Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Friday, November 23, 2018

IAS ଅପରାଜିତା ଲଢିବେ କେଉଠାରୁ

ଆସନ୍ତା ୨୭ ତାରିଖରେ IAS ଅପରାଜିତା ଶରଙ୍ଗି ଦିଲ୍ଲୀରେ ସମ୍ପୂର୍ଣ୍ଣ ବିଧିବଦ୍ଧ ଭାବରେ ବିଜେପି ରେ ଯୋଗ ଦେବେ। ଏବେ ପ୍ରଶ୍ନ ଉଠୁଛି କି ଅପରାଜିତା କେଉଁ ଜିଲ୍ଲାର ଆସନୁ ନିର୍ବାଚନ ଲଢିଲେ। ତେବେ ଯାହା ଜଣାପଡୁଛି କି ସେ ଭୁବନେଶ୍ବରର ଲୋକସଭା ଆସନରୁ ଲଢିବେ।

      ତେବେ ଏ କଥା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନାହିଁ କିନ୍ତୁ     ବିଜେପିର ବରିଷ୍ଠ ସଦସ୍ୟ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ ପ୍ରକାଶ କରିଛନ୍ତି କି ତାଙ୍କ ପୁତ୍ର ଶ୍ରୀ ପୃଥିରାଜ ହରିଚନ୍ଦନ ଭୁବନେଶ୍ବରରୁ ନୁହେ ବରଂ ଚିଲିକାରୁ ଲୋକସଭା ଆସନ ପାଇ ଲଢିବେ। ତେବେ ଏଥିରୁ ଜଣାପଡୁଛି  ପୂର୍ବତନ IAS ଅଫିସର୍ ଅପରାଜିତା ଭୁବନେଶ୍ବରରୁ ଲଢିପାରନ୍ତି। ଏମିତି ଭାବରେ ମଧ୍ୟ ଭୁବନେଶ୍ବରରେ ତାଙ୍କର ପୂର୍ବରୁ ପଦବୀ ରହିଥିଲା। ତେବେ ଆଗକୁ ଜଣାପଡିବ କ'ଣ ହେଉଛି।  

Thursday, November 22, 2018

ହକି ବିଶ୍ବ କପ୍ ପାଇ ନିଆଯାଉଥିବା ବିଶେଷ ପଦକ୍ଷେପ // Special announcement for hockey world cup in odia

ଆଉ କିଛି ଦିନର ଅପେକ୍ଷା , ହକି ବିଶ୍ବ କପ୍ ଆରମ୍ଭ ହେବାକୁ ଯାଉଛି। କମିସନର୍ ପୋଲିସ୍ ହେବାକୁ ଥିବା ଗହଳି ପାଇ କିପରି ସବୁକିଛି ନିୟନ୍ତ୍ରଣ କରାଯାଇ ପାରିବ ତାହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛି। ପାର୍କି ଓ ଟ୍ରାଫିକ୍ ପାଇ ବିଶେଷ ଭାବରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯାଉଛି ।

    ପାର୍କିଂ ପାଇ ବହୁତ୍ ଗୁଡାଏ ସ୍ଥାନ ଚିହ୍ନଟ କରାଯାଇଛି । କେବଳ ଜନତା ମଇଦାନରେ ହେଇଥିବା ପାର୍କିଂ କୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି ଓ ଅନ୍ଯ ସବୁ ପାର୍କଂ ପାଇ ଦେୟ କରାଯାଇଛି। ପାର୍କିଂ ବ୍ଯବସ୍ଥା ଠିକ୍ ଠିକ୍ ରଖିବା ପାଇ ଗୋଟିଏ ଆପ୍ ବନାଯିବ ଯେଉଁଥିରେ ସମସ୍ତ ପାର୍କିଂଗ ସ୍ଥାନରେ ରହିଥିବା ଖାଲି ସ୍ଥାନ ବିଷୟରେ ଜଣାଇବ। ଟ୍ରାଫିକ୍ ପାଇ ମଧ୍ୟ ୧୦୦ ଜଣ ପୋଲିସ୍ ଙ୍କୁ ତାଲିମ୍ ଦିଆଯାଉଛି । ଆଶା କରାଯାଉଛି ସବୁକିଛି ଠିକ୍ ରହିବ।  

ଜାଣନ୍ତୁ ବ୍ଯାଙ୍କରେ ଆପଣଙ୍କ ରହିଥିବା ଅଧିକାର // Banking Rules in odia

ଆପଣଙ୍କର ଯଦି ବ୍ଯାଙ୍କରେ ଆକାଉଣ୍ଟ ରହିଛି ତେବେ ଆପଣ କେବେ ନା କେବେ ବ୍ଯଙ୍କିଂ କାମରେ ବ୍ଯାଙ୍କ ଯାଇଥିବେ। ଯଦି କାଉଣ୍ଟରରେ ଅଧିକାରୀ ନ ଥାନ୍ତି ତେବେ ଆପଣଙ୍କୁ ଅପେକ୍ଷା କରିବାକୁ କୁହାଯାଏ ସେଥିପାଇଁ ଆପଣ ବ୍ଯସ୍ତ ବିବ୍ରତ ହୋଇ ପଡନ୍ତି। କେବେ କେବେ କର୍ମଚାରୀ ଆପଣଙ୍କୁ ଏବେ Lunch Time କହି ଅପେକ୍ଷା କରାନ୍ତି। କିନ୍ତୁ ଆପଣ ଜାଣି ରଖନ୍ତୁ ଏମିତି କିଛି ନିୟମ ତାହା RBIଦ୍ବାରା କୁହାଯାଇଛି।
Banking Rule

