Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Saturday, July 28, 2018

ଆମ ସଫଳତା କେଉଁଠାରେ ଲୁଚି ରହିଛି // where is our success in odia

କଥାରେ ଅଛି ନିଜ ହାତରେ ନିଜ ଭବିଷ୍ୟତ। ଏହା କ'ଣ ସତ ହ ସତ, ଆମରି ହାତରେ ଓ ଆମରି ଭାବନାରେ ଆମରି ସଫଳତା  ଲୁଚି ରହିଛି। ମନରେ ରହିଥିବା ଦ୍ବନ୍ଦକୁ ଦୂର କରି ନିଷ୍ଠାପର ଭାବେ କାମ କଲେ ସଫଳତା ମିଳିବ କିନ୍ତୁ ସେଥିପାଇଁ ଧୈଯ୍ଯର ଆବଶ୍ୟକତା ରହିଛି।
ସଫଳତା ମିଳି ସାରିବା ପରେ ଯଦି ସେଥିରେ ମଣିଷ ହଜିଯାଏ ତେବେ ମଣିଷ ପୁଣି ବିଫଳତା ଆଡକୁ ଅଗ୍ରସର ହୁଏ। ଯଦି ବିଫଳତା ମିଳେ ତେବେ ବି ସେଥିରେ ଭ୍ରମିତ ନ ହୋଇ ସେଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍। କାହିଁକି ଏ କଥା ବି କୁହା ଯାଇଛି ବିଫଳତା ସଫଳତାର ସୋପାନ।


                ନିଜର କରରେ               ନିଜ ଭାବନାରେ
                                ଅଛି ଆମରି ଭବିଷ୍ଯ ,
                 ହୋଇ ନିଷ୍ଠାପର              ଦ୍ବନ୍ଦ କଲେ ଦୂର
                                ସଫଳତା ହେବ ଦୃଶ୍ଯ ।
                 ପାଇ ସଫଳତା                ଦେଖି ତା'ର ସତ୍ତା
                                ହୋଇଲେ ସେଥିରେ ଭୋଳ ,
                 ଜାଣି ହୁଏ ନାହିଁ                ଦେଖି ହୁଏ ନାହି
                                 ବିଫଳତା ହୁଏ କାଳ ।
                 ବିଫଳତା ପାଇ                ଦୁଃଖ ରଖନାହି
                                 ସେହିଥିରୁ ରଖ ଗାଂନ ,
                 ସେହି ଗାଂନ ପାଏ             ତାହା ଦିନେ ହୁଏ
                                 ସଫଳତାର ସୋପାନ ।
                 ନିଜର ଧରମ                   କରିଣ କରମ
                                 ଭାବୁଥିଲେ ସର୍ବଶ୍ରେଷ୍ଠ ,
                 ରହେନା ଏକତା               ଭାଙ୍ଗେ ଯେ ମିତ୍ରତା
                                 ବହୁ କିଛି ହୁଏ ନଷ୍ଟ ।
                 ନିଜ ଧରମର                   ଯେତେ ସବୁ ସାର
                                 ଭୂ କଲ୍ଯାଣ ଆଧାରିତ ,
                 ରଖେ ସେ ଜୀବିତ             ଯୋଗ ହେଉ ନିତ୍ଯ
                                 ହେଉଥାଉ ସେ ପାଳିତ ।

ଦ୍ରଷ୍ଟବ୍ଯ;- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା ତେବେ ଏହି ଲେଖାକୁ ସେୟାର୍ କରିବାକୁ ଭୁଲିବେନି ।
                        ଧନ୍ୟବାଦ, ମହେଶ୍ୱର କବି 

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post