Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Wednesday, August 22, 2018

ଆମ ଜୀବନକୁ ଉନ୍ନତ ବନାଉଥିବା ଗୁରୁଙ୍କ ପାଇ ଏ କବିତା

ସମ୍ପଦ ବିଭବ ଠାରୁ ଗୁରୁ ଗରୀୟାନ୍ ,
ଶିକ୍ଷା ସାଗର ଦେଇ ହୋଇଛନ୍ତି ମହାନ୍ ।
ତମସା ମଧ୍ୟରେ ସିଏ ଆଲୋକର ଜ୍ଯୋତି ,
ଅଶାନ୍ତି ଭିତରେ ମଧ୍ୟ ଦେଇଥାନ୍ତି ଶାନ୍ତି ।
ତାଙ୍କ ପ୍ରତିଭାରେ ହୁଏ ଆମରି ବିକାଶ ,
ହୋଇପାରେ ତାଙ୍କ ଅଭିମାନରେ ବିନାଶ ।
ସଦାସର୍ବଦା କରିଥାନ୍ତି ଆମରି ଶିବ ,         ( ଶିବ = ମଙ୍ଗଳ )
ଆମରି ଉନ୍ନତି ତାଙ୍କରି ଠାରେ ସମ୍ଭବ ।
କରୁଛି କରିବି ତାଙ୍କ ଚରଣ ବନ୍ଦନା ,
ଆମେମାନେ କିଛି ବି ନୁହଁ ତାଙ୍କରି ବିନା ।
ପରିବାର ଆମରି ପ୍ରଥମ ବିଦ୍ଯାଳୟ ,
ଏହିଠାର ଶିକ୍ଷା ସହଜେ ହୁଏନା କ୍ଷୟ ।
ଗୁରୁଭକ୍ତି ମହାନ ଶିକ୍ଷାର ଚାବିକାଠି ,
ସୁଧାରି ଦିଏ ମନରେ ଥିବା ସବୁ ତ୍ରୁଟି ।
ଗୁରୁ ହେଉଛନ୍ତି ଇଶ୍ବରଙ୍କ ଅବତାର ,
ଦୂର କରି ଦିଅନ୍ତି ସମସ୍ତ ଅନ୍ଧକାର ।
ଶପଥ ନେବା ହେବାନାହି ଗୁରୁନିନ୍ଦୁକ ,
ଗୁରୁ ହେଉଛନ୍ତି ଆମରି ଶୁଭଚିନ୍ତକ ।

Tuesday, August 21, 2018

ଆମ ସହ କିପରି ସବୁକିଛି ଭଲ ଘଟିବ || how everything happen good in our Life in odia


ଏମିତି ବହୁତ ଥର ହୋଇଥାଏ କି ଆମ ସହ ଯଦି କିଛି ଖରାପ ଘଟିଯାଏ ତ ଆମେ ଦୋଷ ଦଉ କି ମୋ ସହ କିଛି ଭଲ ହେବନି। କିନ୍ତୁ ଉପରବାଲାର ତ କିଛି ଅଲଗା ଯୋଜନା ଥାଏ। ତେଣୁ ଏମିତି ମୋ କବିତାରେ ;
               କୁହନାହି କେବେ ବି ହୋଇଗଲା ସବୁ ଖରାପ ,
               ଭଗବାନ ଜାଳୁଛନ୍ତି ଆମ ପାଇ ଅନ୍ଯ ଦିପ ।
ଆଜି ଏପରି ଏକ ଯୁବକର କାହାଣୀ କହିବାକୁ ଯାଉଛି ଯିଏ ନିଜ ସହ ଘଟିଥିବା ଖରାପ ଘଟଣାକୁ ବହୁତ ବଡ ସଫଳତାରେ ପରିବତ୍ତର୍ନ କରି ଦେଉଛି। ଜଣେ ଯୁବକ ଯିଏ ଏକ ପିଅନ ଚାକିରି ଆଶା ରେ ନିଜ ଗ୍ରାମ ଛାଡି ସହର ଆସୁଛି। ଚାକିରି interview ରେ ସଫଳ ହେବା ପରେ ତା'ର ଉପର ଅଧିକାରୀ ସେହି ଯୁବକକୁ ତା'ର e-mail ମାଗୁଛି। ଯୁବକ ଜଣକ e-mail ନ ଦେଇ ପାରିବାରୁ  ନିଜ କାମ ହରାଉଛି।

     ଯୁବକ ବହୁତ ଦୁଃଖ ଅନୁଭବ କରୁଛି। ହଠାତ୍ ତା ମୁଣ୍ଡକୁ ଏକ ଯୋଜନା ଆସୁଛି। ତା ପାଖରେ କିଛି ପଇସା ଥିଲା ଯାହା ସେ ଘରୁ ଆଣିଥିଲା। ସେହି ପଇସାରେ କିଛି ଟମାଟୋ କିଣି ବିକିବା ଆରମ୍ଭ କଲା।

ଧିରେ ଧିରେ ତା'ର ବେପାର ବଢିଲା ଆଉ ନିଜର ବହୁତ ବଡ ବେପାର ଠିଆ କରାଇଲା।

    କିଛି ଦିନ ପରେ ନିଜ ଗାଡିର ବୀମା କରିବା ପାଇ ବୀମା ଅଧିକାରୀଙ୍କ  ସହ ସମ୍ପର୍କ କଲା। ସେ କହିଲେ ହଉ ଠିକ୍ ଅଛି form ଭରି ଦିଅନ୍ତୁ । ଆପଣଙ୍କ e-mail id ଦିଅନ୍ତୁ। ତା ପରେ ସେ ଯୁବକ କହୁଛି କି ଯଦି ମୋ ପାଖରେ e-mail ଥାଆନ୍ତା ତେବେ ମୁ ଏହି ସଫଳତା କେବେ ପାଇ ପାରି ନଥାନ୍ତି । ଗୋଟେ ପିଅନ ଚାକିରିରେ ଥାଆନ୍ତି।
   ତେଣୁ ଯାହା ହୁଏ ଭଲ ପାଇ ହୁଏ ।
  ମନେ ରଖନ୍ତୁ ଯଦି ଆପଣ କିଛି ଭଲ ପଢୁଛନ୍ତି ତ ଆପଣ ଆମ page ର ଲେଖା ପଢୁଛନ୍ତି । ଆସନ୍ତୁ କିଛି ଭଲ ପଢିବା ଓ ଦୁନିଆକୁ ଭଲ ସେୟାର୍ କରିବା ।