   RBI ନିୟମ ଅନୁସାରେ ବ୍ଯାଙ୍କରେ ଗ୍ରାହକଙ୍କୁ ୧୦ ରୁ ୪ ଟା ପର୍ଯ୍ୟନ୍ତ ବିନା ର୍ବେକ ରେ ସେବା ଯୋଗାଇ ଦିଆଯିବ। ବ୍ଯାଙ୍କରେ ଅଧିକାରୀ ଜଣ ଜଣ କରି LUNCH କରିପାରିବେ। କିନ୍ତୁ ଗ୍ରାହକର ସେବା ପାଇ ପ୍ରତି ମୁହୁର୍ତ୍ତରେ କାଉଣ୍ଟରରେ କେହି ନା କେହି ଉପସ୍ଥିତ ରହିବା ଆବଶ୍ୟକ । ସ୍ଥାୟୀ ଠିକଣା ନ ଥିଲେ ମଧ୍ୟ ବ୍ଯାଙ୍କରେ ଆକାଉଣ୍ଟ ଖୋଲାଯାଇ ପାରିବ। ସମସ୍ତ କଏନ୍ ମଧ୍ୟ ବ୍ଯାଙ୍କ ଗ୍ରହଣ କରିବେ।
ଏ ହେଉଛି ବ୍ଯାଙ୍କର ଏମିତି କିଛି ନିୟମ ଯାହା ସମସ୍ତ ବ୍ଯାଙ୍କର ଗ୍ରାହକଙ୍କର ଜାଣିବା ଜରୁରୀ ।

ବସ୍ ଦୁର୍ଘଟଣା ପାଇ ଦାୟୀ କିଏ

ଏବେ କଟକର ଜଗତପୁରରେ ଘଟିଥିବା ଦୁର୍ଘଟଣା ପାଇ ଗଠିତ ହୋଇଥିବା ତିନି ଜଣିଆ ଟିମ ନିଜର ତନାଘନା ପରେ ନିଜର ତଥ୍ୟ ରଖିଛନ୍ତି । ଏହି ଟିମ ର କହିବା କଥା ଗାଡି ଫିଟ୍ ନେସ୍ ଠିକ୍ ଅଛି। ଗାଡିରେ speed governor ସଂଯୁକ୍ତ ରହିଥିଲା ତେଣୁ ଗାଡି ୮୦ କି.ମି ପ୍ରତି ଘଣ୍ଟାରୁ ଅଧିକ ଯାଇପାରିବ ନାହିଁ । ବ୍ରିଜ ର ବାଡ ମଧ୍ୟ ଦୁର୍ବଳ ରହିଥିଲା । ଏଣେ ବ୍ରିଜ ର ବାଡ ଦୁର୍ବଳ ହେଉ କିମ୍ବା ମଇଁଷିକୁ ବଞ୍ଚାଇକୁ ଯାଇ ଏହି ଦୁର୍ଘଟଣା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।

     ଏପଟେ ଏହି ଦୁର୍ଘଟଣାକୁ ଅଙ୍ଗେ ଲିଭାଇଥିବା ଯାତ୍ରୀଙ୍କ କହିବା କଥା ଆଉ କିଛି । ଯାତ୍ରୀଙ୍କ କହିବା କଥା ଗାଡି ଦ୍ରୁତ ଗତିରେ ରହିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତ୍ଯାସତ୍ଯ ବାହାରକୁ ଆସିନାହିଁ।
ତେବେ ଆଗାମୀ ଦିନରେ ଏହାର ସତ୍ଯାସତ୍ଯ ବାହାରକୁ ଆସିଲେ ଦୁର୍ଘଟଣାର ଅସଲ କାରଣ ଜଣାପଡିବ।

ଲାଗିପାରେ ATM ସାମ୍ନାରେ ଲମ୍ବା ଲାଇନ୍

ପୁଣି ଥରେ ଲଗାଇବାକୁ ପଡିପାରେ ଏଟିଏମ୍ ସାମ୍ନାରେ ଲମ୍ବା ଲାଇନ୍। ୨ ବର୍ଷ ତଳେ ଯେବେ ବିମୁଦ୍ରାକରଣ ହୋଇଥିଲା ସେତେବେଳେ ଏଟିଏମ୍ ସାମ୍ନାରେ ଓ ବ୍ଯାଙ୍କ ସାମ୍ନାରେ ଟଙ୍କା ଜମା ଓ ଉଠାଣ ପାଇ ଲମ୍ବା ଲମ୍ବା ଲାଇନ୍ ଲଗାଇବାକୁ ପଡିଥିଲା। ଏବେ ପୁଣି  କ'ଣ ବିମୁଦ୍ରାକରଣ ହେବ ନା ଏବେ ସେ ସମସ୍ଯା ନୁହେ ବରଂ ଏ ଥର ତ Confederation of ATM Industry ର ଚେତାବନୀ ସାମ୍ନାକୁ ଆସୁଚି।
Odia news

