Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Friday, July 27, 2018

ଗୀତାରେ ସଫଳତା ଏପରି ମିଳେ ଶ୍ରୀକୃଷ୍ଣ କହିଛନ୍ତି // How to achieve success in odia

ସଫଳତା ସେତେବେଳେ ମିଳେ ଯେତେବେଳେ ଆମେ ଆମର ସ୍ବାର୍ଥ ଛାଡି ନିଃସ୍ବାର୍ଥ ଭାବରେ କାମ କରିଥାଉ। ଏବେ ଆପଣ କହିବେ କି ଫଳ ବିନା କାର୍ଯ୍ଯ କରିବା ଅସମ୍ଭବ। କିନ୍ତୁ ଆପଣ ଯଦି ଫଳ କଥା ଭାବିବେ ତେବେ ନିଜ କାମରେ ସମ୍ପୂର୍ଣ୍ଣ ମନ ଲଗାଇ ପାରିବେ ନାହିଁ ତେଣୁ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି କର୍ମ କରିବା ଆମର ଧର୍ମ ଫଳ କେବେ କେତେ ମିଳିବ ତାହା ଆମେ କହିପାରିବା ନାହିଁ ।
  ଦେଖନ୍ତୁ ଆପଣ କାମ କରୁନାହାନ୍ତି ଏଥିରେ ନିଶ୍ଚିତ ଯେ ଆପଣ ସଫଳତା ପାଇବେନି। କିନ୍ତୁ ଆପଣ କର୍ମ କଲେ ହୁଏତ ସଫଳତା ମିଳିପାରେ। ତେଣୁ ସର୍ବଦା ପରିଶ୍ରମ କରିବା ଉଚିତ୍।


           ମନ ଛାଡି ସ୍ବାର୍ଥ                ଛାଡିଦେଇ ଅର୍ଥ
                           କାମରେ ଲଗାଏ ମନ ,
             ଏହି ପରି କାମ               ଦେବତାର ମର୍ମ
                          ବ୍ଯର୍ଥ ହୁଏନାହି ଦିନ।
             ଅନ୍ତରର ହିଂସା               ଉଡାଉଛି ହଂସା
                          କରୁଅଛି କାହା କ୍ଷତି,
             ମାନବ ଜୀବନ               ମାନବର ମନ
                          ଅମୂଲ୍ଯ ଅଟଇ ଯଦି।
            ଦୋକାନି ଭାଇଟି             ଧରି ମାପକାଠି
                          କରୁଥାଏ ତାର କର୍ମ ,
             ମାନବ ଜୀବନ              ଇଶ୍ବରଙ୍କ ଦାନ
                         କର୍ମ ଅଟେ ତାର ଧର୍ମ ।
            ସଭିଁଏ ଆମର                ଆତ୍ମିୟ ସୋଦର
                         କେହିବି ନୁହନ୍ତି ପର,
            କର୍ମକୁ ଆବୋରି              ହୋଇବା ପୂଜାରି
                         ନଖୋଜି ଅମରପୁର।
            କରମର ଫଳ                କାହା ପାଇ କାଳ
                        କାହାର ଅମରପୁର,
            ଇଶ୍ଵର ଆମର                ଦୟାର ସାଗର
                         ଶୁଭଚିନ୍ତକ ସଂସାରର।

ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି ଲେଖା ଭଲ ଲାଗିଥିବା। ଏହିପରି ଲେଖାକୁ ଆପଣ ଆପଣମାନଙ୍କର ବନ୍ଧୁ , ପରିଜନଙ୍କ ପାଖକୁ ସେୟାର୍ କରିବାକୁ ଭୁଲନ୍ତୁନି ହୁଏତ ଆପଣଙ୍କ ଏ ସେୟାର୍ ତାଙ୍କ ଜୀବନ ପରିବତ୍ତର୍ନ କରିଦେବ।
                             ଧନ୍ୟବାଦ, ମହେଶ୍ୱର କବି

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post