Tuesday, August 14, 2018

ସ୍ବାଧୀନତାର ବାସ୍ତବତା || Independence day special odia poem

Independence Day Special Odia poem

         ଝିଅଟିଏ ଯାଏନା ବାହାରକୁ ଚାଲିଗଲେ ଦିନ ,
          ମନ୍ତ୍ରୀ , ଏମ୍ ଏ ଏଲ ଙ୍କ ଦ୍ବାରା ପରିଚାଳିତ କେତେ ମନ ,
              ତଥାପି ଆମେ ସ୍ବାଧିନ ,,,,,ତଥାପି ଆମେ ସ୍ବାଧିନ,,,,
          ବହୁ ପ୍ରତିନିଧି ବୁଝନ୍ତିନି ଗୋ-ରକ୍ଷା ର ମାନ ,
           କରିବାକୁ ପଛାନ୍ତିନି ଆମ ଦେଶର ଅପମାନ,
               ତଥାପି ଆମେ ସ୍ବାଧିନ,,,,ତଥାପି ଆମେ ସ୍ବାଧିନ,,,,
           ଭୁଲନ୍ତି ଅହିଂସା ରଖିବାକୁ ନିଜ ସ୍ବାଭିମାନ,
            ସ୍ବଦେଶୀ ନୁହେ ବଢେ ବିଦେଶୀର ଗୁଣ ,
                ତଥାପି ଆମେ ସ୍ବାଧିନ,,,,ତଥାପି ଆମେ ସ୍ବାଧିନ,,,,
           କ୍ଷୁଦ୍ର ମାନସିକତାରେ ଚାଲିଯାଏ ବହୁ ଜୀବନ,
           ଜୀବନ ହୁଏ ପୋକ ମାଛି ସହ ସମାନ,
                 ତଥାପି ଆମେ ସ୍ବାଧିନ,,,,ତଥାପି ଆମେ ସ୍ବାଧିନ,,,,
           ମେକ୍ ଇନ୍ ଇଣ୍ଡିଆ କ୍ଯାମ୍ପରେ ବିଦେଶୀର ଗୁଣ ,
            ଯାହା ଦ୍ବାର ବଢୁଛି ବେରୋଜଗାରର ସ୍ଥାନ ,
                 ତଥାପି ଆମେ ସ୍ବାଧିନ,,,ତଥାପି ଆମେ ସ୍ବାଧିନ,,,,,
            ଏକସ୍ତରୀ ବର୍ଷର ଏହି ସ୍ବାଧୀନତାର ଦିନ ,
           ମିଳିମିଶି ରକ୍ଷା କରିବା ଭାରତ ସ୍ବାଭିମାନ ,
                 ତେବେ ରହିବ ସ୍ବାଧିନ,,,ତେବେ ରହିବ ସ୍ବାଧୀନ,,,
                ଜୟହିନ୍ଦ                       ବନ୍ଦେ ମାତରମ୍
                                               ମହେଶ୍ବର କବି

Monday, August 13, 2018

ଦେଶପ୍ରେମ ପାଗଳାମୀ || Independence special odia poem


ଥିଲେ ପାଗଳ ମନରେ ଦେଶପ୍ରେମ ପାଗଳାମୀ ,
ସେହି ପାଗଳାମୀ ପୂରଣ କଲା ଦେଶର କମି ।
ଡର ନଥିଲା ଇଂରେଜଙ୍କ ମାଡକୁ ଅବା ଫାଶି ,
ଦେଶର ସ୍ବାଧୀନତା ଆଣିଲେ ସଭିଏ ମିଳିମିଶି ।
ଆଜାଦିରେ ଲଢିଥିଲେ ଅଗଣିତ କ୍ରାନ୍ତିକାରୀ ,
ଧିରେ ଧିରେ ଚାଲିଗଲେ ସବୁ ଗୋରା ଅତ୍ୟାଚାରୀ ।
ସ୍ବାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ଭରା କାହାଣୀ ,
ସମଗ୍ର ଭାରତ ଆଜି କ୍ରାନ୍ତିକାରୀ ଆଗେ ଋଣି ।
Independence Day Special Odia Poem

ଲାଗୁଛି ଏବେ ବି ଭାରତ ସ୍ବାଧୀନତା ପାଇନି,
ଭାରତରେ ଏବେ ମଧ୍ୟ ଅତ୍ୟାଚାର କମିନି ।
ପ୍ରତିଦିନ ଶହ ଶହ ହତ୍ଯା ଓ ବହୁ ଧର୍ଷଣ ,
କେମିତି କହି ପାରିବା ଆମେ ହୋଇଛେ ସ୍ବାଧୀନ ।
ଧର୍ମ ନାମରେ ହୋଇ ଚାଲିଛି ଅନେକ କୁକର୍ମ ,
ଆପଣା ସ୍ବାର୍ଥରେ ନଷ୍ଟ ସଂଗ୍ରାମୀଙ୍କ ଶ୍ରମ ।
କମି ଚାଲିଛି ବିକାଶ ବଢୁଅଛି ରାଜନୀତି ,
କେଉଆଡେ ଯାଉଅଛି ଆଜି ଦେଶର ପ୍ରଗତି।
  