      ଦେଶରେ ପ୍ରାୟ ୨୩୮୦୦୦ ଏଟିଏମ୍ କାର୍ଯକ୍ଷମ ଥିବାବେଳେ ୧୧୩୦୦୦ ଏଟିଏମ୍ ବନ୍ଦ ହେବାର ସମ୍ଭାବନା ରହିଛି । ଅଧିକାଂଶ ଏଟିଏମ୍ ଗ୍ରାମାଞ୍ଚଳରେ ବନ୍ଦ ହୋଇଯିବାର ସମ୍ଭାବନା ରହିଛି । Confederation of ATM Industry ର କହିବା ଅନୁସାରେ ବିମୁଦ୍ରାକରଣ ପରେ ପରେ ଛୋଟ ଛୋଟ ପରିବର୍ତ୍ତନ ଯୋଗୁ ଏହା ଏକ ବଡ ପରିବର୍ତ୍ତନର ରୂପ ନେଇଛି। ତେଣୁ ଆଗାମୀ ବର୍ଷ ଅର୍ଥାତ୍ ୨୦୧୯ ଆସିବା ର୍ପୂବରୁ ଅଧା ଏଟିଏମ୍ ବନ୍ଦ ହୋଇଯାଇ ପାରେ। 

Wednesday, November 21, 2018

ଲୁଟେରା ଧରା ପଡି ଛେଚା ଖାଇଚି

ଭଣ୍ଡାରି ପୋଖରୀ ପୋଲିସ୍ ଷ୍ଟେସନ ଅଧିନରେ ରହିଥିବା ଏକ ଏଟିଏମ୍ ରୁ ଟଙ୍କା ଲୁଟ୍ ବେଳେ ଲୁଟେରା ଲୋକଙ୍କ ହାତରେ ଧରାପଡ଼ି ମାଡ ଖାଇଛି। ଗତକାଲି ରାତି ୨ ଟା ସମୟରେ କିଛି ଲୁଟେରା ଲୁଟ୍ ର ଯୋଜନା କରି ଏଟିଏମ୍ ନିକଟକୁ ଆସି ଲୁଟ୍ ର ଉଦ୍ଯମ କରିଥିଲେ। ସେମାନେ ଏଟିଏମ୍ କୁ ଭାଙ୍ଗି ଦେଇଥିଲେ ଏହି ସମୟରେ ଜଣେ ସ୍ଥାନୀୟ ବ୍ଯକ୍ତି ଏହା ଦେଖିନେଇଥିଲେ। ସେ ସଙ୍ଗେ ସଙ୍ଗେ ପୋଲିସ୍ କୁ ଖବର କରି ଅନ୍ଯ କିଛି ଲୋକଙ୍କୁ ଜଣାଇ ଦେଇଥିଲେ।
Odia news

         ଲୁଟେରାମାନେ ଖସିଯାଉଥିବା ବେଳେ ଜଣେ ଲୁଟେରା ଧରା ପଡିଛି। ସେହି ଲୁଟେରାକୁ ଲୋକମାନେ ଧରି ବହେ ମାଡ ଦେଇ ପୋଲିସ୍ ନିକଟରେ ଦେଇଥିଲେ। ପୋଲିସ୍ ଏକ ଗାଡି ଓ ଡ୍ରାଇଭର୍ ଙ୍କୁ ମଧ୍ୟ ଜବତ କରିଛି ଓ ଅନୁସନ୍ଧାନ ଆରମ୍ଭ କରି ସାରିଛି।

ବସ୍ ଦୁର୍ଘଟଣାର ଅସଲ କାରଣ କ'ଣ

କଟକର ଜଗତପୁରର ମହାନଦୀ ବ୍ରିଜଠାରେ ଘଟିଥିବା ଦୁର୍ଘଟଣାର କାରଣ ଜାଣିବା ପାଇ ପୋଲିସ୍ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ବସ୍ ରେ ରହିଥିବା ଏବଂ ଏବେ ସୁସ୍ଥ ଥିବା ଯାତ୍ରୀଙ୍କ କହିବା କଥା ଦ୍ରୁତ ଗତି , ଏହି ମହା ବିପତ୍ତିର କାରଣ ସାଜିଛି। ତେବେ ଗାଡିର ବେଗ ଘଣ୍ଟାକୁ ୧୦୦ କି.ମି.  ରହିଥିବାର ଯାତ୍ରୀ କହିଛନ୍ତି।
Odia news

     ତେବେ ଏ ପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିସାରିଛି ସେଥିରୁ ୭ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳା ଅଟନ୍ତି। ୭ ଜଣ ଆହତଙ୍କୁ ICU କୁ ପଠାଯାଇଛି । ସରକାର ଏ ଦୁର୍ଘଟଣାର ଅସଲ କାରଣ ଜାଣିବା ପାଇ ତନାଘନାକୁ ଯୋର୍ କରିବା ପାଇ ଆଦେଶ ଦେଇଛନ୍ତି।

22 ନଭେମ୍ବର ଆଜିର ରାଶିଫଳ

୨୨ ନଭେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ.

