Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Thursday, July 26, 2018

ସବୁ ଚାଲିଗଲେ ବି ଆମ ପାଖରେ ରହେ କ'ଣ // which is not gone from us

ଆମରି ଏ ଶରୀର , ସୁନ୍ଦର ସଂସାର ସବୁ ମରଣଶୀଳ ଅର୍ଥାତ୍ ଏ ସବୁ କାଲି ନ ଥିଲା ଆଜି ଅଛି ଆଉ କେତେ ଦିନ ରହିବ ତାହା ଠିକ୍ ନାହି। ରଙ୍ଗମଞ୍ଚର କଳାକାରମାନଙ୍କ ପରି ଆମେ ମାନେ ଅଭିନୟ ଜାରି ରଖିଛେ। ଜୀବନରେ ଆମରି କର୍ମ ଆମରି ଧର୍ମ ଆଣେ। କରମ ହିଁ ଦୁନିଆରେ ଚିରନ୍ତନ । କର୍ମ ବିନା ମନ ଶ୍ମଶାନ ସମାନ। ମନରେ ବହୁତ ବିପରୀତ ଚିନ୍ତା ଆସେ। ତେଣୁ କର୍ମରେ ଲିପ୍ତ ରହିବା ଆବଶ୍ୟକ । କିନ୍ତୁ ଏମିତି କରନ୍ତୁ ନାହି ଯାହା ଆପଣଙ୍କୁ ମହାନ କରିବା ପରିବର୍ତ୍ତେ ଆପଣଙ୍କୁ ସରମ ଆଣିଦେବ।


            ନଶ୍ବର ଶରୀର                ସୁନ୍ଦର ସଂସାର
                           ସମସ୍ତ ମରଣଶୀଳ ,
              ଆମେ ସବୁ ଏଠି              ଆଉ ଆମ ମାଟି
                           ଅଟୁ ଏକ କଳାକାର ।  
              ଜୀବନେ କରମ               ଆଣେ ଯେ ଧରମ
                           କରମ ହିଁ ଚିରନ୍ତନ ,
              କର୍ମ ବିନା ମନ                 ଶ୍ମଶାନ ସମାନ
                           ଘର କରେ ସଇତାନ ।
              କାହାକୁ କରମ                 ଉଠାଇ ସରମ
                           କରିଦିଏ ସେ ମହାନ ,
              ଆଉ କିଏ ପୁଣି                 ସବୁ ଜାଣି ଜାଣି
                           କରମ କରନ୍ତି ହୀନ ।
              ଯାଉ ଏହି ମନ                 ରାତି ଆଉ ଦିନ
                           କରେ କରମ ସାଧନ ,
              ଜୀବନ ତାହାର                ହୁଏ ଯେ ସୁନ୍ଦର
                           ହୁଏ ପ୍ରେମରେ ସିଂଚନ ।
              ଜୀବନ ଏପରି                  କରେ ଶିକ୍ଷା ବାରି
                           ପ୍ରତିକ୍ଷଣେ ଦିଏ ଶିକ୍ଷା ,
              ସେହି ଶିକ୍ଷା ଯାର              କରଇ ମଙ୍ଗଳ
                           ଦିଏ ବିଭବ ପ୍ରତୀକ୍ଷା ।

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post