Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Wednesday, September 26, 2018

ହେ ଇଶ୍ବର , ଏ ସୁନ୍ଦର ସୃଷ୍ଟିର ଅଧିକାରୀ || God you create this lovely creation in odia || Odia Poem on god creation

     ହେ ସୃଷ୍ଟିକର୍ତ୍ତା ଅତି ସୁନ୍ଦର ଭାବରେ ଆମରି ସୃଷ୍ଟି ଗଢିଅଛ। ଏ ସୁନ୍ଦର ନୀଳ ଆକାଶ ଯାହାକୁ ଦେଖିଲେ ମନରେ ଶୂନ୍ୟତା ଆସେନା। ଏହା ଠାରୁ ଆଶ୍ଚର୍ଯ୍ୟ ସୂର୍ଯ୍ୟଙ୍କ କିରଣ , ସେ ସକାଳର ଉଦୟ ହେଉ ଅବା ସନ୍ଧ୍ୟାର ସୂର୍ଯ୍ୟାସ୍ତ ସମୟ ହେଉ। ସୁନେଲି ରଙ୍ଗର ସୁନ୍ଦର କିରଣ ଦେଖିଲେ ମନ ବହୁତ ଆନନ୍ଦିତ ହୁଏ।
କେବଳ ସେତିକି ନୁହେ ମାନବ ସମାଜକୁ ଅତି ଦରକାର ହେଉଥିବା ବୃଷ୍ଟିର କଳ୍ପନା ତୁମରି ଠାରୁ ସୃଷ୍ଟି । ଯାହାର ଉପକାର ପୂରା ମାନବ ଜାତି ପାଉଅଛି। ଏ ଧରା ବା ଯାହାକୁ ଆମେ ପୃଥିବୀ ବୋଲି କରିଥାଉ ତାକୁ ଏତେ ଶକ୍ତି ଦେଇଅଛ ଯାହା ଆମ ସମସ୍ତଙ୍କ ଭାର ନେଇଅଛି।
God Creation in odia

ଏମିତି ଭାବରେ ହେ ଇଶ୍ବର ଆପଣ ଆମକୁ ସବୁକିଛି ଦେଇଛନ୍ତି ଆଉ କିଛି ମାରିବାକୁ ପଡିନି। ତଥାପି ଏତିକି ଆଶୀର୍ବାଦ ମାରିବାକୁ ଚାହୁଁଛି କି ହେ ଇଶ୍ବର ସତ୍ ପଥରେ ଥିବା ଲୋକକୁ ସର୍ବଦା ସହାୟ ହୁଅନ୍ତୁ ଏବଂ ଅସତ୍ ଲୋକଙ୍କୁ ସୁଧାରି ଦିଅନ୍ତୁ।

             ଆହା କି ସୁନ୍ଦର              ତୁମରି ସଂସାର
                         ହେ ସୃଷ୍ଟି ତୁମରି ସୃଷ୍ଟି ,
              ସୁନ୍ଦର ଆକାଶ              ସୁରୁଜ ପ୍ରକାଶ
                         ଅତି ସୁନ୍ଦର ଏ ବୃଷ୍ଟି।
              ସୁନ୍ଦର ସୃଷ୍ଟିର                ସୁନ୍ଦର ସଂସାର
                         ଗଢିଲ ନିଜର ଧ୍ୟାନେ ,
              ପ୍ରେମ ଲୋଭ ମୋହ        ଅହଙ୍କାର ଦାହ
                         ଦେଇଅଛ ତୁମେ ଦାନେ।
              ଧରାକୁ ଗଢିଲ                ସୂର୍ଯ୍ୟ, ଚନ୍ଦ୍ର ଜାଲ
                          ଗଢିଲ ମାନବ ଜାତି ,
               ଅକ୍ଷୟ ଶ୍ରଦ୍ଧାରେ            ଅକ୍ଷୟ ପ୍ରେମରେ
                         ଧରାକୁ ଦେଇଛ ଶକ୍ତି।
              ଲାଗଇ ଆଶ୍ଚର୍ଯ୍ୟ            ଦେଖିଦେଲେ ସୂର୍ଯ୍ୟ
                          ଚନ୍ଦ୍ରମାର ଶୀତଳତା,
              ଗଢିଲ ଏମିତି                ଦିନ ଆଉ ରାତି
                           ରଖିଛ ଧର୍ମର ସତ୍ତା।
              ଦିଅ ଆଶୀର୍ବାଦ              ହଟାଇ ବିପଦ
                           ଫେରାଇ ରାମରାଇଜ,
               ବୁଡୁ ଏ ଅଧର୍ମ               ଜିତୁଥାଉ କର୍ମ
                           ଫେରୁ ଧରମ ସୁରୁଜ ।

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post