ମେଷ : ଆପଣଙ୍କ ଆଜିର ଦିନ ଆଧ୍ୟାତ୍ମିକ ଦୃଷ୍ଟିରୁ ଅନନ୍ୟ ଅନୁଭୂତି ପ୍ରମାଣିତ ହେବ। ଗୂଢ଼ ଏବଂ ରହସ୍ୟମୟ ବିଦ୍ୟା ଶିଖିବାପାଇଁ ବିଶେଷ ରୁଚି ନେବେ। ଆଧ୍ୟାତ୍ମିକ ସିଦ୍ଧି ମିଳିବାର ଯୋଗ ଅଛି। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଶୁଭ ସମୟ ନୁହେଁ। ଯାତ୍ରାରେ ଆକସ୍ମିକ କଠିନତା ଆସିବ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶତ୍ରୁମାନେ ଆପଣଙ୍କୁ ହାନି ନ ପହଁଞ୍ଚାନ୍ତୁ ଏହାର ଧ୍ୟାନ ରଖିବାକୁ ଉପଦେଶ।

ବୃଷ : ଆଜି ଆପଣଙ୍କୁ ଦାମ୍ପତ୍ୟଜୀବନର ବିଶେଷ ଆନନ୍ଦ ମିଳିବ। ଆପଣ କୁଟୁମ୍ବ ସହ କୌଣସି ସାମାଜିକ ସ୍ଥାନକୁ ବୁଲିବାକୁ ଅଥବା ଲଘୁ ଯାତ୍ରାରେ ଯାଇ ଆନନ୍ଦରେ ଦିନ କାଟିବେ। ସ୍ନେହୀଜନ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ଆସିବ। ବିଦେଶରେ ରହୁଥିବା ସ୍ନେହୀଜନମାନଙ୍କର ଭଲ ସମାଚାର ମିଳିବ। ଆକସ୍ମିକ ଧନ ଲାଭ ମିଳିବ। ବ୍ୟାପାରିମାନଙ୍କର ବ୍ୟାପାରରେ ବୃଦ୍ଧି ହେବ। ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ଯଶ ଏବଂ ପ୍ରତିଷ୍ଠା ପ୍ରାପ୍ତ ହେବ।

ମିଥୁନ : କାର୍ଯ୍ୟ ସଫଳତା ଏବଂ ଯଶ, କୀର୍ତ୍ତି ପ୍ରାପ୍ତ କରିବା ପାଇଁ ଆଜିର ଦିନ ଶୁଭ ଅଟେ। ଘରେ ସୁଖ- ଶାନ୍ତିର ବାତାବରଣ ରହିବ। ଶାରୀରିକ ଏବଂ ମାନସିକ ରୁପରେ ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭର ସମ୍ଭାବନା ଅଛି। ଆଜି ଖର୍ଚ୍ଚ ହେବ ପରନ୍ତୁ ତାହା ଆପଣଙ୍କୁ ଅନାବଶ୍ୟକ ଲାଗିବ ନାହିଁ। ରୋକି ଯାଇଥିବା କାର୍ଯ୍ୟଗୁଡ଼ିକର ସମ୍ପୂର୍ଣ୍ଣତା ପାଇଁ ମାର୍ଗ ସରଳ ବନିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ସଫଳତା ପ୍ରାପ୍ତ କରିବେ। ସ୍ଵଭାବରେ କ୍ରୋଧ ଉପରେ ଲଗାମ ଲଗାଇବାର ଆବଶ୍ୟକତା ଅଛି।

କର୍କଟ : ଆଜିର ଦିନ ଶାନ୍ତ ରହିକରି କାଟିବାପାଇଁ ଚେତାବନୀ। ଶାରୀରିକ ଏବଂ ମାନସିକ ଅସୁସ୍ଥତା ଆପଣଙ୍କୁ ଚିନ୍ତିତ କରିବ। ଆକସ୍ମିକ ଖର୍ଚ୍ଚ ହେବ। ପ୍ରେମୀଜନମାନଙ୍କ ମଧ୍ୟରେ ବାଦ-ବିବାଦ କାରଣରୁ ମନମାଳିନ୍ୟ ହେବ। ବିପରୀତ ଲିଙ୍ଗର ବ୍ୟକ୍ତିମାନଙ୍କ ପ୍ରତି ଆକର୍ଷଣ ଆପଣଙ୍କ ପାଇଁ ସଙ୍କଟ ହେବ। ଯାତ୍ରା ଏବଂ ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବା ହିତ ହେବ। ପେଟ ତଥା ପାଚନତନ୍ତ୍ର ସମ୍ବନ୍ଧିତ ସମସ୍ୟା ଚିନ୍ତିତ କରିବ।

