କଥାରେ ଅଛି ନିଜ ହାତ ଜଗନ୍ନାଥ, ଅର୍ଥାତ୍ ନିଜ ହାତରେ ନିଜର ଭବିଷ୍ୟତ ଲେଖିହୁଏ। ଆଉ ଏକ କଥା ମଧ୍ୟ ଅଛି ଯେ ଯଥା ଦୃଷ୍ଟି ତଥା ସୃଷ୍ଟି। ଆମରି ଭାବନା ଯେଉଁ ପରି ହେବ ଆମ ସହ ସେହିପରି ଘଟିବ। ମନର ଦ୍ବନ୍ଦ ଦୂର କରି ନିଷ୍ଠା ରଖି କାମ କଲେ ସଫଳତା ଆପେ ଆପେ ମିଳେ।
କିନ୍ତୁ ସଫଳତାରେ ଭୋର ହୋଇଯିବା ତେବେ ବିଫଳତାକୁ ନିଜର କରିବାକୁ ପଡିଥାଏ। ବିଫଳତାରେ ମଧ୍ୟ ଦୁଃଖ ନକରି ଶିକ୍ଷା ପ୍ରାପ୍ତ କଲେ ସଫଳତା ଫେରିଆସେ।
ନିଜର କରରେ ନିଜ ଭାବନାରେ
ଅଛି ଆମରି ଭବିଷ୍ଯ ,
ହୋଇ ନିଷ୍ଠାପର ଦ୍ବନ୍ଦ କଲେ ଦୂର
ସଫଳତା ହେବ ଦୃଶ୍ଯ ।
ପାଇ ସଫଳତା ଦେଖି ତା'ର ସତ୍ତା
ହୋଇଲେ ସେଥିରେ ଭୋଳ ,
ଜାଣି ହୁଏ ନାହିଁ ଦେଖି ହୁଏ ନାହି
ବିଫଳତା ହୁଏ କାଳ ।
ବିଫଳତା ପାଇ ଦୁଃଖ ରଖନାହି
ସେହିଥିରୁ ରଖ ଗାଂନ ,
ସେହି ଗାଂନ ପାଏ ତାହା ଦିନେ ହୁଏ
ସଫଳତାର ସୋପାନ ।
ନିଜର ଧରମ କରିଣ କରମ
ଭାବୁଥିଲେ ସର୍ବଶ୍ରେଷ୍ଠ ,
ରହେନା ଏକତା ଭାଙ୍ଗେ ଯେ ମିତ୍ରତା
ବହୁ କିଛି ହୁଏ ନଷ୍ଟ ।
ନିଜ ଧରମର ଯେତେ ସବୁ ସାର
ଭୂ କଲ୍ଯାଣ ଆଧାରିତ ,
ରଖେ ସେ ଜୀବିତ ଯୋଗ ହେଉ ନିତ୍ଯ
ହେଉଥାଉ ସେ ପାଳିତ ।
କିନ୍ତୁ ସଫଳତାରେ ଭୋର ହୋଇଯିବା ତେବେ ବିଫଳତାକୁ ନିଜର କରିବାକୁ ପଡିଥାଏ। ବିଫଳତାରେ ମଧ୍ୟ ଦୁଃଖ ନକରି ଶିକ୍ଷା ପ୍ରାପ୍ତ କଲେ ସଫଳତା ଫେରିଆସେ।
ନିଜର କରରେ ନିଜ ଭାବନାରେ
ଅଛି ଆମରି ଭବିଷ୍ଯ ,
ହୋଇ ନିଷ୍ଠାପର ଦ୍ବନ୍ଦ କଲେ ଦୂର
ସଫଳତା ହେବ ଦୃଶ୍ଯ ।
ପାଇ ସଫଳତା ଦେଖି ତା'ର ସତ୍ତା
ହୋଇଲେ ସେଥିରେ ଭୋଳ ,
ଜାଣି ହୁଏ ନାହିଁ ଦେଖି ହୁଏ ନାହି
ବିଫଳତା ହୁଏ କାଳ ।
ବିଫଳତା ପାଇ ଦୁଃଖ ରଖନାହି
ସେହିଥିରୁ ରଖ ଗାଂନ ,
ସେହି ଗାଂନ ପାଏ ତାହା ଦିନେ ହୁଏ
ସଫଳତାର ସୋପାନ ।
ନିଜର ଧରମ କରିଣ କରମ
ଭାବୁଥିଲେ ସର୍ବଶ୍ରେଷ୍ଠ ,
ରହେନା ଏକତା ଭାଙ୍ଗେ ଯେ ମିତ୍ରତା
ବହୁ କିଛି ହୁଏ ନଷ୍ଟ ।
ନିଜ ଧରମର ଯେତେ ସବୁ ସାର
ଭୂ କଲ୍ଯାଣ ଆଧାରିତ ,
ରଖେ ସେ ଜୀବିତ ଯୋଗ ହେଉ ନିତ୍ଯ
ହେଉଥାଉ ସେ ପାଳିତ ।
No comments:
Post a Comment