Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Saturday, November 17, 2018

'ଭୁଲ୍' ଯାହା ମଣିଷ ଜାଣିଶୁଣି ବାରମ୍ବାର କରିଥାଏ // Mistake of Life in odia Part 1

'ଭୁଲ୍' ଏମିତି ଏକ ଶବ୍ଦ ଯାହା ଆମରି ନିୟନ୍ତ୍ରଣରେ ଏଥାଏ। ଯେତେ ଚେଷ୍ଟା କଲେ ମଧ୍ୟ ଆମ ହାତରେ ଭୁଲ୍ ହୋଇଯାଏ ତେଣୁ କଥାରେ ଅଛି ' ମଣିଷ ମାତ୍ରକେ ଭୁଲ୍ '। କେବେ କେବେ ଏମିତି କିଛି ଘଟିଯାଏ ଯାହା ଆମକୁ ଜୀବନସାରା କଷ୍ଟ ଦେଇଥାଏ। 'ମା'ର ସାହାରାରେ ଏ ଧରା ପୃଷ୍ଠକୁ ଆସିବା ପରେ ଆମେ କରିଥିବା ଭୁଲ୍ ହିସାବ କରାଗଲେ ସମ୍ପୂର୍ଣ୍ଣ ହିସାବ ପାଇବା ଅସମ୍ଭବ ହୋଇଯିବ। ଜୀବନର ଏମିତି ଏକ ସମୟ ଯେଉଁ ସମୟରେ ଅଧିକ ଭୁଲ୍ ହୋଇଯାଏ ତାହା ହେଉଛି ଯୌବନ ସମୟ।
Mistake

        ଏବେ ସେହି ଯୌବନ ସମୟର ଭୁଲ୍ ବିଷୟରେ କହିବାକୁ ଯାଉଛି ଯାହା ଅଧିକାଂଶ ଯୁବକମାନେ କରିଥାନ୍ତି। ପ୍ରେମ ଓ ନିଶା ହେଉଛି ସେହି ଦୁଇଟି ଭୁଲ୍ ଯାହା ପ୍ରଥମେ ତ ବହୁତ୍ ଆନନ୍ଦ ଦିଏ କିନ୍ତୁ ପରେ ବହୁତ୍ କିଛି ହରାଇବାକୁ ବାଧ୍ୟ କରାଏ। ଯୁବକ  ସମୟରେ ଶରୀର ମଧ୍ୟରେ ସୃଷ୍ଟି ହେଉଥିବା ଆକଷର୍ଣ ଯୋଗୁ ବହୁତ୍ ପ୍ରେମ ସୃଷ୍ଟି ହୁଏ। ଏହି ଭଳି ପ୍ରେମର ଅବଧି ବହୁତ୍ କମ୍ ହୋଇଥାଏ।   ନିଜର ଭବିଷ୍ୟତ ଦେଖିବା ପୂର୍ବରୁ ପ୍ରେମରେ ପଡି ନେଇଥିବା ଅନେକ ନିଷ୍ପତ୍ତି ମଣିଷକୁ ପଛରେ ଅନେକ କଷ୍ଟ ଭୋଗିବାକୁ ବାଧ୍ୟ କରାଏ। ଏହାର ଉଦାହରଣ ପାଇବାକୁ ହେଲେ ନିଜର ଆଖପାଖରେ ଅନେକ ଉଦାହରଣ ମିଳିଯାଏ।
        ଏହାପରେ ଆସେ ଅନ୍ଯ ଏକ ଭୁଲ୍ 'ନିଶା'। ଏହା ଧିରେ ଧିରେ ମଣିଷକୁ ଏତେ କବଳିତ କରିନିଏ ଯେ ଏହି ନିଶା ପାଇ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ । କ୍ଷଣିକ ମଜା ପାଇବା ଆଶାରେ ମଣିଷ ଧିରେ ଧିରେ କରି ନିଜର ସମ୍ବଳ ହରାଇଥାଏ। 'ସଞ୍ଚୟ ' ଓ 'ନିବେଶ' ଯାହା ଦେଶ ପାଇ ଓ ପ୍ରତ୍ଯେକ ବ୍ଯକ୍ତିଙ୍କ ପାଇ ଅତି ଜରୁରୀ ତାହା ଏହି 'ନିଶା' ଭୁଲାଇ ଦିଏ। ଯୁବକ ବେଳର ମଜା, ଯୌବନ ଯିବା ପରେ ଜୀବନସାରା ଭୋଗିବାକୁ ପଡିଥାଏ।

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post