Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Sunday, June 23, 2019

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତର ଓପନିଂ ଯୋଡି ବହୁତ୍ କମ୍ ସ୍କୋର କରି ଆଉଟ୍ ହୋଇଯାଇଥିଲେ।

      କ୍ଯାପଟେନ୍ ବିରାଟ କୋହଲିଙ୍କୁ ଛାଡିଦେଲେ ଅନ୍ଯ ସମସ୍ତ ଖେଳାଳିମାନେ ଆଫଗାନିସ୍ଥାନର ବୋଲରଙ୍କ ଆଗେ ହାର୍ ମାନିଥିଲେ। ବିଶେଷ କରି ଧୋନୀ ଓ ଯାଦବଙ୍କ ବ୍ଯାଟିଂ ଟିମର ମଧ୍ଯକ୍ରମ ବ୍ଯାଟିଂ ଦୁର୍ବଳ କରିଦେଇଥିଲା।
      ମାଷ୍ଟର ବ୍ଲାଷ୍ଟର ମଧ୍ୟ ଧୋନିଙ୍କର ଏପରି ଧିମା ବ୍ଯାଟିଂ କୁ ନେଇ ପ୍ରଶ୍ନ ଉଠାଇ ଥିଲେ ଏବଂ କହିଥିଲେ କି ଧୋନିଙ୍କର ଏହି ଧୀମା ବ୍ଯାଟିଂ ଟିମ୍ ଇଣ୍ଡିଆର ମଧ୍ଯ କ୍ରମ ବ୍ଯାଟିଂ ଦୁର୍ବଳ କରିଦେଲା ନଚେତ୍ ଆଉ କିଛି ରନ୍ ସଂଗ୍ରହ କରି ହେଇଥାନ୍ତା। ଏହି ମ୍ଯାଚ୍ ରେ ଶେଷରେ    ଆଫଗାନିସ୍ଥାନ 12 ରନ୍ ଯୋଗୁ ପରାସ୍ତ ହୋଇଥିଲା।           

ସହିଦ୍ ଓ ତିରଙ୍ଗା ଙ୍କୁ ଅପମାନ୍

କିଛି ଦିନ ତଳେ ଜାମ୍ମୁ ଓ କାଶ୍ମୀରରେ ଦାୟିତ୍ଵରେ ଥିବା ସମୟରେ ଜୀବନ ହାରିଥିବା ଶ୍ରୀ ଅଜିତ୍ ସାହୁଙ୍କ ମର ଶରୀର ଓଡିଶାରେ ପହଞ୍ଚିଥିଲା। ସହିଦ୍ ସମ୍ମାନ ସହିତ ତାଙ୍କୁ ତ୍ରିରଙ୍ଗାରେ ଘୋଡା ଯାଇଥିଲା। କିନ୍ତୁ କିଛି ବିଜେଡି କର୍ମୀ ଏହିଠାରେ ଅଧ୍ୟ ରାଜନୈତିକ ଫାଇଦା ଉଠାଇବା ପାଇ ପଛାଇ ନଥିଲେ। କିଛି କର୍ମୀ ଦଳୀୟ ଚିହ୍ନ ତ୍ରିରଙ୍ଗା ଉପରେ ଘୋଡାଇ ଦେଇଥିଲେ। ଯାହା କି ବହୁତ୍ ବିରୋଧ କରାଯାଇଛି।

       ଦଳ ମଧ୍ୟ ସଫେଇ ଦେଇ ଏହାର ଅନୁଧ୍ୟାନ କରି ତିନି ଜଣଙ୍କୁ ଦଳରୁ ନିଲମ୍ବନ କରିଛି। କେବଳ ଯେ ନିଲମ୍ବନ ଏହାର ଉଚିତ୍ ସଜା କି ନୁହେ ଏହା ଆପଣମାନେ କୁହନ୍ତୁ?
      

ଫେରିବ କି ଲୋକପ୍ରିୟ ଧାରାବାହିକ ଶକ୍ତିମାନ୍? Can Saktiman Return

୯୦ ଦଶକର ସବୁଠାରୁ ଲୋକପ୍ରିୟ ଧାରାବାହିକ "ଶକ୍ତିମାନ୍ " ଯାହା ସମସ୍ତ ପିଲାଙ୍କୁ ପସନ୍ଦ ଥିଲା। ଏମିତି କି କିଛି କିଛି ପିଲା ମିଛ କହି ସ୍କୁଲ୍ ଯାଉନଥିଲେ ଏହି ଶକ୍ତିମାନ୍ ଦେଖିବା ପାଇ। ଏତେ ଲୋକପ୍ରିୟ ଧାରାବାହିକ ବନିସାରିଥିଲା।
Can Saktiman Return