ସିଂହ : ଆଜି ପରିବାରରେ ମନମାଳିନ୍ୟର ବାତାବରଣ ରହିବ। କୁଟୁମ୍ବ ଜନମାନଙ୍କ ସହିତ ମନମାଳିନ୍ୟର ସୁଯୋଗ ଆସିବ। ମା’ ଙ୍କର ସ୍ଵାସ୍ଥ୍ୟ ଖରାପ ହେବ। ମନରେ ନକାରାତ୍ମକ ବିଚାର ଆସିବାରୁ ମନଦୁଃଖ ତଥା ଚିନ୍ତିତ ଅନୁଭବ କରିବେ। ଜମି, ବାସଗୃହ, ବାହନ ଆଦିର କାଗଜପତ୍ର ଉପରେ ହସ୍ତାକ୍ଷର କରିବା ପାଇଁ ଦିନ ଭଲ ନୁହେଁ। ଚାକିରି-ପେଶାବାଲାଙ୍କୁ ଚାକିରିରେ ଚିନ୍ତା ରହିବ। ମହିଳା ବର୍ଗ ତଥା ପାଣିକୁ ସମ୍ଭାଳିକରି ରହିବାକୁ ଉପଦେଶ।

କନ୍ୟା : ଶାରୀରିକ-ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଏହା ସହିତ ଆପଣଙ୍କର ପ୍ରେମପୂର୍ଣ୍ଣ ସମ୍ବନ୍ଧ ଦୃଢ଼ିଭୂତ ହେବ। ଭାଇ-ଭଉଣୀମାନଙ୍କ ସହିତ ଭଲ ଭାବରେ ସମୟ କାଟିବେ ଏବଂ ତାଙ୍କର ଲାଭ ମଧ୍ୟ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଚାଲ ନିଷ୍ଫଳ ହେବ। ଭାଗ୍ୟବୃଦ୍ଧିର ଯୋଗ ପାଇଁ ମଧ୍ୟ କୌଣସି କାର୍ଯ୍ୟରେ ଅବିଚାରୀ ପଦକ୍ଷେପରେ ହାନି ହୋଇପାରେ। ଏମିତି ଚେତାବନୀ ଦିଆଯାଉଛି। ଗୂଢ଼ ଏବଂ ଆଧ୍ୟାତ୍ମିକ ମାମଲାରେ ସିଦ୍ଧି ମିଳିବ।

ତୁଳା : ଆଜିର ଦିନ ଆପଣଙ୍କ ମାନସିକ ସ୍ଥିତି ଦ୍ୱନ୍ଦ୍ୱପୂର୍ଣ୍ଣ ରହିବ। ଯାହାଫଳରେ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନ ନେବାକୁ ଉପଦେଶ। ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ ପରିବାରଜନମାନଙ୍କ ସହିତ ବାଦ ବିବାଦ କରନ୍ତୁନାହିଁ। ନିଜର ଜିଦ୍ଦୀ ଛାଡ଼ିକରି ଆପଣଙ୍କୁ ସମାଧାନ କରିବାକୁ ପଡ଼ିବ। ଆର୍ଥିକ ଲାଭର ସମ୍ଭାବନା ଅଛି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।

ବିଚ୍ଛା : ପରିବାରର ଲୋକମାନଙ୍କ ସହିତ ଆଜିର ଦିନ ଆମୋଦ-ପ୍ରମୋଦରେ କଟିବ। ଶାରୀରିକ ଏବଂ ମାନସିକ ପ୍ରସନ୍ନତା ରହିବ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ସଫଳ ଏବଂ ଆନନ୍ଦଦାୟକ ରହିବ। କୌଣସି ଶୁଭ ସମାଚାର ମିଳିବ। ମିତ୍ର ତଥା ସ୍ନେହୀଜନମାନଙ୍କ ତରଫରୁ ଉପହାର ମିଳିବାରେ ଆନନ୍ଦ ଅନୁଭବ କରିବେ। ଆନନ୍ଦଦାୟକ ଯାତ୍ରା ହେବ। ଦାମ୍ପତ୍ୟଜୀବନରେ ମଧୁରତା ରହିବ। ସାମାନ୍ୟ ରୂପରେ ସମ୍ପୂର୍ଣ୍ଣ ଦିନ ଖୁସିରେ କଟିବ।

ଧନୁ : ଆଜିର ଦିନ କଷ୍ଟଦାୟକ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବ। ସ୍ଵଭାବରେ କ୍ରୋଧ ଏବଂ ଆବେଶ ରହିବ। ଯାହାଦ୍ୱାରା କାହା ସହିତ ଉଗ୍ର ମତଭେଦ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହେବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଦୁର୍ଘଟଣାରୁ ବଞ୍ଚନ୍ତୁ। ଅର୍ଥ ଅତ୍ୟଧିକ ଖର୍ଚ୍ଚ ହେବ। କୋର୍ଟ ସମ୍ବନ୍ଧିତ କାମରେ ସାବଧାନ ପୂର୍ବକ ପଦକ୍ଷେପ ଉଠାଇବେ।

