Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Sunday, July 22, 2018

ଏହି ପରି ପାଆନ୍ତୁ ବଡରୁ ବଡ ସଫଳତା

ସଫଳତାର ସୁତ୍ର :- ଏହା ଏକ ଓଡିଆ କବିତା ଯେଉଁଥରେ ସଫଳତାର ସୁତ୍ରଗୁଡିକ ରହିଛି । ସମୟ ଓ ଧୈଯ୍ଯର ମଣିଷକୁ ସଫଳତା ଦେଇଥାଏ। ବିଫଳତା ମିଳିଲେ ବି ସେଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ । ସେହି ବିଫଳତା ଦିନେ ବହୁତ୍ ବଡ ସଫଳତା ଦେଇପାରେ।

               ସମୟ ହାତରେ         ଧୈଯ୍ଯର ସାଥିରେ
                           ରହିଅଛି ସଫଳତା,
              ଭବରଙ୍ଗ ମାୟା          ତୁଚ୍ଛ ଏହି କାୟା
                            ସଫଳ ରଖେନା ସତ୍ତା।
              ମିଳୁ ସଫଳତା           ଅବା ବିଫଳତା
                            ରଖିବା କେବଳ ଶିକ୍ଷା,
              ସଫଳତା ଭୋଳ         କରାଏ ପାଗଳ
                             ଦିଏ ବିଫଳତା ଦିକ୍ଷା।
              ବିଫଳତା ଶିକ୍ଷା           ଦୃଢ କରେ ଦିକ୍ଷା
                             ସଫଳତାର ସୋପାନ,
              ସେହି ଶିକ୍ଷା ବଳ          ଦିଏ ଯେବେ ଫଳ
                              ସାର୍ଥକ ହୁଏ ଜୀବନ।
              ଦୁନିଆର ଲୋକ           ଲାଭର ଚିନ୍ତକ
                              ଲାଭ ପାଇ ତାଙ୍କ କାମ,
               ଏ ଲାଭର ନିଶା           ହୋଇଗଲେ ପେଷା
                              ଭ୍ରଷ୍ଟାଚାର କରେ ଶ୍ରମ।
             ଏହା ଚିରନ୍ତନ                ଯାହା କି ମରଣ
                              ସମସ୍ତଙ୍କୁ ଏହା ଜଣା,
              ସଭିଁଏ ଡରନ୍ତି                ଦୂରେଇ ରୁହନ୍ତି
                              ମରଣର କଷ୍ଟ ଶୁଣା।

NOTE :- This is an odia poem for success which is written by Odia Poet Maheswar Kabi.
ଦ୍ରଷ୍ଟବ୍ଯ:- ଆଶା କରୁଛି କି ଆପଣ ମାନଙ୍କୁ ଏହି କବିତା ଭଲ ଲାଗିଥିବ। ଆପଣମାନେ ଏହି କବିତାଟି ଆପଣମାନଙ୍କ ବନ୍ଧୁମାନଙ୍କ ସହ ସେୟାର୍ କରି ପାରିବେ।

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post