     ଏବେ ଶକ୍ତିମାନ୍ ର ଅଭିନେତା ଶ୍ରୀ ମୁକେଶ୍ ଖାନ୍ନାଙ୍କ ବୟାନ ପରେ ଲାଗୁଛି ଏ ଧାରାବାହିକ ପୁଣି ଥରେ ଟିଭି ପରଦାକୁ ଫେରି ଆସିପାରେ। ସେ କହିଛନ୍ତି , " ଆମେ ଏହା ଉପରେ କାମରେ ଲାଗିଛୁ ଏବଂ ଆମେ ଆଗ ଅପେକ୍ଷା ଭଲ କାମ କରିବୁ " । ଦେଖାଯାଉ କେବେ ଶକ୍ତିମାନ୍ ଧାରାବାହିକ ଫେରୁଛି।  

Tuesday, February 26, 2019

ପ୍ରତିଶୋଧ ନେଲା ଭାରତ ।। India Take Revenge

ଆଜକୁ ୧୩ ଦିନ ହେଲା ଅର୍ଥାତ୍ ୧୩ ଦିନ ପୂର୍ବରୁ ୧୪.୦୨.୨୦୧୯ ରେ ଜାମ୍ମୁ କାଶ୍ମୀରର CRIF ରେ ଉପରେ ହମଲାର ପ୍ରତିଶୋଧ ଆଜି ଭାରତ ନେଇଛି। ଭାରତର ଆକାଶ ବାହିନୀ COL ଅତିକ୍ରମ କରି ପାକିସ୍ଥାନରେ ରହିଥିବା ଆତଙ୍କି ଶିବିରରେ ହାମଲା କରି ସମସ୍ତ  ଶିବିର ଉଡାଇ ଦେଇଛି। ପାକିସ୍ଥାନ ନିଜେ ଏହାର ଫଟୋ ଜାରି କରିଛି। ଏ ପର୍ଯ୍ୟନ୍ତ ଜଣା ପଡିନାହିଁ କି ଏହି ହାମଲାରେ କେତେ ଆତଙ୍କି ନିହତ ହୋଇଛନ୍ତି ।

                     ପାଖାପାଖି ୧୦୦୦ କିଲୋର ବିସ୍ଫୋରକ ଏହି ହାମଲାରେ ବ୍ଯବହାର ହୋଇଥିବା ଅନୁମାନ କରାଯାଉଛି। ଏଥିରେ ୨୦୦ ରୁ ୩୦୦ ଆତଙ୍କି ନିହତ ହୋଇଥିବା ଅନୁମାନ କରାଯାଉଛି।

Friday, November 23, 2018

IAS ଅପରାଜିତା ଲଢିବେ କେଉଠାରୁ

ଆସନ୍ତା ୨୭ ତାରିଖରେ IAS ଅପରାଜିତା ଶରଙ୍ଗି ଦିଲ୍ଲୀରେ ସମ୍ପୂର୍ଣ୍ଣ ବିଧିବଦ୍ଧ ଭାବରେ ବିଜେପି ରେ ଯୋଗ ଦେବେ। ଏବେ ପ୍ରଶ୍ନ ଉଠୁଛି କି ଅପରାଜିତା କେଉଁ ଜିଲ୍ଲାର ଆସନୁ ନିର୍ବାଚନ ଲଢିଲେ। ତେବେ ଯାହା ଜଣାପଡୁଛି କି ସେ ଭୁବନେଶ୍ବରର ଲୋକସଭା ଆସନରୁ ଲଢିବେ।

      ତେବେ ଏ କଥା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନାହିଁ କିନ୍ତୁ     ବିଜେପିର ବରିଷ୍ଠ ସଦସ୍ୟ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ ପ୍ରକାଶ କରିଛନ୍ତି କି ତାଙ୍କ ପୁତ୍ର ଶ୍ରୀ ପୃଥିରାଜ ହରିଚନ୍ଦନ ଭୁବନେଶ୍ବରରୁ ନୁହେ ବରଂ ଚିଲିକାରୁ ଲୋକସଭା ଆସନ ପାଇ ଲଢିବେ। ତେବେ ଏଥିରୁ ଜଣାପଡୁଛି  ପୂର୍ବତନ IAS ଅଫିସର୍ ଅପରାଜିତା ଭୁବନେଶ୍ବରରୁ ଲଢିପାରନ୍ତି। ଏମିତି ଭାବରେ ମଧ୍ୟ ଭୁବନେଶ୍ବରରେ ତାଙ୍କର ପୂର୍ବରୁ ପଦବୀ ରହିଥିଲା। ତେବେ ଆଗକୁ ଜଣାପଡିବ କ'ଣ ହେଉଛି।  

Thursday, November 22, 2018

ହକି ବିଶ୍ବ କପ୍ ପାଇ ନିଆଯାଉଥିବା ବିଶେଷ ପଦକ୍ଷେପ // Special announcement for hockey world cup in odia