ମକର : ଆଜିର ଲାଭଦାୟକ ଦିନରେ ଆପଣଙ୍କ ଘରେ କୌଣସି ଶୁଭ ପ୍ରସଙ୍ଗର ଆୟୋଜନ ହେବାର ସମ୍ଭାବନା ଅଛି। କୌଣସି ବସ୍ତୁ କିଣିବା ପାଇଁ ଆଜି ଶୁଭ ଦିନ ଅଟେ। ଶେୟାର-ସଟ୍ଟା ପ୍ରବୃତ୍ତିଗୁଡ଼ିକରେ ଧନ ଲାଭ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ସାକ୍ଷାତକରି ଆନନ୍ଦିତ ହେବେ। ସାମାଜିକ କ୍ଷେତ୍ରରେ ଚାକିରି ବ୍ୟବସାୟରେ ଲାଭ ମିଳିବ।

କୁମ୍ଭ : ଭଗବାନଙ୍କର ଆଶୀର୍ବାଦ ସହିତ ଆଜି ଆପଣ ଉପରେ ଉଚ୍ଚ ପଦାଧିକାରୀ ଏବଂ ବୃଦ୍ଧ ବର୍ଗଙ୍କର ମଧ୍ୟ କୃପାଦୃଷ୍ଟି ରହିବ। ଆପଣଙ୍କ ସମସ୍ତ କାମ ସରଳତାରେ ସମ୍ପନ୍ନ ହେବାପରି ପ୍ରତୀୟମାନ ହେବ। ଚାକିରି- ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ। ଆପଣ ମାନସିକ ରୂପରେ ଆଶ୍ୱସ୍ତି ଅନୁଭବ କରିବେ। ସ୍ଵାସ୍ଥ୍ୟ ଭଲ ରହିବ। ମାନ- ସମ୍ମାନ ବଢ଼ିବ। ଗୃହସ୍ଥ ଜୀବନରେ ଆନନ୍ଦର ଅନୁଭୂତି କରିବେ।

ମୀନ : ଆଜି ଆପଣ ହୃଦୟ ଏବଂ ମନରେ ଆଳସ୍ୟ ତଥା ଅଣନିଶ୍ୱସୀ ଅନୁଭବ କରିବେ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିବ। ଚାକିରିରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ବାଦବିବାଦ ହେବାରେ ତାଙ୍କୁ ଅସନ୍ତୋଷ ହେବ। ଶତ୍ରୁ ମୁଣ୍ଡ ଉଠାଇବେ, ନକାରାତ୍ମକ ବିଚାରରେ ମନ ଘେରି ହୋଇ ରହିବ। ସରକାରଙ୍କର ତରଫରୁ କୌଣସି ଅସୁବିଧା ହେବ। ପୁତ୍ର ସହିତ ମତଭେଦ ବଢ଼ିବ।

ବନ୍ଦ ହୋଇପାରେ ଦେଶର ଅଧା ଏଟିଏମ୍

ବନ୍ଦ ହୋଇଯାଇ ପାରେ ଦେଶର ଅଧା ଏଟିଏମ୍ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଖବର ପ୍ରକାଶ କରିଛନ୍ତି Confederation of ATM Industry । ଏହା ହେଉଛି ସେହି ସଂସ୍ଥା ଯାହା ଏଟିଏମ୍ ର ସ୍ଥାପନା , ଟଙ୍କା ଜମା ଓ ଏହାର ସୁରକ୍ଷାର ଦାୟିତ୍ୱ ନେଇଥାଏ । ତେବେ ଏହି ସଂସ୍ଥା ଏଭଳି ନିଷ୍ପତ୍ତି ନେବାର କାରଣ  କ'ଣ ରହିଛି । ଆସନ୍ତୁ ଏ ବିଷୟରେ ଆଲୋଚନା କରିବା।

    ମୁଖ୍ୟତଃ ଏଟିଏମ୍ ପରିଚାଳନା ନୀତିରେ ଅନେକ ପରିବର୍ତ୍ତନ ଯୋଗୁ ଏ ଭଳି ଜଟିଳ ପରିସ୍ଥିତି ଉପୁଜିବାର କାରଣ ହୋଇପାରେ। ଆଉ କିଛି ଏଟିଏମ୍ ପରିଚାଳନା ସଂସ୍ଥା ଉପରେ ବିମୁଦ୍ରାକରଣର ପ୍ରଭାବ ପଡିଛି। ଟଙ୍କା ପରିବହନ ଓ ଭର୍ତ୍ତିରେ ନୂଆ ନିୟମ ଯୋଗୁ ୩ ହଜାର କୋଟିର ଚାପ ପଡିଛି ଏହି ସଂସ୍ଥା ଉପରେ।
     ଦେଶରେ ୨୩୮୦୦୦ ଏଟିଏମ୍ ଥିବାବେଳେ ଏହି ନିଷ୍ପତ୍ତି ଲାଗୁହେଲେ ୧୧୩୦୦୦ ଏଟିଏମ୍ ବନ୍ଦ ହୋଇଯିବାର ସମ୍ଭାବନା ରହିଛି।
ପ୍ରାୟ ୧ ଲକ୍ଷ ଅଫସାଇଟ୍ ଏଟିଏମ୍ ଓ ୧୫ ହଜାର ହ୍ବାଇଟ ଲେବଲ ଏଟିଏମ୍ ବନ୍ଦ ହେବାର ଆଶଙ୍କା ରହିଛି । ଅର୍ଥାତ୍ ନନ୍ ବ୍ଯଙ୍କିଂ ସଂସ୍ଥା ଓ ବ୍ଯଙ୍କିଂ ସଂସ୍ଥା ଭିତରେ ରହୁଥିବା ଏଟିଏମ୍ ବନ୍ଦ ହୋଇଯିବାର ସମ୍ଭାବନା ରହିଛି ।
ବିଶେଷ ଭାବରେ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ଏଟିଏମ୍ ବନ୍ଦ ହୋଇଯିବାର ସମ୍ଭାବନା ରହିଛି ।
  

