ହେ ଉତ୍କଳ ମଣି ଉତ୍କଳ ଗୌରବ
ଆହେ ଉତ୍କଳ ରତନ ,
ଓଡିଆ ଭାଷାକୁ ସାଇତି ରଖିଲ
କରିଣ ବହୁ ଯତନ ।
ଉତ୍କଳ ମାଟିର ହେ ବୀରପୁରୁଷ
ହୋଇ ରହିଛ ମହାନ ,
ଭୁଲିବେନି କେବେ ଓଡିଶାର ବାସି
ତୁମରି ମହାନ ଦାନ ।
ଉତ୍କଳ ମାଆର ସତ୍ ମାନ ପାଇ
ଦେଇଛ ନିଜ ଜୀବନ ,
ହେ ବୀରପୁରୁଷ ନାହିଁ ତୁମ ଶେଷ
ତୁମେ ଅମର ସନ୍ତାନ ,
ରହିଥିଲ ଅଛ ଆଉ ରହିଥିବ
ମହି ଅଛି ଯେତେ ଦିନ ।
No comments:
Post a Comment