Sunday, August 12, 2018

ଆମ ହାତରେ ସବୁ କିଛି || Success in your Hand

କଥାରେ ଅଛି ନିଜ ହାତ ଜଗନ୍ନାଥ, ଅର୍ଥାତ୍ ନିଜ ହାତରେ ନିଜର ଭବିଷ୍ୟତ ଲେଖିହୁଏ। ଆଉ ଏକ କଥା ମଧ୍ୟ ଅଛି ଯେ ଯଥା ଦୃଷ୍ଟି ତଥା ସୃଷ୍ଟି। ଆମରି ଭାବନା ଯେଉଁ ପରି ହେବ ଆମ ସହ ସେହିପରି ଘଟିବ। ମନର ଦ୍ବନ୍ଦ ଦୂର କରି ନିଷ୍ଠା ରଖି କାମ କଲେ ସଫଳତା ଆପେ ଆପେ ମିଳେ।
           କିନ୍ତୁ ସଫଳତାରେ ଭୋର ହୋଇଯିବା ତେବେ ବିଫଳତାକୁ ନିଜର କରିବାକୁ ପଡିଥାଏ। ବିଫଳତାରେ ମଧ୍ୟ ଦୁଃଖ ନକରି ଶିକ୍ଷା ପ୍ରାପ୍ତ କଲେ ସଫଳତା ଫେରିଆସେ।

 
Success in your Hand
                ନିଜର କରରେ               ନିଜ ଭାବନାରେ
                                ଅଛି ଆମରି ଭବିଷ୍ଯ ,
                 ହୋଇ ନିଷ୍ଠାପର              ଦ୍ବନ୍ଦ କଲେ ଦୂର
                                ସଫଳତା ହେବ ଦୃଶ୍ଯ ।
                 ପାଇ ସଫଳତା                ଦେଖି ତା'ର ସତ୍ତା
                                ହୋଇଲେ ସେଥିରେ ଭୋଳ ,
                 ଜାଣି ହୁଏ ନାହିଁ                ଦେଖି ହୁଏ ନାହି
                                 ବିଫଳତା ହୁଏ କାଳ ।
                 ବିଫଳତା ପାଇ                ଦୁଃଖ ରଖନାହି
                                 ସେହିଥିରୁ ରଖ ଗାଂନ ,
                 ସେହି ଗାଂନ ପାଏ             ତାହା ଦିନେ ହୁଏ
                                 ସଫଳତାର ସୋପାନ ।
                 ନିଜର ଧରମ                   କରିଣ କରମ
                                 ଭାବୁଥିଲେ ସର୍ବଶ୍ରେଷ୍ଠ ,
                 ରହେନା ଏକତା               ଭାଙ୍ଗେ ଯେ ମିତ୍ରତା
                                 ବହୁ କିଛି ହୁଏ ନଷ୍ଟ ।
                 ନିଜ ଧରମର                   ଯେତେ ସବୁ ସାର
                                 ଭୂ କଲ୍ଯାଣ ଆଧାରିତ ,
                 ରଖେ ସେ ଜୀବିତ             ଯୋଗ ହେଉ ନିତ୍ଯ
                                 ହେଉଥାଉ ସେ ପାଳିତ ।

Thursday, August 9, 2018

ବନ୍ଦେ ଉତ୍କଳ ଜନନୀ \ ମୋ ଉତ୍କଳ || mo odisha



              ହେ ଉତ୍କଳ ମଣି                 ଉତ୍କଳ ଗୌରବ
                             ଆହେ ଉତ୍କଳ ରତନ ,
               ଓଡିଆ ଭାଷାକୁ                 ସାଇତି ରଖିଲ
                             କରିଣ ବହୁ ଯତନ ।
               ଉତ୍କଳ ମାଟିର                   ହେ ବୀରପୁରୁଷ
                             ହୋଇ ରହିଛ ମହାନ ,
               ଭୁଲିବେନି କେବେ              ଓଡିଶାର ବାସି
                              ତୁମରି ମହାନ ଦାନ ।
               ଉତ୍କଳ ମାଆର                   ସତ୍ ମାନ ପାଇ
                              ଦେଇଛ ନିଜ ଜୀବନ ,
               ହେ ବୀରପୁରୁଷ                 ନାହିଁ ତୁମ ଶେଷ
                              ତୁମେ ଅମର ସନ୍ତାନ ,
              ରହିଥିଲ ଅଛ                      ଆଉ ରହିଥିବ
                              ମହି ଅଛି ଯେତେ ଦିନ ।

Wednesday, August 8, 2018

ଛତ୍ରପତି ଶାମ୍ବାଜୀ ( ମୋଗଲଙ୍କୁ କନ୍ଦେଇ ଥିବା ଭାରତୀୟ ରାଜା ) || chhayrapati sambaji a unbelievable heart touching story