ବସ୍ ଓ ଟ୍ରକ୍ ମୁହାଁମୁହିଁ , ୧୫ ଆହାତ

କାଲିର କଟକଠାରେ ହୋଇଥିବା ଦୁର୍ଘଟଣା ମନରୁ ନ ଯାଇଥିବାବେଳେ ଖବର ଆସୁଛି କି ବଣାଇଠାରେ ବସ୍ ଓ ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଥିବା ଜାଣିବାକୁ ମିଳୁଛି। ସମସ୍ତ ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

     ଏଭଳି ଏକ ଦୁର୍ଘଟଣା ଘଟିବା ପଛର ମୁଖ୍ୟ କାରଣ କ'ଣ ଓ କେଉଁ ପରିସ୍ଥିତିରେ ଏ ଭଳି ଏକ ଦୁର୍ଘଟଣା ଘଟିଲା ତା ଉପରେ ପୋଲିସ୍ ର ଅନୁସନ୍ଧାନ ଆରମ୍ଭ ହୋଇସାରିଛି ।

ଓଡିଶାରେ କେତୋଟି ସୁନାଖଣି ସନ୍ଧାନ ହୋଇଛି ଓ କେଉଁଠାରେ

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ପାରନ୍ତି କିନ୍ତୁ ଏହା ସତ ଓଡିଶାର ବିଭିନ୍ନ ସ୍ଥାନରେ ସୁନା ଖଣିମାନଙ୍କର ସନ୍ଧାନ ମିଳିଛି। ସୁଚନା ଅନୁସାରେ କେନ୍ଦୁଝର, ଗୋପୁର, ଗାଜିପୁର , କୁଶକଳା, ଅଡାଳ ଓ ତେଲକୋଇ ରେ ସୁନାଖଣିର ସନ୍ଧାନ ମିଳିଛି।

ଯଦି ଆମେ କେତେ ପରିମାଣର ସୁନା ଦେଖିବା ତେବେ ଗୋପୁରର ୨ଟି ସୁନାବାହୀ: ୦୧ଗ୍ରାମ /ଟନ ସୁନାର ଆକଳନ ହୋଇସାରିଛି ।
ଯଶିପୁରର ବାଦାମପାହାଡ: ୦.୧ - ୨.୬ ଗ୍ରାମ/ ଟନ ସୁନା , ସୁଲେଇପାଟ ଧୂସରା ପାହାଡ:- ୨.୩ କି.ମି ଅଞ୍ଚଳରେ ୦.୧ - ୦.୮ ଗ୍ରାମ / ଟନ ସୁନା ଗଚ୍ଛିତ ରହିଥିବା ସୂଚନା ମିଳିଛି।
   କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସୁନା ଖଣିର ସନ୍ଧାନ ମିଳିଅଛି। କୋରାପୁଟ ଜିଲ୍ଲାର କୋଲାବ ନଦୀ ଶଯ୍ଯାରେ ଓ ବୌଦ୍ଧ ମହାନଦୀ ଶଯ୍ଯାରେ ସୁନା ସନ୍ଧାନ ମିଳିଛି।
    ସୁନ୍ଦରଗଡ, ନବରଙ୍ଗପୁର, ମାଲକାନଗିରି ଓ ଅନୁଗୁଳରେ ବିକ୍ଷିପ୍ତ ଭାବରେ ସୁନାର ସନ୍ଧାନ ମିଳିଛି।
      କିନ୍ତୁ ଏବେ ପ୍ରଶ୍ନ ଉଠୁଛି କି ସୁନା କିଭଳି ଅବସ୍ଥାରେ ରହିଅଛି ଓ କିଭଳି ଏହାକୁ ଉତ୍ତୋଳନ କରାଯାଇ ରାଜ୍ୟ ଓଡିଶାର ବିକାଶ କ୍ଷେତ୍ରରେ ଲଗାଇ ଯାଇପରିବ।  

Tuesday, November 20, 2018

କଟକର ଜଗତପୁରରେ ଘଟିଥିବା ଦୁର୍ଘଟଣା ବିଷୟରେ କିଛି ତଥ୍ଯ

ଗତକାଲି ତା ୨୦|୧୧|୨୦୧୮ ରେ ତାଳଚେରରେ ଭୁବନେଶ୍ବର ଆସୁଥିବା ଏକ ବସ୍ ହଠାତ୍ ଏକ ମଇଁଷି ସହ ଧକ୍କା ହୋଇ ନିଜର ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡିଥିଲା । ସ୍ଥାନୀୟ ଓଡ୍ରାଫ ଦଳ ଓ ପୋଲିସ୍ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ଏବେ ପର୍ଯ୍ୟନ୍ତ ସୁଚନା ଅନୁସାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୪୬ ଜଣ ବିଶେଷ ଭାବରେ ଆହତ ହୋଇଛନ୍ତି ।

