Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Tuesday, July 17, 2018

ବାବ୍ ରେ ବାବ୍ ସମୟ ଏମିତି ବି କରିପାରେ // How Time

ସମୟ ଏମିତି ବହୁତ୍ କିଛି କରିପାରେ ଯାହା ମଣିଷ ବିଶ୍ବାସ କରି ପାରେନାହିଁ।
୧:- ସମୟ ରାଜାକୁ ଭିକାରୀ ଓ ଭିକାରୀକୁ ଧନୀ ବନେଇ ଦେଇପାରେ।
୨:- ସମୟ କାହାରି ଗୁହାରି ରଖି କ୍ଷଣକ ପାଇ ବି ରହେନାହି। ସେ ଚାଲୁଥାଏ ଓ ଚାଲୁଥିବ। ତେଣୁ କେବେ କାହାରି ଅପେକ୍ଷା ନ କରି ନିଜ କାମ କରିଚାଲ।
୩:- ସମୟକୁ ନଷ୍ଟ କଲେ କିଛି କଷ୍ଟ ହୁଏନାହିଁ କିନ୍ତୁ ଯେତେବେଳେ ସମୟ ମଣିଷକୁ ନଷ୍ଟ କରିଦିଏ ସେତେବେଳେ ସମୟ ମହତ୍ତ୍ଵ ଜଣାପଡେ।
୪:- ତେଣୁ ସମୟକୁ କେବେ ନଷ୍ଟ ନ କରି କାମ ପ୍ରତି ଧ୍ୟାନ ଦେବା ଉଚିତ୍।

                                   ସମୟ 
              ସମୟ କାହାରି                ରଖେନା ଗୁହାରି
                              କରେନାହିଁ ସେ ଅପେକ୍ଷା,
               ନିଜର ପଥରେ                 ଗାଏ ସେ ଗୀତରେ
                              ଦେଇଯାଏ ବହୁ ଶିକ୍ଷା ।
               କାହାରି ସାହାରା               ନ ମଣି ନିଆରା
                              କର୍ମ ପଥେ ଅଗ୍ରସର,
               ସେହିପରି ଗତି                 ହାରି ଅବା ଜିତି
                               ଦିଏ ଅମୃତର ନୀର ।
               ସର୍ବଦା ମଣିଷ                   ସମୟର ଦାସ
                               ରହିଅଛି ରହିଥିବ ,
              ସମୟକୁ ଛାଡି                   ଚାଲିଗଲେ ମାଡି
                               ସଫଳତା ଅସମ୍ଭବ ।
              କାଳ ତ ଏମିତି                   ରଖେ ବହୁ ଶକ୍ତି
                                ଫେରାଏ ପ୍ରତିବଦଳ ,
              ତାକୁ କଲେ ନଷ୍ଟ                ମିଳେ ବହୁ କଷ୍ଟ
                                ହୋଇପାରେ ପୁଣି ଖଳ ।
              ନଷ୍ଟ କରିଦିଏ                     ଦୁଃଖ ପୁଣି ଦିଏ
                                ନେଇଯାଏ ପ୍ରତିଶୋଧ,
              ଲୋଡା ହେଲେ ସିଏ            ଏମିତି କରାଏ
                                 କରିଦିଏ ପୁଣି ଗଧ ।
NOTE :- I hope you like this poem and article. Give your opinion in comment. This poem is written by Maheswar Kabi.


ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା। 

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post