Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Thursday, July 19, 2018

କେଉ କାମ କରିବା ଉଚିତ୍

କର୍ମ ବିନା ମଣିଷର ବଞ୍ଚିବା ସମ୍ପୂର୍ଣ୍ଣ ଅସମ୍ଭବ। ତେବେ କେବେ କେବେ ଆମର କାମ ଠିକ୍ ନା ଭୁଲ୍ ଆମେ ଜାଣି ପାରି ନଥାଉ ତେଣୁ ଏ ସବୁ ଜାଣିବା ପାଇ କିଛି ଉପାୟ ରହିଛି ତାହା ହେଉଛି
୧:- ଏମିତି କାମ କରନାହିଁ ଯେଉଁଥିରେ ନିଜେ ନିଜ ନଜରରେ ତଳକୁ ଖସିଯିବ।
୨:- ଯେଉଁ କାମ ନିଜର ମନ ଓ ହୃଦୟ ଭାଙ୍ଗିଦିଏ ତାହା ଅଧର୍ମ।
ତାହା କରିବା ଅନୁଚିତ୍।
୩:- ଏମିତି କାମ କରିବା ଦରକାର ଯେମିତି ଆମେ କାଲି ରହିବା ନାହି। ପ୍ରତି କାମକୁ ନିଜର ଶେଷ କାମ ଭାବି ଅତି ନିଖୁଣ ଭାବେ କରିବା ଆବଶ୍ୟକ।



               ନିଜର ହୃଦୟ                ରହୁ ସେ ଅକ୍ଷୟ
                             ଏମିତି ହେଉ କରମ ,
               ଏଥିରେ ଭାଙ୍ଗେନା           କାହାରି କଳ୍ପନା
                             ସୁରକ୍ଷିତ ରହେ ମନ ।
                ନିଜର କରମ                 ନିଜର ଧରମ
                             ଭାଙ୍ଗେ ଯଦି ନିଜ ମନ ,
               ତାହା ହିଁ ଅଧର୍ମ              ବୁଝେନାହି ମର୍ମ
                              ନଷ୍ଟ କରେ ସେ ଜୀବନ ।
                ସେଥିରୁ ବିରତ              ରହିବା ଉଚିତ
                              ଯାହା ଜୀବନର ମୋଡ ,
                ସେ ଏମିତି ମୋଡ            ସବଳ ପାହାଡ
                               ସୃଷ୍ଟି କରିଦିଏ ଝଡ ।
                ଜୀବନର ଗତି               ହୃଦୟର ମତି
                                 ଦିଏ ସିଏ ବଦଳାଇ ,
                ସୁବର୍ଣ୍ଣ ଜୀବନ               ସନ୍ତୁଷ୍ଟ ମରଣ
                                 ସୃଷ୍ଟି କରେ ଏହି ମହି ।
                ଉଚିତ ସମୟ                 କରନାହି କ୍ଷୟ
                                 ଲୋଡା ଯେ ସଦୁପଯୋଗ ,
                 ଗଡିଗଲେ ଏହା              ରହେନାହି ତାହା
                                 ବଦଳିଯାଏ ସେ ଦିଗ ।
NOTE :- I hope you like this article which is written by Maheswar Kabi. If you like then do not for get to share it with your friends and relatives. THANK YOU
ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା ତେବେ ଏହି ଲେଖାକୁ ସେୟାର୍ କରିବାକୁ ଭୁଲିବେନି । ଧନ୍ୟବାଦ
                              ମହେଶ୍ୱର କବି
                    ସମ୍ପାଦକ, ଓଡିଶା ସଂସ୍କାର

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post