        ଗାଡିର ନମ୍ବର ହେଉଛି OD-35-A-0211 ଓ ଗାଡିର ମାଲିକ ହେଉଛନ୍ତି ଶ୍ରୀକାନ୍ତ ପାଣି । ଏହି ଗାଡିର ବିମାର ଅବଧି ରହିଛି ଜାନୁଆରି ୧୦ ,  ୨୦୧୯।  ତାଳଚେର RTO ରେ ଗାଡିର ରେଜିଷ୍ଟ୍ରେସନ ହୋଇଥିଲା।

Saturday, November 17, 2018

'ଭୁଲ୍' ଯାହା ମଣିଷ ଜାଣିଶୁଣି ବାରମ୍ବାର କରିଥାଏ // Mistake of Life in odia Part 1

'ଭୁଲ୍' ଏମିତି ଏକ ଶବ୍ଦ ଯାହା ଆମରି ନିୟନ୍ତ୍ରଣରେ ଏଥାଏ। ଯେତେ ଚେଷ୍ଟା କଲେ ମଧ୍ୟ ଆମ ହାତରେ ଭୁଲ୍ ହୋଇଯାଏ ତେଣୁ କଥାରେ ଅଛି ' ମଣିଷ ମାତ୍ରକେ ଭୁଲ୍ '। କେବେ କେବେ ଏମିତି କିଛି ଘଟିଯାଏ ଯାହା ଆମକୁ ଜୀବନସାରା କଷ୍ଟ ଦେଇଥାଏ। 'ମା'ର ସାହାରାରେ ଏ ଧରା ପୃଷ୍ଠକୁ ଆସିବା ପରେ ଆମେ କରିଥିବା ଭୁଲ୍ ହିସାବ କରାଗଲେ ସମ୍ପୂର୍ଣ୍ଣ ହିସାବ ପାଇବା ଅସମ୍ଭବ ହୋଇଯିବ। ଜୀବନର ଏମିତି ଏକ ସମୟ ଯେଉଁ ସମୟରେ ଅଧିକ ଭୁଲ୍ ହୋଇଯାଏ ତାହା ହେଉଛି ଯୌବନ ସମୟ।
Mistake

        ଏବେ ସେହି ଯୌବନ ସମୟର ଭୁଲ୍ ବିଷୟରେ କହିବାକୁ ଯାଉଛି ଯାହା ଅଧିକାଂଶ ଯୁବକମାନେ କରିଥାନ୍ତି। ପ୍ରେମ ଓ ନିଶା ହେଉଛି ସେହି ଦୁଇଟି ଭୁଲ୍ ଯାହା ପ୍ରଥମେ ତ ବହୁତ୍ ଆନନ୍ଦ ଦିଏ କିନ୍ତୁ ପରେ ବହୁତ୍ କିଛି ହରାଇବାକୁ ବାଧ୍ୟ କରାଏ। ଯୁବକ  ସମୟରେ ଶରୀର ମଧ୍ୟରେ ସୃଷ୍ଟି ହେଉଥିବା ଆକଷର୍ଣ ଯୋଗୁ ବହୁତ୍ ପ୍ରେମ ସୃଷ୍ଟି ହୁଏ। ଏହି ଭଳି ପ୍ରେମର ଅବଧି ବହୁତ୍ କମ୍ ହୋଇଥାଏ।   ନିଜର ଭବିଷ୍ୟତ ଦେଖିବା ପୂର୍ବରୁ ପ୍ରେମରେ ପଡି ନେଇଥିବା ଅନେକ ନିଷ୍ପତ୍ତି ମଣିଷକୁ ପଛରେ ଅନେକ କଷ୍ଟ ଭୋଗିବାକୁ ବାଧ୍ୟ କରାଏ। ଏହାର ଉଦାହରଣ ପାଇବାକୁ ହେଲେ ନିଜର ଆଖପାଖରେ ଅନେକ ଉଦାହରଣ ମିଳିଯାଏ।
        ଏହାପରେ ଆସେ ଅନ୍ଯ ଏକ ଭୁଲ୍ 'ନିଶା'। ଏହା ଧିରେ ଧିରେ ମଣିଷକୁ ଏତେ କବଳିତ କରିନିଏ ଯେ ଏହି ନିଶା ପାଇ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ । କ୍ଷଣିକ ମଜା ପାଇବା ଆଶାରେ ମଣିଷ ଧିରେ ଧିରେ କରି ନିଜର ସମ୍ବଳ ହରାଇଥାଏ। 'ସଞ୍ଚୟ ' ଓ 'ନିବେଶ' ଯାହା ଦେଶ ପାଇ ଓ ପ୍ରତ୍ଯେକ ବ୍ଯକ୍ତିଙ୍କ ପାଇ ଅତି ଜରୁରୀ ତାହା ଏହି 'ନିଶା' ଭୁଲାଇ ଦିଏ। ଯୁବକ ବେଳର ମଜା, ଯୌବନ ଯିବା ପରେ ଜୀବନସାରା ଭୋଗିବାକୁ ପଡିଥାଏ।

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post