ଛତ୍ରପତି ଶିବାଜିଙ୍କ ପୁତ୍ର ଛତ୍ରପତି ଶାମ୍ବାଜି ମହାରାଜ୍ ବହୁତ୍ ପରାକ୍ରମୀ ଓ ବୁଦ୍ଧିମାନ୍ ଥିଲେ। ଜୀବନସାରା ବହୁତ୍ ସଂଘର୍ଷ କରିଛନ୍ତି। ମାତ୍ର ୨ ବର୍ଷ ବୟସରେ ନିଜ ମା ଙ୍କୁ ହରାଇଲେ  ତାଙ୍କୁ ତାଙ୍କ ଜେଜୀ ମା ଛୋଟରୁ ବଡ କରାଇଲେ। ମାତ୍ର ୧୩ ବର୍ଷ ବୟସରେ ୧୩ ଟି ଭାଷା ଶିଖି ଯାଇଥିଲେ। ଇଂରେଜୀ , ସମସ୍ତ ଦକ୍ଷିଣ ଭାରତ ଭାଷା , ମୋଗଲ ଭାଷା ଏପରି ୧୩ ଟି ଭାଷା ଶିଖି ନେଇଥିଲେ। ଶାସ୍ତ୍ର ବିଦ୍ୟା ଓ ଯୁଦ୍ଧ ବିଦ୍ୟା ଉଭୟରେ ନିପୁଣ ଥିଲେ। ସାହିତ୍ୟ ପଡୁଥିଲେ ଓ ସାହିତ୍ୟ ଲେଖୁଥିଲେ।
ଛତ୍ରପତି ଶାମ୍ବାଜିଙ୍କ ପିତା ମୋଗଲଙ୍କ ସହ ଲଢୁଥିଲେ। ସେ ଘରକୁ ଫେରିବା ପରେ ପୁତ୍ରକୁ କହିଲେ ଚାଲ ଯିବା ମୋଗଲ ସୁଲତାନ ଔରଙ୍ଗଯେବଙ୍କୁ ଭେଟିବାକୁ। ଦୁହେଁ ଘୋଡା ନେଇ ବାହାରିଲେ। ୧୨୫୦ କି,ମି, ଘୋଡା ନେଇ ପହଞ୍ଚିଲେ ଆଗ୍ରାରେ। ଔରଙ୍ଗଯେବଙ୍କୁ ଭେଟିବା ପରେ ସେ ଅସମାନିତ କଲେ ଓ ବନ୍ଦୀ କଲେ। ମହାରାଜ ଶାମ୍ବାଜୀ ବ୍ଯସ୍ତ ନ ହୋଇ ଚିନ୍ତା କରି ପ୍ରଥମେ ପିତାଙ୍କୁ ବାହାରକୁ ପଠାଇଲେ ଓ ପରେ ନିଜେ ବାହାରକୁ ଚାଲି ଆସିଲେ।
ସବୁ ରାଜାଙ୍କ ପାଖରେ ଜଣେ ଜଣେ ପରାମର୍ଶଦାତା ଥାଆନ୍ତି। ରାଜା ଶାମ୍ବାଜୀଙ୍କ ପାଖରେ ଉଜ୍ଜୟନୀର କବି କଳସ ରହିଥିଲେ। କବିତା କବିତାରେ ସେ ରାଜାଙ୍କର ବୁଦ୍ଧି ବଢାଉଥିଲେ। ପିତାଙ୍କର ଦେହାନ୍ତ ପରେ ମୋଗଲଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଲେ। ଔରଙ୍ଗଯେବଙ୍କ ଦୁଇ ଲକ୍ଷ ସେନାକୁ ଶାମ୍ବାଜୀଙ୍କ ୧୮ ହଜାର ସେନା ତଥାପି ସେ ବାର ବାର ହାରିଲେ। 

Tuesday, August 7, 2018

ପିଲାଦିନ ଆଜି ସପନ || School Life is BEST Life in odia

ମଣିଷ ଜୀବନର ପିଲାଦିନଟି ଚିରଦିନ ପାଇ ସ୍ମରଣୀୟ ହୋଇ ରହିଯାଏ । ପିଲାଦିନର ଅଧା ସମୟ ବିଦ୍ଯାଳୟରେ କଟିଥାଏ । ଏହି  ସମୟରେ ହୋଇଥିବା ହସ ଖୁସି ପରେ କେବେ ହୋଇ ପାରେନା । ବହୁତ ସମୟରେ ଇଚ୍ଛା ହୁଏ ଫୁଣି ଥରେ ପଛକୁ ପରିଯାଇ ବିଦ୍ୟାଳୟର ପଢା ଆରମ୍ଭ କରିବାକୁ ସେହି ହସ , ଖୁସି ,ରାଗ,ରୁଷା ,ମାନ , ଅଭିମାନ ପେରି ପାଇବାକୁ । ଆପଣମାନଙ୍କର କ'ଣ ଏମିତି ଇଚ୍ଛା ହୁଏନି କିଁ ।
School Life in odia

