Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Blog Archive

Tuesday, July 17, 2018

ପୃଥିବୀ କିପରି ଆପଣଙ୍କ ପାଇଁ ବଦଳି ଯାଏ // How Earth Change

ପୃଥିବୀକୁ କବିମାନେ ରଙ୍ଗମଞ୍ଚ ବୋଲି କହିଛନ୍ତି। ଏଇ ରଙ୍ଗମଞ୍ଚ  ଆମ ପାଇ ବଦଳିଯାଏ। କିପରି ଆସନ୍ତୁ ଜାଣିବା 
୧:- ଏହି ରଙ୍ଗମଞ୍ଚରେ ଆମେ ସଭିଏ କଳାକାର। ଏଠାରେ ବହୁ କଳାକାର ନିଜର ସ୍ବାର୍ଥ ପାଇ ନିଜର ପରିଚୟ ବାରମ୍ବାର ବଦଳାଇ ଦିଅନ୍ତି ।
୨:- ଆମର ବଦଳାଇବା ସ୍ବଭାବ ଅନୁସାରେ ଭବସାଗର ମଧ୍ୟ ନିଜର ସ୍ବଭାବ ବଦଳାଇ ଦିଏ।
୩ :- ଏହି ଭବସାଗର ସଭିଙ୍କୁ ନାୟକ ହେବା ପାଇ ସୁଯୋଗ ଦିଏ ପରେ ନିଜ ଇଚ୍ଛାରେ ସଭିଙ୍କ ଅଭିନୟ ବଦଳାଇ ଦିଏ।
୪:- ଦୁନିଆରେ ଆମର କିଏ ଭଲ ଆଉ କିଏ ଖରାପ ଚିନ୍ତା କରେ କିନ୍ତୁ ପିତା, ମାତା ସବୁ ସମୟରେ ଭଲ ହିଁ ଚିନ୍ତା କରିଥାନ୍ତି ।


                ରଙ୍ଗମଞ୍ଚ ଘର            ବହୁ କଳାକାର
                             ଗଢନ୍ତି ସ୍ବପ୍ନର ଘର,
                 ନିଜ ପରିଚୟ            କରିଦେଇ କ୍ଷୟ
                             ବଦଳାନ୍ତି ବାରବାର।
                 ଏ ଭବସାଗର            ସେହିପରି ଦ୍ବାର
                             ବଦଳାଏ ଭିନ୍ନ ମୋଡ,
                 କାହାକୁ ନାୟକ          କାହାକୁ ଚିନ୍ତୁକ
                             କରିଦେଇପାରେ ଜଡ।
                 ମାନବ ସମାଜ            ହୋଇଛନ୍ତି ସଜ
                             ବନିଛନ୍ତି କଳାକାର ,
                 ନିଜର ଚରିତ୍ର             ହୁଏ ରିପୁ ମିତ୍ର
                             ବୁଡି ଯାଉଛି ସଂସାର।
                 ବାସ୍ତବ ମାନବ            ଯା ଠାରେ ସମ୍ଭବ
                             ଆମରି ଉନ୍ନତି ଖ୍ଯାତି ,
                 ସେ ଆମରି ମାତା         ସେ ଜଗତଜିତା
                             ଲୋଡା ତା ଆଶିଷ ଶକ୍ତି।
                 ମହି ଭବରଙ୍ଗ             କରଇ ତରଙ୍ଗ
                              ଦେଉଥାଏ ସେ ସୁଯୋଗ,
                  କରଛଡା ହୁଏ            କେବେ ଚାଲିଯାଏ
                              କେବେ ଆସିଯାଏ ଯୋଗ।
                                                ମହେଶ୍ୱର କବି 
NOTE :- I hope you like this article. You can share this with your friends and relatives .
It is written by Maheswar Kabi. 
ଦ୍ରଷ୍ଟବ୍ଯ:- ଆଶା କରୁଛି ଆପଣଙ୍କୁ ଏହି କବିତା ଭଲ ଲାଗିଥିବା ତେବେ ଏହି ଲେଖାକୁ ସେୟାର୍ କରିବାକୁ ଭୁଲିବେନି ।ଧନ୍ୟବାଦ 

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post