ପୃଥିବୀକୁ ଆମେ ଆମର ମାଁ ବୋଲି ମାନିଥାଉ। ସେହିପରି ଏହି ଭବରଙ୍ଗ ବି ଆମକୁ ନିଜର ସନ୍ତାନ ବୋଲି ମାନିଥାଏ। ସନ୍ତାନ ଭୁଲ୍ କଲେ ତାକୁ ମାଁ କ୍ଷମା କରିଦିଏ ତେଣୁ ଭବରଙ୍ଗ ଆମର ଭୁଲ୍ କୁ ସୁଧାରିବା ପାଇ ଆମକୁ ସୁଯୋଗ ଦେଇଥାଏ। ସେହି ସୁଯୋଗ ହରାଇଲେ ଜୀବନସାରା ପ୍ରାୟଶ୍ଚିତ କରିବାକୁ ପଡେ। ସୂର୍ଯ୍ୟ ଯେପରି ସକାଳୁ ନିଜର ତେଜ ଦେଖାଇ ପରେ ଅସ୍ତ ହୋଇଯାଏ ସେହିପରି ମଣିଷର ଜୀବନ ସଂଗ୍ରାମ ହୋଇଥାଏ।
ଅନେକ ସୁଯୋଗ ଦିଏ ଭବରଙ୍ଗ
ପାଇବାକୁ ମୋକ୍ଷ ପ୍ରାପ୍ତି,
ଏଇ ଭବରଙ୍ଗ ବହୁ ଅନ୍ତରଙ୍ଗ
ମାୟାରେ ଦିଏ ସେ ଦୃପ୍ତି ।
ମୋହ ମାୟା ନୀର ପାପ ନଦୀ ଜଳ
ଏହି ଯେ ଭବସାଗର ,
ଏ ଭବସାଗର ଅତିବ ସୁନ୍ଦର
ତଥାପି ମରଣଶୀଳ ।
କାହା ପାଇ ମିତ୍ର କାହା ପାଇ ସୁତ୍ର
ହେଉଅଛି ଭବରଙ୍ଗ,
କାହାକୁ ରଖେନି ଅମର ସେ ମାନି
ଦିଏ ସେ ମରଣ ଭଙ୍ଗ।
ଦୁନିଆରେ ନାହି କେବେ ରହିନାହି
ମୃତ୍ଯୁ ଶୂନ୍ଯ ପରିବାର,
ମରଣ କୋଳରେ କାଳର ହସ୍ତରେ
ସବୁ ହୁଏ ଛାରକାର ।
ସକାଳ ସୁରୁଜ ଦେଖାଏ ତା ତେଜ
ସଂନ୍ଧ୍ଯାରେ ଯାଏ ମଉଳି,
ଆଜିର ମଣିଷ ହୋଇବ ପାଉଶ
କାଳର ତେଜରେ ଜଳି।
ଅନେକ ସୁଯୋଗ ଦିଏ ଭବରଙ୍ଗ
ପାଇବାକୁ ମୋକ୍ଷ ପ୍ରାପ୍ତି,
ଏଇ ଭବରଙ୍ଗ ବହୁ ଅନ୍ତରଙ୍ଗ
ମାୟାରେ ଦିଏ ସେ ଦୃପ୍ତି ।
ମୋହ ମାୟା ନୀର ପାପ ନଦୀ ଜଳ
ଏହି ଯେ ଭବସାଗର ,
ଏ ଭବସାଗର ଅତିବ ସୁନ୍ଦର
ତଥାପି ମରଣଶୀଳ ।
କାହା ପାଇ ମିତ୍ର କାହା ପାଇ ସୁତ୍ର
ହେଉଅଛି ଭବରଙ୍ଗ,
କାହାକୁ ରଖେନି ଅମର ସେ ମାନି
ଦିଏ ସେ ମରଣ ଭଙ୍ଗ।
ଦୁନିଆରେ ନାହି କେବେ ରହିନାହି
ମୃତ୍ଯୁ ଶୂନ୍ଯ ପରିବାର,
ମରଣ କୋଳରେ କାଳର ହସ୍ତରେ
ସବୁ ହୁଏ ଛାରକାର ।
ସକାଳ ସୁରୁଜ ଦେଖାଏ ତା ତେଜ
ସଂନ୍ଧ୍ଯାରେ ଯାଏ ମଉଳି,
ଆଜିର ମଣିଷ ହୋଇବ ପାଉଶ
କାଳର ତେଜରେ ଜଳି।
No comments:
Post a Comment