Popular Posts

Contact Us

Labels

odisha sanskar- about odisha , odia culture , odia poem , odia kabita how to get success in odia , odia motivation , odia motivational article , motivational poems

Wednesday, November 21, 2018

ବନ୍ଦ ହୋଇପାରେ ଦେଶର ଅଧା ଏଟିଏମ୍

ବନ୍ଦ ହୋଇଯାଇ ପାରେ ଦେଶର ଅଧା ଏଟିଏମ୍ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଖବର ପ୍ରକାଶ କରିଛନ୍ତି Confederation of ATM Industry । ଏହା ହେଉଛି ସେହି ସଂସ୍ଥା ଯାହା ଏଟିଏମ୍ ର ସ୍ଥାପନା , ଟଙ୍କା ଜମା ଓ ଏହାର ସୁରକ୍ଷାର ଦାୟିତ୍ୱ ନେଇଥାଏ । ତେବେ ଏହି ସଂସ୍ଥା ଏଭଳି ନିଷ୍ପତ୍ତି ନେବାର କାରଣ  କ'ଣ ରହିଛି । ଆସନ୍ତୁ ଏ ବିଷୟରେ ଆଲୋଚନା କରିବା।

    ମୁଖ୍ୟତଃ ଏଟିଏମ୍ ପରିଚାଳନା ନୀତିରେ ଅନେକ ପରିବର୍ତ୍ତନ ଯୋଗୁ ଏ ଭଳି ଜଟିଳ ପରିସ୍ଥିତି ଉପୁଜିବାର କାରଣ ହୋଇପାରେ। ଆଉ କିଛି ଏଟିଏମ୍ ପରିଚାଳନା ସଂସ୍ଥା ଉପରେ ବିମୁଦ୍ରାକରଣର ପ୍ରଭାବ ପଡିଛି। ଟଙ୍କା ପରିବହନ ଓ ଭର୍ତ୍ତିରେ ନୂଆ ନିୟମ ଯୋଗୁ ୩ ହଜାର କୋଟିର ଚାପ ପଡିଛି ଏହି ସଂସ୍ଥା ଉପରେ।
     ଦେଶରେ ୨୩୮୦୦୦ ଏଟିଏମ୍ ଥିବାବେଳେ ଏହି ନିଷ୍ପତ୍ତି ଲାଗୁହେଲେ ୧୧୩୦୦୦ ଏଟିଏମ୍ ବନ୍ଦ ହୋଇଯିବାର ସମ୍ଭାବନା ରହିଛି।
ପ୍ରାୟ ୧ ଲକ୍ଷ ଅଫସାଇଟ୍ ଏଟିଏମ୍ ଓ ୧୫ ହଜାର ହ୍ବାଇଟ ଲେବଲ ଏଟିଏମ୍ ବନ୍ଦ ହେବାର ଆଶଙ୍କା ରହିଛି । ଅର୍ଥାତ୍ ନନ୍ ବ୍ଯଙ୍କିଂ ସଂସ୍ଥା ଓ ବ୍ଯଙ୍କିଂ ସଂସ୍ଥା ଭିତରେ ରହୁଥିବା ଏଟିଏମ୍ ବନ୍ଦ ହୋଇଯିବାର ସମ୍ଭାବନା ରହିଛି ।
ବିଶେଷ ଭାବରେ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ଏଟିଏମ୍ ବନ୍ଦ ହୋଇଯିବାର ସମ୍ଭାବନା ରହିଛି ।
  

No comments:

Post a Comment

Career

ଧୋନୀ ଙ୍କ ବ୍ଯାଟିଂ କୁ ନେଇ ସଚିନଙ୍କ ପ୍ରଶ୍ନ

ଚଳିତ ବିଶ୍ବ କପ୍ ମ୍ଯାଚ୍ ଯେଉ ମ୍ଯାଚରେ ଭାରତ ଓ ଆଫଗାନିସ୍ଥାନ ସାମ୍ନା ସାମ୍ନି ହୋଇଥିଲେ। ପ୍ରଥମେ ବ୍ଯାଟିଂ କରିଥିବା ବେଳେ ବଡ ସ୍କୋର କରିବାକୁ ବିଫଳ ହୋଇଥିଲେ। ଭାରତ...

READ our best post