                ମୁଁ ଏବେ ଏମିତି କିଛି ପିଲାଙ୍କ ବିଷୟରେ କହିବାକୁ ଯାଉଚି ଯେଉମାନେ ବିଦ୍ୟାଳୟର ସ୍ମୃତିକୁ ମନେ ରଖିବାକୁ ଏବେ ମଧ୍ଯ ମିଶିକି ଅଛନ୍ତି ଅର୍ଥାତ ସବୁଦିନ ଗୋଷ୍ଠୀ ହୋଇ କଥା ହେଉଛନ୍ତି ସେ ଫେସବୁକରେ ହଉ ଅବା ଏକାଠି ହୋଇ । ମୁ ସେ ମାନଙ୍କର ବିଦ୍ୟାଳୟର ସମୟ ବିଷୟରେ କହୁଛି । ସେହି ବିଦ୍ୟାଳୟରେ ସଭିଁଏ ଇତିହାସ ଗୁରୁଜୀଙ୍କୁ ବହୁତ୍ ମାନନ୍ତି ଓ ସର୍ମାନ କରନ୍ତି। ଆଉ ଜଣେ ଗୁରୁଜୀ ତାଙ୍କର ଅଲଗା ଅଲଗା ପଥରେ ପାଠ ପଢାନ୍ତି । ବଡ ହେବା ପରେ ବହୁ ଗବେଷଣା ପରେ ଜାଣି ପାରୁଛି କିଁ ଗୁରୁଜୀଙ୍କ ପଢାଇବାର ପଥ ଭୁଲ୍ ଥିଲା । ସେତେବେଳ କିନ୍ତୁ ଆମେ ସଭିଁଏ ମାନୁଥିଲୁ। ପୁଅ ଓ ଝିଅ ସଭିଏଁ ବହୁତ ମଜା କରୁଥିଲୁ । ଆଜି ବିଁ ସେ ସବୁ ମନେ ପଡିଲେ ଆପେ ଆପେ ମୁହଁରେ ହସ ଆସିଯାଏ ଆଉ ସେହି ସମୟକୁ ପେରିଯିବାକୁ ଇଚ୍ଛା ହୁଏ କିନ୍ତୁ ଏ ନିଷ୍ଠୁର ସମୟ ତାହାର ଅନୁମତି ଦିଏନାହିଁ । ଧିରେ ଧିରେ ସମୟ ବିଦ୍ୟାଳୟର ସାଥିକୁ ଦୂରେଇ ଦଉଚି କିନ୍ତୁ ଯେତେ ଚେଷ୍ଟା କଲେ ବି ମନରେ ରହିଯାଇ ଥିବା ସ୍ମୃତିକୁ କେମିତି ଭୁଲେଇବ। ସେହି ସ୍ମୃତି ରହିଛି ବୋଲି ତ ଯେବେ ବି ବନ୍ଧୁଟିଏ ଦେଖାହେଲେ କଥା ହଉ ହଉ ସମୟର ଅତିକ୍ରାନ୍ତ ଜଣା ପଡେନାହିଁ। ତମେ ଭାବୁଛ ମୁଁ କାହା ବିଦ୍ୟାଳୟର କାହାଣି କହୁଛି ଆରେ ବନ୍ଧୁ ମୁ ଆମ ବିଦ୍ୟାଳୟର କାହାଣୀ କହୁଥିଲି ।
              ଆମ ବିଦ୍ୟାଳୟର ସବୁ ପିଲାଙ୍କୁ ଏ କାହାଣୀ ସେୟାର୍ କର ବନ୍ଧୁ । ଧନ୍ୟବାଦ
                            ମହେଶ୍ବର କବି
You Tube:- Maheswar KABI Creations 

Monday, August 6, 2018

ଏକା ସମୟରେ ଜନ୍ମ ହେଲେ ମଧ୍ୟ ଭାଗ୍ଯ ଅଲଗା କିପରି ହୁଏ || how are our future set

କେବେ ନା କେବେ ମନରେ ପ୍ରଶ୍ନ ଆସେ କି ଏକା ସମୟରେ ଓ ଏକା ରାଶିରେ ଜନ୍ମ ହୋଇଥିବା ବହୁତ୍ ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ଆସେ ଜଣେ ରାଜା ହେଲେ ଆଉ ଜଣେ ଭିକାରୀ ହୋଇଥାଏ। ଏହିପରି ଭାବନା ଥରେ ରାଜାଙ୍କ ମନରେ ମଧ୍ୟ ଆସିଥିଲା। ସେ ପୂରା ସଭାରେ ଏହି ପ୍ରଶ୍ନ କଲେ। ଜଣେ ସଦସ୍ୟ କହିଲେ କି ଆପଣଙ୍କୁ ଏହାର ଉତ୍ତର ଏଠୁ ଥିବା ଏକ ଦୂର ଜଙ୍ଗଲରେ ମିଳିବ।

ତା ପର ଦିନ ରାଜା ଘୋଡାରେ ବାହାରିଲେ ଉତ୍ତର ଖୋଜିବା ପାଇ । ବହୁ ଦୂର ଯିବା ପରେ ଜଙ୍ଗଲରେ ଜଣେ ସନ୍ୟାସୀଙ୍କୁ ପାଇଲେ ସେ ଅଙ୍ଗାର କାଢି ଖାଉଥିଲେ ଏହା ଦେଖି ରାଜା ଟିକେ ଡରିଗଲେ କିନ୍ତୁ ସାହାସ ଝୁଟାଇ ସେଠାକୁ ଗଲେ ଓ ନିଜର ପ୍ରଶ୍ନ  ପଚାରିଲେ। ସନ୍ୟାସୀ ରାଗିକି କହିଲେ ତମେ ଆହୁରି ବହୁତ୍ ଦୂରକୁ ଯାଅ , ସେଠାରେ ଜଣେ ସନ୍ୟାସୀ ନିଜ ମାଂସ ନିଜେ ଛିଣ୍ଡାଇ ଖାଉଥିବେ ତାଙ୍କୁ ପଚାରିବ । ରାଜା ଆଗକୁ ଗଲେ ସେ ସନ୍ୟାସୀଙ୍କୁ ଦେଖି ନିଜ ପ୍ରଶ୍ନ ପଚାରିଲେ ସେ ବି ଖୁବ୍ ରାଗି କହିଲେ ଆହୁରି ଆଗକୁ ଯାଅ ଗୋଟେ ଗରିବ ଘରେ ଗୋଟେ ଲୋକ ମରିବାକୁ ଯାଉଥିବ ତାକୁ ପଚାରିବ । ସେ ମରିବା ପୂର୍ବରୁ ଯାଅ। ରାଜା ପୁଣି ଆଗକୁ ବଢିଲେ ସେ ଲୋକ ପାଖରେ ପହଞ୍ଚିଲେ ଓ ପଚାରିଲେ।  ସେ କହିଲେ ତମେ ଓ ସେ ଦୁଇ ସନ୍ୟାସୀ ଓ ମୁ , ଆମେ ଚାରି ରାଜକୁମାର ଥିଲେ। ଥରେ ଜଙ୍ଗଲରେ ଯିବା ବେଳେ ଜଣେ ବ୍ଯକ୍ତି ଆମକୁ ଖାାଇବାକୁ କହିଲେ । ଆମର ସବୁଠୁୁ ବଡ ଭାଇ କହିଲେ ମୋ ଖାଦ୍ଯ ତମକୁ ଦେଲେ ମୁ କ'ଣ ଅଙ୍ଗାର ଖାଇବା । ଦ୍ବିତୀୟ ଭାଇ କହିିିିଲେ ମୁ କ'ଣ ନିଜ ମାଂସ ନିିିିଜେ ଖାଇବିି ଏବଂ ମୁ କହିିିଲି ମୁ ତୁମକୁ ଦେଇ ମୁ କ'ଣ ମରିବି ନା କ'ଣ । କେବଳ ଆପଣ ହି ତାଙ୍କୁ ଖାଇବାକୁ ଦେଲେ। ସେ ବ୍ଯକ୍ତି କହିଲେ ତମକୁ ତମ କର୍ମ ଅନୁସାରେେ ଫଳ ମିଳିବ , ସେଥିପାଇଁ ତମେ ରାଜା ଆଉ ଆମ ଅବସ୍ଥା ତ ତମେ ଦେଖୁଛ।
       ତେଣୁ ଭାଗ୍ୟ ନୁହେ ଆମ କର୍ମ ଆମ ଭବିଷ୍ୟତ ଲେଖେ।

