ସମୟ କାହାରି ଗୁହାରି ରଖି କ୍ଷଣକ ପାଇ ବି ରହେନାହି। ସେ ଚାଲୁଥାଏ ଓ ଚାଲୁଥିବ। ତେଣୁ କେବେ କାହାରି ଅପେକ୍ଷା ନ କରି ନିଜ କାମ କରିଚାଲ।
୩:- ସମୟକୁ ନଷ୍ଟ କଲେ କିଛି କଷ୍ଟ ହୁଏନାହିଁ କିନ୍ତୁ ଯେତେବେଳେ ସମୟ ମଣିଷକୁ ନଷ୍ଟ କରିଦିଏ ସେତେବେଳେ ସମୟ ମହତ୍ତ୍ଵ ଜଣାପଡେ।
୪:- ତେଣୁ ସମୟକୁ କେବେ ନଷ୍ଟ ନ କରି କାମ ପ୍ରତି ଧ୍ୟାନ ଦେବା ଉଚିତ୍।

                                   ସମୟ 
              ସମୟ କାହାରି                ରଖେନା ଗୁହାରି
                              କରେନାହିଁ ସେ ଅପେକ୍ଷା,
               ନିଜର ପଥରେ                 ଗାଏ ସେ ଗୀତରେ
                              ଦେଇଯାଏ ବହୁ ଶିକ୍ଷା ।
               କାହାରି ସାହାରା               ନ ମଣି ନିଆରା
                              କର୍ମ ପଥେ ଅଗ୍ରସର,
               ସେହିପରି ଗତି                 ହାରି ଅବା ଜିତି
                               ଦିଏ ଅମୃତର ନୀର ।
               ସର୍ବଦା ମଣିଷ                   ସମୟର ଦାସ
                               ରହିଅଛି ରହିଥିବ ,
              ସମୟକୁ ଛାଡି                   ଚାଲିଗଲେ ମାଡି
                               ସଫଳତା ଅସମ୍ଭବ ।
              କାଳ ତ ଏମିତି                   ରଖେ ବହୁ ଶକ୍ତି
                                ଫେରାଏ ପ୍ରତିବଦଳ ,
              ତାକୁ କଲେ ନଷ୍ଟ                ମିଳେ ବହୁ କଷ୍ଟ
                                ହୋଇପାରେ ପୁଣି ଖଳ ।
              ନଷ୍ଟ କରିଦିଏ                     ଦୁଃଖ ପୁଣି ଦିଏ
                                ନେଇଯାଏ ପ୍ରତିଶୋଧ,
              ଲୋଡା ହେଲେ ସିଏ            ଏମିତି କରାଏ
                                 କରିଦିଏ ପୁଣି ଗଧ ।
NOTE :- I hope you like this poem and article. Give your opinion in comment. This poem is written by Maheswar Kabi.


ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା। 

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post