Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Sunday, July 29, 2018

କିପରି ବଦଳିବା ଉଚିତ୍ // How to change in odia

ସମୟ କେବେ ସମାନ ରହେନାହି। ସମୟ ସଭିଙ୍କ ପାଇ ବଦଳୁଥିବାକୁ ଥାଏ। ସମୟ ଅନୁସାରେ ନିଜକୁ ଓ ନିଜ ବ୍ୟବସାୟର ଢଙ୍ଗକୁ ବଦଳାଇ ର ଅଛି। ନଚେତ୍ ମୋବାଇଲ କମ୍ପାନୀ ନୋକିଆ ପରି ମାର୍କେଟ୍ ରୁ ବାହାରି ଯିବାକୁ ପଡିବ।
ଜୀବନରେ ଦୁଃଖ ସୁଖ ମିଶି କରି ଆସେ। ଭଗବାନ କଠିନ ମୋଡରେ ଆମ ଠାରୁ ପରୀକ୍ଷା ନେଇଥାନ୍ତି ତେଣୁ ସତର୍କ। ହରିଯାଅ ନାହି। ଛୋଟ ପିଲାଟି ଯେପରି ଚାଲି ଶିଖିଲ ବେଳେ ପଡିଯାଏ ଓ ପୁଣି ଉଠେ ଓ ଚାଲେ। ସେହିପରି ଆପଣ ଉଠାନ୍ତୁ ଯଦି ପଡି ଯାଇଛନ୍ତି। ଯେଉ ଦିନ ମନରେ କିଛି କରିବାର ଆଶା ଆସି ଯିବ ସେତେବେଳେ କରିବା ପାଇ ଅନେକ ବାଟ ଦେଖାଯିବ। ଯଦି ନ ଦେଖାଯାଏ ଆପଣ ନିଜ ବାଟ ନିଜେ ତିଆରି କରିଦେବେ।


             ସମୟ ବଦଳେ              ଜୀବନ ସୁଧାରେ
                             ରଖିଲେ ଉଚ୍ଚ ଭାବନା,
              ନିଜର କରମ                ବଢାଏ ଧରମ
                              ସତ କରେ ସେ କଳ୍ପନା।
               ଜୀବନ ପଥରେ             ଆମରି ସାଥୀରେ
                              ରହିଅଛି କଣ୍ଟା ଫୁଲ ,
              ଯାହା ବିଁ ଘଟିଛି               ଯାହା ବି ଘଟୁଛି
                               ସବୁକିଛି ହେବ ଭଲ।
              ସକଳ ମଣିଷ                 ସମୟର ଦାସ
                               ଚାଲେ ଦେଇ ତାକୁ ତାଳ,
              କେବେ ସେ ସରସ            କେବେ ନାଗଫାଶ
                               ପୁଣି କେବେ ହୁଏ କାଳ।
              ଜୀବନ ଆମର                  ଆଲୋକ ଅନ୍ଧାର
                                ରହିଅଛି ସଦା ଘେରି,
               ଅନ୍ଧାର ପରେ ହିଁ               ଆଲୋକର ମହି
                                 ରଚିଛନ୍ତି ବିଶ୍ବଧାରି ।
               ଅତିତର ଦୁଃଖ                  ଦିଏନାହିଁ ସୁଖ
                                  ରଖନାହିଁ ତାହା ମନେ,
               ତୃଟିକୁ ସୁଧାରି                   ଭୁଲିଯାଇ କଳି
                                   ଆଗକୁ ବଢ ଜୀବନେ।
ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା ତେବେ ଏହି ଲେଖାକୁ ସେୟାର୍ କରିବାକୁ ।
                ଧନ୍ୟବାଦ , ମହେଶ୍ୱର କବି 

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post