Sunday, August 5, 2018

ଭଗବାନ କିପରି ଆମ କାମ ସଫଳ ବାନାନ୍ତି || how we get success in odia

କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଥିବ କି କେଉଁ କାମକୁ ଭଗବାନ ସଫଳ ବନାନ୍ତି। ତେବେ ଜାଣି ରଖନ୍ତୁ ଏହି କିଛି କଥା ଯାହା କର୍ମର ନିୟମ ଅଟେ ସଫଳ ହେବା ପାଇ।
୧:- ଯେଉ କାମ ସ୍ବାର୍ଥରେ ହୋଇଥାଏ ତାହା ସଂମ୍ପୂର୍ଣ୍ଣ ରୂପେ ସଫଳ ହୁଏନାହିଁ କାରଣ ସ୍ବାର୍ଥ ରଖି କାମ କଲେ ମନ ସମ୍ପୂର୍ଣ୍ଣ କାମରେ ଲାଗେ ନାହିଁ କେବଳ କର୍ମର ଫଳ ବିଷୟରେ ମନେପଡେ। ତେଣୁ ବିନା ସ୍ବାର୍ଥରେ କର୍ମ କରିବା ଉଚିତ୍ ।
୨:- ଆମ ସମସ୍ତଙ୍କୁ ଜଣା କି ମଣିଷ ଜୀବନ ଆଉ ମଣିଷର ମନ କେତେ ମୂଲ୍ୟବାନ ତଥାପି ମଣିଷ ମନର ହିଂସା ମଣିଷକୁ ମାରିବାକୁ ମଧ୍ୟ ପଛାଉ ନାହି। ଏହିପରି ଆମର ସମାଜ ହୋଇ ଯାଇଛି।
୩:- ସର୍ବପରେ ଆମେ ସଭିଏ ଇଶ୍ବରଙ୍କ ସନ୍ତାନ । ତେଣୁ ଆମେ ସଭିଏ ଆତ୍ମୀୟସ୍ଵଜନ। ତେଣୁ ସଭିଙ୍କୁ ସର୍ମାନ କରନ୍ତୁ ତେବେ ଭଗବାନ ଆପଣଙ୍କ କର୍ମକୁ ସଫଳ ବନାଇବେ।


            ମନ ଛାଡି ସ୍ବାର୍ଥ                ଛାଡିଦେଇ ଅର୍ଥ
                           କାମରେ ଲଗାଏ ମନ ,
             ଏହି ପରି କାମ               ଦେବତାର ମର୍ମ
                          ବ୍ଯର୍ଥ ହୁଏନାହି ଦିନ।
             ଅନ୍ତରର ହିଂସା               ଉଡାଉଛି ହଂସା
                          କରୁଅଛି କାହା କ୍ଷତି,
             ମାନବ ଜୀବନ               ମାନବର ମନ
                          ଅମୂଲ୍ଯ ଅଟଇ ଯଦି।
            ଦୋକାନି ଭାଇଟି             ଧରି ମାପକାଠି
                          କରୁଥାଏ ତାର କର୍ମ ,
             ମାନବ ଜୀବନ              ଇଶ୍ବରଙ୍କ ଦାନ
                         କର୍ମ ଅଟେ ତାର ଧର୍ମ ।
            ସଭିଁଏ ଆମର                ଆତ୍ମିୟ ସୋଦର
                         କେହିବି ନୁହନ୍ତି ପର,
            କର୍ମକୁ ଆବୋରି              ହୋଇବା ପୂଜାରି
                         ନଖୋଜି ଅମରପୁର।
            କରମର ଫଳ                କାହା ପାଇ କାଳ
                        କାହାର ଅମରପୁର,
            ଇଶ୍ଵର ଆମର                ଦୟାର ସାଗର
                         ଶୁଭଚିନ୍ତକ ସଂସାରର।

Saturday, August 4, 2018

ସତ୍ କର୍ମ କାହାକୁ କୁହାଯାଏ || How to know which is right work

ଆପଣ କେବେ ନା କେବେ ଭାବିଥିବେ କି ମୁ ଯାହା କରୁଚି ତାହା ଠିକ୍ ତ? ଆଜି ଆପଣଙ୍କୁ ଏମିତି କିଛି ସୁତ୍ର କହିବି ଯାହା ଦ୍ବାରା ଆପଣ ନିଜର କର୍ମ ବିଷୟରେ ଜାଣି ପାରିବେ ଓ ନିଜ କାମକୁ ବହୁତ୍ ଆଗକୁ ନେଇ ପାରିବେ।
୧ :- ଯେଉ କାମ କରିବା ସମୟରେ ଆମ ବିବେକକୁ କଷ୍ଟ ହୁଏନାହିଁ ତାହା ସତ୍ କର୍ମ । ଏହି କାମରେ କାହାରି ମନକୁ କଷ୍ଟ ହୁଏନାହିଁ।
୨:- ଆମ କର୍ମ ଯଦି ଆମର ଧର୍ମ ନଷ୍ଟ କରେ ତେବେ ତାହା ଅଧର୍ମ ହୁଏ ଓ ବହୁତ୍ ଧନ , ଜୀବନ ନଷ୍ଟ ହୋଇଯାଏ।
True work