ଆଉ କିଛି ଦିନର ଅପେକ୍ଷା , ହକି ବିଶ୍ବ କପ୍ ଆରମ୍ଭ ହେବାକୁ ଯାଉଛି। କମିସନର୍ ପୋଲିସ୍ ହେବାକୁ ଥିବା ଗହଳି ପାଇ କିପରି ସବୁକିଛି ନିୟନ୍ତ୍ରଣ କରାଯାଇ ପାରିବ ତାହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛି। ପାର୍କି ଓ ଟ୍ରାଫିକ୍ ପାଇ ବିଶେଷ ଭାବରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯାଉଛି ।

    ପାର୍କିଂ ପାଇ ବହୁତ୍ ଗୁଡାଏ ସ୍ଥାନ ଚିହ୍ନଟ କରାଯାଇଛି । କେବଳ ଜନତା ମଇଦାନରେ ହେଇଥିବା ପାର୍କିଂ କୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି ଓ ଅନ୍ଯ ସବୁ ପାର୍କଂ ପାଇ ଦେୟ କରାଯାଇଛି। ପାର୍କିଂ ବ୍ଯବସ୍ଥା ଠିକ୍ ଠିକ୍ ରଖିବା ପାଇ ଗୋଟିଏ ଆପ୍ ବନାଯିବ ଯେଉଁଥିରେ ସମସ୍ତ ପାର୍କିଂଗ ସ୍ଥାନରେ ରହିଥିବା ଖାଲି ସ୍ଥାନ ବିଷୟରେ ଜଣାଇବ। ଟ୍ରାଫିକ୍ ପାଇ ମଧ୍ୟ ୧୦୦ ଜଣ ପୋଲିସ୍ ଙ୍କୁ ତାଲିମ୍ ଦିଆଯାଉଛି । ଆଶା କରାଯାଉଛି ସବୁକିଛି ଠିକ୍ ରହିବ।  

ଜାଣନ୍ତୁ ବ୍ଯାଙ୍କରେ ଆପଣଙ୍କ ରହିଥିବା ଅଧିକାର // Banking Rules in odia

ଆପଣଙ୍କର ଯଦି ବ୍ଯାଙ୍କରେ ଆକାଉଣ୍ଟ ରହିଛି ତେବେ ଆପଣ କେବେ ନା କେବେ ବ୍ଯଙ୍କିଂ କାମରେ ବ୍ଯାଙ୍କ ଯାଇଥିବେ। ଯଦି କାଉଣ୍ଟରରେ ଅଧିକାରୀ ନ ଥାନ୍ତି ତେବେ ଆପଣଙ୍କୁ ଅପେକ୍ଷା କରିବାକୁ କୁହାଯାଏ ସେଥିପାଇଁ ଆପଣ ବ୍ଯସ୍ତ ବିବ୍ରତ ହୋଇ ପଡନ୍ତି। କେବେ କେବେ କର୍ମଚାରୀ ଆପଣଙ୍କୁ ଏବେ Lunch Time କହି ଅପେକ୍ଷା କରାନ୍ତି। କିନ୍ତୁ ଆପଣ ଜାଣି ରଖନ୍ତୁ ଏମିତି କିଛି ନିୟମ ତାହା RBIଦ୍ବାରା କୁହାଯାଇଛି।
Banking Rule

   RBI ନିୟମ ଅନୁସାରେ ବ୍ଯାଙ୍କରେ ଗ୍ରାହକଙ୍କୁ ୧୦ ରୁ ୪ ଟା ପର୍ଯ୍ୟନ୍ତ ବିନା ର୍ବେକ ରେ ସେବା ଯୋଗାଇ ଦିଆଯିବ। ବ୍ଯାଙ୍କରେ ଅଧିକାରୀ ଜଣ ଜଣ କରି LUNCH କରିପାରିବେ। କିନ୍ତୁ ଗ୍ରାହକର ସେବା ପାଇ ପ୍ରତି ମୁହୁର୍ତ୍ତରେ କାଉଣ୍ଟରରେ କେହି ନା କେହି ଉପସ୍ଥିତ ରହିବା ଆବଶ୍ୟକ । ସ୍ଥାୟୀ ଠିକଣା ନ ଥିଲେ ମଧ୍ୟ ବ୍ଯାଙ୍କରେ ଆକାଉଣ୍ଟ ଖୋଲାଯାଇ ପାରିବ। ସମସ୍ତ କଏନ୍ ମଧ୍ୟ ବ୍ଯାଙ୍କ ଗ୍ରହଣ କରିବେ।
ଏ ହେଉଛି ବ୍ଯାଙ୍କର ଏମିତି କିଛି ନିୟମ ଯାହା ସମସ୍ତ ବ୍ଯାଙ୍କର ଗ୍ରାହକଙ୍କର ଜାଣିବା ଜରୁରୀ ।

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post