             ନିଜର ହୃଦୟ                ରହୁ ସେ ଅକ୍ଷୟ
                             ଏମିତି ହେଉ କରମ ,
               ଏଥିରେ ଭାଙ୍ଗେନା           କାହାରି କଳ୍ପନା
                             ସୁରକ୍ଷିତ ରହେ ମନ ।
                ନିଜର କରମ                 ନିଜର ଧରମ
                             ଭାଙ୍ଗେ ଯଦି ନିଜ ମନ ,
               ତାହା ହିଁ ଅଧର୍ମ              ବୁଝେନାହି ମର୍ମ
                              ନଷ୍ଟ କରେ ସେ ଜୀବନ ।
                ସେଥିରୁ ବିରତ              ରହିବା ଉଚିତ
                              ଯାହା ଜୀବନର ମୋଡ ,
                ସେ ଏମିତି ମୋଡ            ସବଳ ପାହାଡ
                               ସୃଷ୍ଟି କରିଦିଏ ଝଡ ।
                ଜୀବନର ଗତି               ହୃଦୟର ମତି
                                 ଦିଏ ସିଏ ବଦଳାଇ ,
                ସୁବର୍ଣ୍ଣ ଜୀବନ               ସନ୍ତୁଷ୍ଟ ମରଣ
                                 ସୃଷ୍ଟି କରେ ଏହି ମହି ।
                ଉଚିତ ସମୟ                 କରନାହି କ୍ଷୟ
                                 ଲୋଡା ଯେ ସଦୁପଯୋଗ ,
                 ଗଡିଗଲେ ଏହା              ରହେନାହି ତାହା
                                 ବଦଳିଯାଏ ସେ ଦିଗ ।

Friday, August 3, 2018

ଶ୍ରୀ ଗଣେଶ ବନ୍ଦନା || Sri Ganesh The Lord of Study

ବିଦ୍ୟାଦାତା ଶ୍ରୀ ଗଣେଶଙ୍କୁ କିଏ ବା ନ ଜାଣେ। ଆଜି ସେହି ବିଦ୍ଯାଦାତାଙ୍କ ବିଷୟରେ କିଛି ଆଲୋଚନା କରିବାକୁ ଯାଉଅଛେ।
୧ :- ଯେଉଁ ଶୁଭ କାର୍ଯ୍ୟ ହେଲେ ମଧ୍ୟ ପ୍ରଥମେ ଆମେ ଶ୍ରୀ ଗଣପତିଙ୍କ ପୂଜା କରିଥାଉ । ସେଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ପୂଜ୍ଯ ବୋଲି କୁହାଯାଏ।
୨:- ଶ୍ରୀ ଗଣେଶଙ୍କୁ ମହାଜ୍ଞାନୀ ବୋଲି କୁହାଯାଏ । ସେ ହାତରେ ସର୍ବଦା ରାଶି ଲଡୁ ଧରିଥାନ୍ତି। ରାଶି ଲଡୁ ସ୍ମରଣ ଶକ୍ତିକୁ ବଢାଇ ଥାଏ।
୩ :- ମୋର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁରୋଧ ପ୍ରତିଦିନ ରାଶି ଲଡୁ ନିଶ୍ଚିତ ଖାଆନ୍ତୁ ।

              ପ୍ରଭୁ ଗଜାନନ             ଦିଅ ଦିବ୍ଯଦାନ
                            ତୁମଠାରେ ମୋ ଶରଣ ,
                 ଅଶୁଭ ନିଧନ             ଆହେ ଗଜାନନ
                            ବନ୍ଦୁଛି ତୁମ ଚରଣ ।
                 ଦିଅ ଆର୍ଶିବାଦ           ହଟୁ ଏ ବିପଦ
                            ଭାଙ୍ଗିଯାଉ ସ୍ବାର୍ଥପଣ ,
                 ହେ କରୁଣାମୟ         ଶିକ୍ଷାର ମଳୟ
                            ହୁଅନି ତୁମେ  ପାଷାଣ ।
                 ପାଷାଣ ହୃଦୟ           ଲୋଡେ ଯେ ପ୍ରଳୟ
                            ତୁମେ ଅଟ ଶିକ୍ଷା ପ୍ରାଣ ।
                 ତୁମରି ମହିମା             ନାହିଁ ତାର ସୀମା
                            ଜଗତ ଜନ ହେବାର ଜାଣ
                 ଜଳ ସ୍ଥଳ ବନ             ସ୍ଥାବର ଜଙ୍ଗମ
                            ଥାଅ ତୁମେ ପ୍ରତିକ୍ଷଣ
                ଜ୍ଞାନର ଈଶ୍ବର               ହଟାଅ ତିମିର
                            କାମନା କର ହରଣ
                କରୁଣାବତାର                ଜ୍ଞାନର ସାଗର
                            କର ହିଂସାର ମରଣ
                ଏମିତି ବିଶ୍ବାସ                 କରହେ ପ୍ରକାଶ
                            ଥିବ ଯାହା ପ୍ରତିକ୍ଷଣ ।

Thursday, August 2, 2018

ଖରାପ ଲାଗୁଥିବା ଜୀବନ କିପରି ସୁଧାରି ହେବ // How life become good in odia

ସବୁରି ସମୟ ଯେଉ ସମୟ ଆମ ପାଖରୁ କିଛି ନେଇ ଯାଇଛି ସେହି ସମୟ ସେହି ସବୁ ପାଇବାର ସୁଯୋଗ ଅବଶ୍ୟ ଦେବ। ଦେବେ ଆମରି ଧୈଯ୍ଯ ମଧ୍ୟ ବହୁତ୍ ଆବଶ୍ୟକ। ମୁଦ୍ରାର ଦୁଇଟି ପାଶ୍ବ ରହିଛି ସେହିପରି ମଣିଷ ଜୀବନରେ ସୁଖ , ଦୁଃଖ ମିଶି ରହିଛି।
         ଯଦି ତୁମେ ଅତୀତର ଦୁଃଖକୁ ମନେ ପକାଇ ଦୁଃଖିତ ହେଉଛ ତେବେ ତାହା ଭୁଲ୍ । ଅତୀତର ଦୁଃଖ ନୁହେ ଅତୀତର ଭୁଲ୍ କୁ  ମନେରଖନ୍ତୁ ଯେଉଁ ପରି ସେହି ଭୁଲ୍ ପୁଣି ଥରେ ନ ହୁଏ।

             ସମୟ ବଦଳେ              ଜୀବନ ସୁଧାରେ
                             ରଖିଲେ ଉଚ୍ଚ ଭାବନା,
                ନିଜର କରମ                ବଢାଏ ଧରମ
                              ସତ କରେ ସେ କଳ୍ପନା।
                ଜୀବନ ପଥରେ             ଆମରି ସାଥୀରେ
                              ରହିଅଛି କଣ୍ଟା ଫୁଲ ,
               ଯାହା ବିଁ ଘଟିଛି               ଯାହା ବି ଘଟୁଛି
                               ସବୁକିଛି ହେବ ଭଲ।
               ସକଳ ମଣିଷ                 ସମୟର ଦାସ
                               ଚାଲେ ଦେଇ ତାକୁ ତାଳ,
              କେବେ ସେ ସରସ            କେବେ ନାଗଫାଶ
                               ପୁଣି କେବେ ହୁଏ କାଳ।
              ଜୀବନ ଆମର                  ଆଲୋକ ଅନ୍ଧାର
                                ରହିଅଛି ସଦା ଘେରି,
               ଅନ୍ଧାର ପରେ ହିଁ               ଆଲୋକର ମହି
                                 ରଚିଛନ୍ତି ବିଶ୍ବଧାରି ।
               ଅତିତର ଦୁଃଖ                  ଦିଏନାହିଁ ସୁଖ
                                  ରଖନାହିଁ ତାହା ମନେ,
               ତୃଟିକୁ ସୁଧାରି                   ଭୁଲିଯାଇ କଳି
                                   ଆଗକୁ ବଢ ଜୀବନେ।

Wednesday, August 1, 2018

ପୃଥିବୀ କିପରି ମୋଡ ବଦଳାଏ // how earth change

ସୃଷ୍ଟି , ବିକାଶ ଓ ବିଲୋପ ଏହା ହିଁ ଦୁନିଆରେ ନିୟମ । ସମସ୍ତ ବସ୍ତୁର ଆରମ୍ଭ, ବିକାଶ , ବିଲୋପ ରହିଛି। ଆମେମାନେ ସଭିଏ ଏଇ ଭବରଙ୍ଗର କଳାକାର ଅଟୁ। ମା ପାଖରେ ପୁଅ ଅବା ଝିଅ , ବନ୍ଧୁ ପାଖରେ ବନ୍ଧୁ, ଭାଇ ପାଖରେ ଭାଇ ଅବା ଭଉଣୀର ଅଭିନୟ କରିଥାଉ।
ଦୁନିଆ ବି କେବେ କାହାକୁ ନାୟକ ଓ କାହାକୁ ଖଳନାୟକ ବନାଇଦିଏ। ସମସ୍ତେ ସ୍ବାର୍ଥ ଅଧିନ। ବିନା ସ୍ବାର୍ଥରେ ଆମ ପାଇ କାମ କରୁଥିବା ଲୋକ ହେଉଛନ୍ତି ଆମରି ପିତା , ମାତା। ତାଙ୍କ ପ୍ରତି ଆମରି ସର୍ମାନ ବଜାୟ ରହିବା ଆବଶ୍ୟକ ।

               ରଙ୍ଗମଞ୍ଚ ଘର            ବହୁ କଳାକାର
                             ଗଢନ୍ତି ସ୍ବପ୍ନର ଘର,
                 ନିଜ ପରିଚୟ            କରିଦେଇ କ୍ଷୟ
                             ବଦଳାନ୍ତି ବାରବାର।
                 ଏ ଭବସାଗର            ସେହିପରି ଦ୍ବାର
                             ବଦଳାଏ ଭିନ୍ନ ମୋଡ,
                 କାହାକୁ ନାୟକ          କାହାକୁ ଚିନ୍ତୁକ
                             କରିଦେଇପାରେ ଜଡ।
                 ମାନବ ସମାଜ            ହୋଇଛନ୍ତି ସଜ
                             ବନିଛନ୍ତି କଳାକାର ,
                 ନିଜର ଚରିତ୍ର             ହୁଏ ରିପୁ ମିତ୍ର
                             ବୁଡି ଯାଉଛି ସଂସାର।
                 ବାସ୍ତବ ମାନବ            ଯା ଠାରେ ସମ୍ଭବ
                             ଆମରି ଉନ୍ନତି ଖ୍ଯାତି ,
                 ସେ ଆମରି ମାତା         ସେ ଜଗତଜିତା
                             ଲୋଡା ତା ଆଶିଷ ଶକ୍ତି।
                 ମହି ଭବରଙ୍ଗ             କରଇ ତରଙ୍ଗ
                              ଦେଉଥାଏ ସେ ସୁଯୋଗ,
                  କରଛଡା ହୁଏ            କେବେ ଚାଲିଯାଏ
                              କେବେ ଆସିଯାଏ ଯୋଗ।

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post